fbpx

ଆର୍ଥିକ ବର୍ଷ ୨୦୨୧-୨୨ରେ କେଉଁ ବ୍ୟାଙ୍କ ପ୍ରଦାନ କରିଛି ସର୍ବାଧିକ ଲୋନ୍, ସାମ୍ନାକୁ ଆସିଲା Moneycontrol ରିପୋର୍ଟ

ନୂଆଦିଲ୍ଲୀ: କେଉଁ ପବ୍ଲିକ ସେକ୍ଟର ବ୍ୟାଙ୍କ ଗ୍ରାହକଙ୍କୁ ସବୁଠାରୁ ଅଧିକ ମାତ୍ରାରେ ଲୋନ୍ ପ୍ରଦାନ କରିଛି, ତାହା ଆପଣମାନେ ଜାଣିଛନ୍ତି । ଏନେଇ ମନିକଣ୍ଟ୍ରୋଲ ପକ୍ଷରୁ ଏକ ରିପୋର୍ଟ ଜାରି କରାଯାଇଛି । ତେବେ ଚଳିତ ଆର୍ଥିକ ବର୍ଷରେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ସବୁଠାରୁ ଆଗରେ ରହିଛି । ଆର୍ଥିକ ବର୍ଷ ୨୦୨୧-୨୨ରେ ଲୋନ୍ ଓ ଡିପୋଜିଟ୍ ମାମଲାରେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ସବୁଠାରୁ ଅଧିକ ବୃଦ୍ଧି ହାସଲ କରିଥିବା ରିପୋର୍ଟରୁ ଜଣାପଡ଼ିଛି ।

ରିପୋର୍ଟ ମୁତାବକ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ୨୦୨୨, ମାର୍ଚ୍ଚ ୩୧ ବର୍ଷ ସୁଦ୍ଧା ୧ ଲକ୍ଷ ୩୫ ହଜାର ୨୪୦ କୋଟିର ଲୋନ୍ ପ୍ରଦାନ କରିଛି । ଏହି ବ୍ୟାଙ୍କର ଲୋନ୍ ବୃଦ୍ଧି ୨୬ ପ୍ରତିଶତ ରହିଛି । ଏହାପରେ ଦ୍ୱିତୀୟ ସ୍ଥାନରେ ରହିଛି ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) । ଏସବିଆଇର ଲୋନ୍ ବୃଦ୍ଧି ୧୦.୨୭ ପ୍ରତିଶତ ରହିଛି । ୯.୬୬ ପ୍ରତିଶତ ଲୋନ୍ ବୃଦ୍ଧି ସହ ତୃତୀୟ ସ୍ଥାନରେ ରହିଛି ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ।

ଗତ ମାର୍ଚ୍ଚରେ ଶେଷ ହୋଇଥିବା ଆର୍ଥିକ ବର୍ଷ ସୁଦ୍ଧା ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ଡିପୋଜିଟ୍ ୧୬.୨୬ ପ୍ରତିଶତ ବୃଦ୍ଧି ପାଇଁ ୨ ଲକ୍ଷ ୨ ହଜାର ୨୯୪ କୋଟିରେ ପହଞ୍ଚିଛି । ୟୁନିୟନ ବ୍ୟାଙ୍କର ଡିପୋଜିଟ ୧୧.୯୯ ପ୍ରତିଶତ ବୃଦ୍ଧି ପାଇ ୧୦ ଲକ୍ଷ ୩୨ ହଜାର ୧୦୨ କୋଟିରେ ପହଞ୍ଚିଛି । ସେହିପରି ଇଣ୍ଡିଆନ ବ୍ୟାଙ୍କର ଡିପୋଜିଟ୍ ୧୦ ପ୍ରତିଶତ ବୃଦ୍ଧି ପାଇ ୫ ଲକ୍ଷ ୮୪ ହଜାର ୬୬୧ କୋଟିରେ ପହଞ୍ଚିଛି ।

Get real time updates directly on you device, subscribe now.