ପ୍ରେମ ସପ୍ତାହରେ କାହାକୁ କେଉଁ ଚକୋଲେଟ୍ ଦେବେ ଉପହାର
ଆଜି ପ୍ରେମ ସପ୍ତାହର ତୃତୀୟ ଦିନ। ଚକୋଲେଟ ଡେ କୁ ଆହୁରି ସ୍ପେସିଆଲ କରିବାକୁ ନିଜ ସାଥୀଙ୍କୁ ଦିଅନ୍ତୁ ଏହି ସବୁ ଚକେଲେଟ୍ ଉପହାର। ସ୍ପେସାଲ ବନିଯିବ ଆପଣଙ୍କ ଦିନ।
ନୂଆଦିଲ୍ଲୀ: ଏବେ ଚାଲିଛି ପ୍ରେମ ସପ୍ତାହ। ଫେବୃଆରୀ ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ସପ୍ତାହର ଆଜି ତୃତୀୟ ଦିନ। ଯାହାକୁ ଚକୋଲେଟ୍ ଡ଼େ ବୋଲି କୁହାଯାଏ। ଏହି ଦିନ ଚକୋଲେଟ୍ ଦେଇ ଜଣେ ଅନ୍ୟ ଜଣଙ୍କ ପାଖରେ ନିଜ ମନର ଭାବନାକୁ ପରିପ୍ରକାଶ କରିଥାଏ।
ଗୋଟେ ପଟେ ଯୁବ ପିଢୀ ନିଜ ସାଥୀଙ୍କ ସହ ଚକୋଲେଟ୍ ସେୟାର କରୁଥିବା ବେଳେ, ଅନ୍ୟ ପଟେ ସାଧାରଣ ଲୋକ ଚକୋଲେଟର ଆଦାନ ପ୍ରଦାନ କରି ନିଜ ସମ୍ପର୍କ ମଧ୍ୟରେ ଥିବା ମନୋମାଳୀନକୁ ଦୂର କରିଥାନ୍ତି।
ଚକୋଲେଟ୍: ଏମିତିରେ ଚକୋଲେଟ୍ ଖାଇବାକୁ କାହାକୁ ବା ପସନ୍ଦ ନୁହଁ। ସେଥିପାଇଁ ତ ପ୍ରେମ ସପ୍ତାହ ଭିତରେ ଚକୋଲେଟ୍ ଡେ କୁ ବି ସ୍ଥାନ ମିଳିଛି। ଚକୋଲେଟ ଡେ’ ଏପରି ଏକ ଦିନ ଯେଉଁ ଦିନ ଆମେ ଅନ୍ୟ ଜଣଙ୍କୁ ଚକୋଲେଟ୍ ଦେଇ ନିଜ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ମଧୁର କରିପାରିବା।
ଚକୋଲେଟ ଡେ’ରେ ଚକୋଲେଟ୍ ସେୟାର କରିବା ଭଲ କଥା । କିନ୍ତୁ ଏହା ଆହୁରି ମଧ୍ୟ ଭଲ ହୋଇପାରିବ ଯେତେବେଳେ ଆପଣ ସାମ୍ନାରେ ଥିବା ବ୍ୟକ୍ତିର ପସନ୍ଦକୁ ଜାଣିଥିବେ। ତେଣୁ ନିଜ ମନପସନ୍ଦର ଲୋକଙ୍କ ପାଇଁ ତାଙ୍କ ମନପସନ୍ଦର ଚକୋଲେଟ୍ ଗିପ୍ଟ ଦିଅନ୍ତୁ। ତେବେ ଆସନ୍ତୁ ଜାଣିବା କାହାକୁ କେଉଁ ଚକୋଲେଟ୍ ଦେବା।
କେକ୍ ଚକୋଲେଟ୍: ଏମିତିରେ ମାର୍କେଟରେ ବିଭିନ୍ନ ଦାମର ଭିନ୍ନ ଭିନ୍ନ ଫ୍ଲେବରର ଚକୋଲେଟ୍ ବିକ୍ରି ହୁଏ। ହେଲେ କେକ୍ ଚକୋଲେଟକୁ ପ୍ରେମୀଯୁଗଳ ଅଧିକ ପସନ୍ଦ କରିଥାନ୍ତି।
ଚକୋଲେଟ ଡେ’ରେ କେକ ଚକୋଲେଟ୍ ସାଧାରଣ ରୂପେ ସେୟାର କରାଯାଇଥାଏ। ଏହା ଯୁବ ପ୍ରେମୀଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ। ଅଧିକାଂଶ ଯୁବ ପ୍ରେମୀ ଚକୋଲେଟ୍ ଡେ’ରେ ଚକେଲେଟ୍ କେକ ଉପହାର ଦେବାକୁ ପସନ୍ଦ କରିଥାନ୍ତି।
ମିଲ୍କ ଚକୋଲେଟ୍: ଏହାଛଡ଼ା ମିଲ୍କ ଚକୋଲେଟର ମଧ୍ୟ ବେଶ ଚାହିଦା ରହିଛି। ମିଲ୍କ ଚକୋଲେଟକୁ ଅନ୍ୟକୁ ଉପହାର ଦେବା ସଠିକ୍ ବୋଲି ମନାଯାଏ। କାରଣ ମିଲ୍କ ଚକୋଲେଟ୍ ହୃଦୟ ସହ ଜଡିତ।
ଡାର୍କ ଚକୋଲେଟ୍: ଚକୋଲେଟ ଡେ’ ରେ ଡାର୍କ ଚକୋଲେଟ ଡାୟଟିଙ୍ଗରେ ଥିବା ଲୋକଙ୍କୁ ଗିଫ୍ଟି କରନ୍ତୁ। ଡାର୍କ ଚକୋଲେଟ ଓଜନକୁ ସନ୍ତୁଳନରେ ରଖିଥାଏ।
ନଟସ୍ ଚଲୋଲେଟ୍: ନଟସ୍ ଚକୋଲେଟ୍ ଖାଇବା ପାଇଁ ଖୁବ୍ ସ୍ୱାଦିଷ୍ଟ। ସେଥିପାଇଁ ଏହା ପିଲାମାନଙ୍କ ମଧ୍ୟରେ ଖୁବ ଲୋକପ୍ରିୟ। ତେଣୁ ଏହାକୁ ଉପହାରରେ ଦେବା ମଧ୍ୟ ଖୁବ ଭଲ।
ହ୍ୱାଇଟ୍ ଚକୋଲେଟ୍: ହ୍ୱାଇଟ୍ ଚକୋଲେଟ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ହ୍ୱାଇଟ୍ ଚକୋଲେଟରେ କ୍ୟାଲସିୟମ ଥାଏ ଯାହା ହାଡକୁ ମଜବୁତ କରିଥୀଏ।