fbpx

କେଉଁ ଖେଳ ବେଶୀ Popular? ଭାରତର ସବୁଠୁ ପ୍ରିୟ ଖେଳର ତାଲିକା… ଜାଣନ୍ତୁ କିଏ ଆଗରେ

ଓଡ଼ିଶା ଭାସ୍କର: ଆଗକୁ ଆସୁଛି ଭାରତର ଖେଳ ଦିବସ । ମହାନ୍ ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିବସକୁ ଭାରତରେ ଖେଳ ଦିବସ ଭାବରେ ପାଳନ କରାଯାଏ । ମେଜର ଧ୍ୟାନଚାନ୍ଦଙ୍କୁ ହକି ଯାଦୁଗର ବୋଲି ମଧ୍ୟ କୁହାଯାଏ । ଖେଳରେ ସାରା ଦୁନିଆରେ ସ୍ୱତନ୍ତ୍ର ସ୍ଥାନ ହାସଲ କରି ମେଜର ଧ୍ୟାନଚାନ୍ଦ ଦେଶର ରାଷ୍ଟୀୟ ଖେଳ ହକିକୁ ମଧ୍ୟ ନୂଆ ରୂପ ଦେଇଥିଲେ । ତେବେ ଆପଣ ଜାଣିଛନ୍ତି ଭାରତରେ ସବୁଠାରୁ ଲୋକପ୍ରିୟ ଖେଳ କ’ଣ? କେଉଁ ଖେଳି ଖେଳିବା ପାଇଁ ଭାରତୀୟ ମାନେ ଅଧିକ ପସନ୍ଦ କରନ୍ତି ?

ମେଜର ଧ୍ୟାନଚାନ୍ଦ ସ୍ୱାଧୀନ ଭାରତ ପୂର୍ବରୁ ଏବଂ ପରେ ହକି ଦଳରେ ସଦସ୍ୟ ହୋଇ ରହିଥିଲେ । ତେଣୁ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିବସରେ ଭାରତରେ ଜାତୀୟ ଖେଳ ଦିବସ ପାଳନ ହେଉଥିଲେ ମଧ୍ୟ ଲୋକପ୍ରିୟ ତାଲିକାର ଶୀର୍ଷ ସ୍ଥାନ ହରାଇଛି । ତେବେ ଶ୍ରେଷ୍ଠ ୫ଟି ଖେଳ ଭିତରେ ହକିର ନାମ ସାମିଲ ରହିଛି । ତେବେ ଆସନ୍ତୁ ଜାଣିବା ଭାରତର ସବୁଠୁ ଲୋକପ୍ରିୟ ୫ଟି ଖେଳ:

କ୍ରିକେଟ: ସବୁଠାରୁ ଲୋକପ୍ରିୟ ଖେଳ ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଛି କ୍ରିକେଟ । ଦେଶର ଅଧିକାଂଶ ସ୍ଥାନରେ କ୍ରିକେଟ ଖେଳିବା ପାଇଁ ଲୋକେ ପସନ୍ଦ କରିଥାନ୍ତି । ଭାରତରେ ଏହାକୁ ଏକ ଧର୍ମ ଭାବରେ ପୂଜା କରାଯାଏ ଏବଂ ସବୁଠାରୁ ଅଧିକ ଏହାକୁ ଫଲୋ କରନ୍ତି ଆବାଳ ବୃଦ୍ଧ ବନିତା । ଭାରତରେ କ୍ରିକେଟର ଫ୍ୟାନବେସ୍ ଖୁବ ଅଧିକ ରହିଥିବା ବେଳେ ମିଡିଆ କଭରେଜ୍ ମଧ୍ୟ ସେହି ଅନୁସାରେ ହୋଇଥାଏ । ଏପରିକି ବିସିସିଆଇ ବର୍ତ୍ତମାନ ସାରା ବିଶ୍ୱ କ୍ରିକେଟରେ ସର୍ବ ଶକ୍ତିମାନ ପାଲଟିଛି ।

ଫୁଟବଲ: କ୍ରିକେଟ ପରେ ଭାରତରେ ସର୍ବାଧିକ ଲୋକପ୍ରିୟତା ହାସଲ କରିଛି ଫୁଟବଲ । ନର୍ଥ ଇଷ୍ଟ, ବେଙ୍ଗଲ ଏବଂ ଦକ୍ଷିଣ ଭାରତରେ ଫୁଟବଲ ଦେଖିବା ପାଇଁ ଅଧିକାଂଶ ଲୋକ ପାଗଳ ହୋଇଥାନ୍ତି । ଇଣ୍ଡିଆନ୍ ସୁପର ଲିଗ୍ ଆସିବା ପରେ ଫୁଟବଲର ଲୋକପ୍ରିୟତା ବଢିବା ଷ୍ଟାର ଫୁଟବଲର ସୁନୀଲ ଛେତ୍ରୀଙ୍କ ଦବଦବା ମଧ୍ୟ ଦେଖିବାକୁ ମିଳିଛି ।

ହକି: ଭାରତର ଜାତୀୟ ଖେଳ ହକି ଏହି ତାଲିକାର ତୃତୀୟ ସ୍ଥାନରେ ରହିଛି । ଏହି ଖେଳର ଇତିହାସ ଖୁବ ସମୃଦ୍ଧ ରହିଛି । ହକି କେଳରେ ହିଁ ଭାରତ ୮ଟି ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛି । ଏହାବ୍ୟତୀତ ଗତ ୨ଟି ଅଲିମ୍ପିକ୍ସରେ ଲଗାତାର ବ୍ରୋଞ୍ଜ ପଦକ ହାସଲ କରି ରେକର୍ଡ ସୃଷ୍ଟି କରିଛି ଭାରତୀୟ ହକି ଟିମ୍ । ମେଜର ଧ୍ୟାନଚାନ୍ଦଙ୍କ ଏହି ଖେଳରେ ପ୍ରମୁଖ ଭୂମିକା ରହିଛି । ତେଣୁ ତାଙ୍କ ହକିର ଯାଦୁଗର ବୋଲି ମଧ୍ୟ କୁହାଯାଉଛି ।

ବ୍ୟାଡମିଣ୍ଟନ୍: ଖେଳର ଲୋକପ୍ରିୟତା ଅନୁସାରେ ଚତୁର୍ଥ ସ୍ଥାନ ହାସଲ କରିଛି ବ୍ୟାଡମିଣ୍ଟନ୍ । ଏହି କେଳରେ ଭାରତକୁ କିଛି ପୁରୁଣା ଲୋକ ପ୍ରସିଦ୍ଧ କରାଇଛନ୍ତି । ପ୍ରକାଶ ପାଦୁକୋନ୍, ପୁଲେଲା ଗୋପୀଚାନ୍ଦଙ୍କ ପରେ ବର୍ତ୍ତମାନ ସାଇନା ନେହୱାଲ, ଲକ୍ଷ୍ୟ ସେନ୍ ଏବଂ ପିଭି ସିନ୍ଧୁ ଭାନ୍ର ବ୍ୟାଡମିଣ୍ଟନ୍ ଆଇକନ୍ ପାଲଟିଛନ୍ତି । ଏମାନଙ୍କ ସଫଳତା ଭାରତରେ ବ୍ୟାଡମିଣ୍ଟନକୁ ଲୋକପ୍ରିୟତା ଆଣି ଦେଇଛି ।

କବାଡ଼ି: ଭାରତରେ କବାଡ଼ି ଖେଳର ସ୍ୱତନ୍ତ୍ର ସ୍ଥାନ ପାଇଛି । ଇଣ୍ଟରନେସନାଲ କ୍ରିକେଟରୁ ଗାଁ ଗହଳି ପର୍ଯ୍ୟନ୍ତ ଏହା ସମସ୍ତଙ୍କର ପସନ୍ଦ ପାଲଟିଛି । ବିଶ୍ୱକପରୁ ଆରମ୍ଭ କରି ପ୍ରୋ କବାଡ଼ି ଲିଗ୍ ପର୍ଯ୍ୟନ୍ତ ଭାରତୀୟ ଖେଳାଳି ମାନଙ୍କର ଦବଦବା ଦେଖିବାକୁ ମିଳିଛି । ପ୍ରୋ କବାଡ଼ି ଲିଗ୍ ଆସିବା ପରେ ଦେଶରେ ଏହି ଖେଳର ଲୋକପ୍ରିୟତାରେ ଖୁବ ବୃଦ୍ଧି ପାଇଛି ।

Get real time updates directly on you device, subscribe now.