Breaking: ଏପଟେ ମା’ କରିଥିଲା ଜାଗର, ସେପଟେ ନାବାଳକ ପୁଅ ମୁଣ୍ଡ ଉପରେ ଚଢ଼ିଗଲା ମିଲ୍କ ଭ୍ୟାନ
ସିଧା ଆସିଲା କୁନି ପୁଅର ମୁଣ୍ଡ ଉପରେ ମିଲ୍କ ଭ୍ୟାନ ଚଢାଇ ଦେଲା। ଫଳରେ ଘଟଣାସ୍ଥଳରେ ହିଁ ନାବାଳକର ଜୀବନ ଚାଲିଗଲା।
ବାଲିଅନ୍ତା: ସିଧା ଆସିଲା କୁନି ପୁଅର ମୁଣ୍ଡ ଉପରେ ମିଲ୍କ ଭ୍ୟାନ ଚଢାଇ ଦେଲା। ସ୍ଥାନୀୟ ଲୋକ ଯେତେ ଚିତ୍କାର କଲେ ମଧ୍ୟ କିଛି ଶୁଣିଲାନି। ପିଲାଟି ସାଇକେଲ ନେଇ ଯିବା ବେଳେ ପଛପଟୁ ଆସି ଚାପିଦେଲା। ଆଉ ଘଟଣା ସ୍ଥଳରେ ହିଁ ନାବାଳକର ଜୀବନ ଚାଲିଗଲା।
ହଁ ଘରେ ମା ଜାଗର କରିଥିଲା। ସକାଳୁ ସକାଳୁ ଯାଇ ପିଲାଙ୍କର ଶୁଭ ମନାସି ବାବା ଭୋଳାନାଥଙ୍କ ନିକଟରେ ଗୁହାରି କରିଥିଲା। ହେଲେ ଏପଟେ ଜାଗରରେ ପୁଅକୁ ଛଡ଼଼ାଇନେଲେ ଭଗବାନ। ଘରେ ମା ଅପେକ୍ଷା କରି ବସିଛି ମୋ ପୁଅ ଆସିବ। ହେଲେ ବାଟରେ ମରି ପଡିଛି କୁନି ପୁଅଟି।
ହଁ ଆଜ୍ଞା ଏପରି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଭୁବନେଶ୍ୱର ବାଲିଅନ୍ତା ସାଇଫନ ଛକଠାରେ। ଜଣେ ନାବାଳକ ସାଇକେଲ ଚଲାଇ ଯାଉଥିବା ବେଳେ ଏକ ମିଲ୍କ ଭ୍ୟାନ ଆସି ପିଲାଟି ଉପରେ ଚଢାଇଦେଲା।
ଫଳରେ ଘଟଣାସ୍ଥଳରେ ହିଁ ନାବାଳକର ଜୀବନ ଚାଲିଗଲା। ପରେ ସ୍ଥାନୀୟ ଲୋକେ ମିଲ୍କ ଭ୍ୟାନଟିକୁ ପୋଡି ଦେବା ସହ ଚାଳକକୁ ନିସ୍ତୁକ ମାଡ଼ ମାରିଥିଲେ। ଘଟଣା ସ୍ଥଳରେ ବାଲିଅନ୍ତା ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ଠାରୁ ଚାଳକକୁ ଉଦ୍ଧାର କରିଛି।