fbpx

ପେଟ ପାଇଁ ବିଶୋଧକର କାମ କରିଥାଏ ମୂଳା, ଜାଣନ୍ତୁ ଏହାକୁ ଖାଦ୍ୟରେ ସାମିଲ କଲେ ଆଉ କ’ଣ ସବୁ ମିଳିବ ଫାଇଦା

ଭୁବନେଶ୍ବର (ଭାସ୍କର ନ୍ୟୁଜ୍): ପନିରିବା ମଧ୍ୟରେ ମୂଳା ଅନ୍ୟତମ । ମୂଳା ପେଟର ବିଭିନ୍ନ ରୋଗ ଏବଂ ପାକସ୍ଥଳୀ ନିମନ୍ତେ ଲାଭଦାୟକ ହୋଇଥାଏ ସେଥିପାଇଁ ଆର୍ୟୁବେଦରେ ମୂଳାକୁ ପେଟ ଏବଂ ପାକସ୍ଥଳୀ ପାଇଁ ସବୁଠୁ ଉତ୍ତମ ପ୍ରାକୃତିକ ବିଶୋଧକ ଭାବରେ ଗଣାଯାଏ । ଆଜିକାଲି ଅଧିକାଂଶ ଲୋକ ପେଟରୋଗରେ ଆକ୍ରାନ୍ତ ହେଉଛନ୍ତି । ଯଦି ପ୍ରତିଦିନ ଆପଣ ମୂଳା ଖାଇବେ ତେବେ ଆପଣଙ୍କ ପେଟ ସବୁବେଳେ ଠିକ୍‌ ରହିବ । ମୂଳାରେ ଏନସ୍ୟୋନିଂସ୍‌ ରହିଥାଏ ଯାହା ଆମକୁ ଅନେକ ପ୍ରକାର ରୋଗରୁ ସୁରକ୍ଷା ପ୍ରଦାନ କରିଥାଏ । ମୂଳା ଖାଇଲେ ଆମ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ ।

ପୁଷ୍ଟିସାରରେ ଗଢ଼ା ମୂଳା: ମୂଳା ପୁଷ୍ଟିସାରରେ ଗଢ଼ା ଯାହା ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ । ୧୦୦ଗ୍ରାମ୍‌ ମୂଳାରେ ୧୮ଗ୍ରାମ୍‌ କ୍ୟାଲୋରୀ,୦.୧ ଗ୍ରାମ୍‌ ଚର୍ବି,୪.୧ଗ୍ରାମ୍‌ କାର୍ବୋହାଇଡ୍ରେଟ୍‌,୧.୬ଗ୍ରାମ୍‌ ଫାଇବର,୨.୫ଗ୍ରାମ୍‌ ସୁଗାର,୦.୬ଗ୍ରାମ୍‌ ପ୍ରୋଟିନ୍‌,୩୬ଧ ଭିଟାମିନ୍‌ ସି,୨ଧ କ୍ୟାଲସିୟମ୍‌,୪ଧ ମ୍ୟାଗ୍ନେସିୟମ୍‌ ରହିଥାଏ ।

Get real time updates directly on you device, subscribe now.