fbpx

୫୮ ଦେଶରେ ବ୍ୟାପିଲାଣି ମଙ୍କିପକ୍ସ, WHN ଘୋଷଣା କଲା ମହାମାରୀ

Advertisement

ନୂଆଦିଲ୍ଲୀ: ଗତ ଦୁଇ ବର୍ଷରୁ ଅଧିକ ସମୟ ହେବ ବିଶ୍ୱକୁ କରୋନା ମହାମାରୀ କବଳିତ କରି ରଖିଛି । ଏବେବି କରୋନାର ବଢ଼ୂଥିବା ମାମଲା ଚିନ୍ତା ବଢ଼ାଇଛି । କରୋନା ମହାମାରୀର ବିପଦ ଟଳି ନଥିବାବେଳେ ଏବେ ଦୁନିଆକୁ ଆଉ ଏକ ମହମାରୀର ବିପଦ ଘାରିଛି । ଗତ କିଛି ମାସରୁ ବିଶ୍ୱର ଭିନ୍ନ ଭିନ୍ନ ଦେଶରେ ମଙ୍କିପକ୍ସ ମାମଲା ସାମ୍ନାକୁ ଆସିଛି । ଯାହାକୁ ନେଇ ଏବେ ୱାର୍ଲ୍ଡ ହେଲ୍ଥ ନେଟୱର୍କ(ଡବ୍ଲୁଏଚଏନ) ମଙ୍କିପକ୍ସକୁ ମହାମାରୀ ଘୋଷଣା କରିଛି ।

ୱାର୍ଲ୍ଡ ହେଲ୍ଥ ନେଟୱର୍କ କହିଛି ଯେ ମଙ୍କିପକ୍ସକୁ ମହାମାରୀ ଘୋଷିତ କରିବାର ଏକ ମାତ୍ର ଉଦ୍ଦେଶ୍ୟ ଏହାର ବ୍ୟାପକ କ୍ଷତିରୁ ବଞ୍ଚିବା । ଡବ୍ଲୁଏଚଏନ୍ କହିଛି ଯେ ଦୁନିଆରେ ଦେଶମାନଙ୍କୁ ମଙ୍କିପକ୍ସ ବିରୋଧରେ କଡ଼ା ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଅଧିକାରୀମାନେ କହିଛନ୍ତି ଯେ ଗୋଟିଏ ସଂକ୍ରମଣକୁ ମହାମାରୀ ସେତେବେଳେ ଘୋଷଣା କରାଯାଏ ଯେତେବେଳେ ଏହା ବିସ୍ତୃତ କ୍ଷେତ୍ରରେ ବଢ଼ିବାକୁ ଆରମ୍ଭ କରିଥାଏ ଏବଂ ସାଧାରଣ ଲୋକଙ୍କୁ ଏହା ପ୍ରଭାବିତ କରିଥାଏ ।

ଡବ୍ଲୁଏଚଏନ ନିଜ ବୟାନରେ କହିଛି ଯେ ଏପର୍ଯ୍ୟନ୍ତ ୫୮ ଦେଶରେ ମଙ୍କିପକ୍ସର ୩୪୧୭ ମାମଲା ସାମ୍ନାକୁ ଆସିଛି ଏବଂ ଏହି ମହାମାରୀ ଦ୍ରୃତ ଭାବରେ ବ୍ୟାପୁଛି ମହାଦ୍ୱୀପରେ । ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍କିପକ୍ସକୁ ନେଇ ଏକ ବୈଠକ ଡକାଇଛି । ୱାର୍ଲ୍ଡ ହେଲ୍ଥ ନେଟୱର୍କ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ମଙ୍କିପକ୍ସକୁ ନେଇ ଗ୍ଲୋବାଲ ଆକ୍ସନ ନେବାକୁ କହିଛି ।

ସୂଚନାଯୋଗ୍ୟ, ମଙ୍କିପକ୍ସ ଭାଇରସ ଧୀରେ ଧୀରେ ଅନେକ ମହାଦ୍ୱୀପକୁ ବ୍ୟାପିଲାଣି । ବିଶ୍ୱ ସ୍ୱାସ୍ଥ୍ୟ ନେଟୱର୍କର ଆକଳନ ଅନୂଯାୟୀ ଯେଉଁ ଭାବରେ ଏହା ଭିନ୍ନ ଭିନ୍ନ ଦେଶରେ ବ୍ୟାପୁଛି ଯଦି ଏବେ ଏହାକୁ ରୋକିବା ପାଇଁ କଡ଼ା ପଦକ୍ଷେପ ନିଆନଯାଏ ତେବେ ଏହା ପୂରା ଦୁନିଆକୁ ଗ୍ରାସ କରିବ । ଏହାକୁ ଦୃଷ୍ଟିରେ ରଖି ଡବ୍ଲୁଏଚଏନ ଏହାକୁ ମହାମାରୀ ଘୋଷଣା କରିଛି ।

Get real time updates directly on you device, subscribe now.