ଓଡ଼ିଶା ଭାସ୍କର: କୁବେର ଦେବ ହେଉଛନ୍ତି ଧନର ଦେବତା । ଦୀପାବଳିରେ ମା ଲକ୍ଷ୍ମୀଙ୍କ ସହ ପ୍ରଭୁ ଗଣେଶ ଏବଂ କୁବେର ଦେବଙ୍କପୂଜା କରାଯାଏ । ଏହାଦ୍ୱାରା କୁବେର ଦେବଙ୍କ ଆଶିଷ ମଧ୍ୟ ମିଳିପାରିବ । କୁବେର ଦେବଙ୍କ କୃପାରେ ଧନ-ଦୌଲତ ହାସଲ ହୋଇଥାଏ । ତେବେ ରାଶିଚକ୍ରର ୪ ଟି ରାଶି ଉପରେ କୁବେର ଦେବଙ୍କର କୃପା ଅଧିକ ରହିଥାଏ । ଏହି ୪ଟି ରାଶି କୁବେର ଦେବଙ୍କ ବେଶ୍ ପ୍ରିୟ ହୋଇଥାନ୍ତି ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ପ୍ରତ୍ୟେକ ରାଶିମାନଙ୍କର କେହି ସ୍ୱାମୀ ରହିଥାନ୍ତି । ସେହିପରି ଗ୍ରହମାନଙ୍କ ସହ ରାଶିମାନଙ୍କ ଉପରେ ମଧ୍ୟ ବିଭିନ୍ନ ଦେବୀ-ଦେବତାଙ୍କ ପ୍ରଭାବ ରହିଥାଏ । ଧନର ଦେବତା କୁବେର ପ୍ରାୟତଃ ୪ଟି ରାଶିଉପରେ କୃପା ଦୃଷ୍ଟି ରଖିଥାନ୍ତି ।
ବୃଷ: ବୃଷ ରାଶିର ସ୍ୱାମୀ ଶୁକ୍ର ଏବଂ ଶୁକ୍ର ଦେବତା ଧନ-ଦୌଲତ, ବିଳାସତା, ବୈଭବର କାରକ ହୋଇଥାନ୍ତି । କୁବେର ଦେବ ଏବଂ ମା’ ଲକ୍ଷ୍ମୀ ମଧ୍ୟ ଧନ-ବୈଭବର ସ୍ୱାମୀ ଅଟନ୍ତି । ତେଣୁ ବୃଷ ରାଶିର ବ୍ୟକ୍ତିମାନଙ୍କ ଉପରେ କୁବେର ଦେବଙ୍କ ବିଶେଷ କୃପା ରହିଥାଏ । ତେଣୁ ଏମାନଙ୍କ ଜୀବନରେ କେବେ ଧନ-ଦୌଲତର ଅଭାବ ଦେଖାଯାଏ ନାହିଁ ।
କର୍କଟ: ଏହି ରାଶିର ସ୍ୱାମୀ ଚନ୍ଦ୍ରମା ଏବଂ ଏହି ରାଶି କୁବେର ଦେବଙ୍କ ବେଶ୍ ପ୍ରିୟ ହୋଇଥାଏ । କର୍କଟ ରାଶିର ବ୍ୟକ୍ତି ମଧ୍ୟ ଧନକୁବେରଙ୍କ କୃପାରୁ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରିଥାନ୍ତି । ସେମାନେ ଜୀବନରେ ଅନେକ ଧନ ଅର୍ଜନ କରିଥାନ୍ତି ।
ତୁଳା: ଶୁକ୍ର ମଧ୍ୟ ତୁଳାର ସ୍ୱାମୀ ଏବଂ କୁବେର ଦେବ ସେମାନଙ୍କ ପ୍ରତି ବିଶେଷ କୃପା ବୃଷ୍ଟି କରିଥାନ୍ତି । ଯଦିଓ ଏହି ଲୋକମାନେ ଏକ ଗରିବ ପରିବାରରେ ଜନ୍ମ ହୁଅନ୍ତି, ସେମାନେ ପରେ ଧନୀ ହୁଅନ୍ତି । ସେମାନେ ନିଜ ଜୀବନରେ ଅନେକ ଧନ ଏବଂ ସମୃଦ୍ଧତା ପାଆନ୍ତି ।
ଧନୁ: ବୃହସ୍ପତି ହେଉଛନ୍ତି ଧନୁ ରାଶିର ସ୍ୱାମୀ । ବୃହସ୍ପତି ହେଉଛି ସୁଖ, ଭାଗ୍ୟ ଏବଂ ଜ୍ଞାନର କାରକ । ଏହି ଲୋକମାନେ ପରିଶ୍ରମୀ, ସଚ୍ଚୋଟ ଏବଂ ସତ୍ୟବାଦୀ ହୋଇଥାନ୍ତି । ପୁଞ୍ଜି ବିନିଯୋଗ ବିଷୟରେ ମଧ୍ୟ ସେମାନେ ବହୁତ ନିଷ୍ଠାବାନ ହୋଇଥାନ୍ତି । ତେଣୁ କୁବେର ଦେବଙ୍କ କୃପାରୁ ଏହି ଲୋକମାନେ ମଧ୍ୟ ସେମାନଙ୍କ ଜୀବନରେ ଅନେକ ଧନ ପ୍ରାପ୍ତ କରନ୍ତି ।