ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୁନ୍ ମାସ ୨ ତାରିଖ ସନ୍ଧ୍ୟା ସମୟ କେବଳ ଓଡ଼ିଶା ପାଇଁ ନୁହେଁ, ସମଗ୍ର ବିଶ୍ୱ ପାଇଁ ଥିଲା ଏକ ଅଭିଶାପର ଦିନ । ଅଚାନକ ତିନୋଟି ଟ୍ରେନ ଦୁର୍ଘଟଣା ଗ୍ରସ୍ତ ହୋଇ ଚାଲିଯାଇଥିଲା ଶହ ଶହ ଲୋକଙ୍କ ଜୀବନ । ଏଥିସହିତ ଏବେ ବି ଶତାଧିକ ଲୋକ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମୃତକଙ୍କ ମର ଶରୀରକୁ ସଂରକ୍ଷିତ କରି ରଖାଯାଇଥିବା ବେଳେ ସେମାନଙ୍କୁ ବର୍ତ୍ତମାନ ସୁଦ୍ଧା ବି ଚିହ୍ନଟ କରାଯାଇ ପାରିନାହିଁ । ଅନ୍ୟପକ୍ଷରେ ନିଜର ଆତ୍ମୀୟସ୍ୱଜନଙ୍କୁ ହରାଇ ପାଗଳ ହୋଇ ଯାଇଛନ୍ତି ଅନେକ ପରିବାରବର୍ଗ ।
ଏତେ ବଡ଼ ଦୁର୍ଘଟଣାରେ ବହୁସଂଖ୍ୟକ ଲୋକଙ୍କର ଜୀବନ ହାନୀ ହେବା ପରେ ରେଳବାଇର ସୁରକ୍ଷା ‘କବଚ’କୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା । ଏପରିକି ଏହି କବଚ ଥିଲେ ଦୁର୍ଘଟଣାକୁ ଏଡ଼ାଇ ଯାଇ ପାରିଥାନ୍ତା କି ବୋଲି ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ତେବେ ଏହି ଦୁର୍ଘଟଣା ପରଠାରୁ ବାହାନଗା ଷ୍ଟେସନର ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟର (ଏଏସଏମ) ଫେରାର ରହିଥିବା ବେଳେ ତାଙ୍କ ନାମରେ ମାମଲା ଦାୟର କରାଯାଇଛି । ମୃତକ ଓ ଆହତଙ୍କ ପରିବାର ବର୍ଗଙ୍କୁ କେନ୍ଦ୍ର ଓ ଏକାଧିକ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ରାଶି ଘୋଷଣା କରାଯାଇଛି ।
ତେବେ ଏହି ଦୁର୍ଘଟଣା ପ୍ରଥମେ କିପରି ଘଟିଥିଲା ଆଉ ଏହାର ଖବର ପ୍ରଥମେ କିଏ ଦେଇଥିଲା ତାହା ଜାଣିବାକୁ ସମସ୍ତେ ଚାହିଁ ରହିଛନ୍ତି । ଏନଡିଆରଏଫର ଜଣେ ଯବାନ ଭେଙ୍କଟେଶ ସର୍ବପ୍ରଥମେ ଏହି ଦୁର୍ଘଟଣାର ସୂଚନା ନିଜର ସିନିୟରଙ୍କୁ ଫୋନ କରି ଦେଇଥିଲେ । ଭେଙ୍କଟେଶ ଛୁଟିରେ ଯାଉଥିଲେ ଓ ସେ ପଶ୍ଚିମବଙ୍ଗର ହାୱଡ଼ାରୁ ତାମିଲନାଡ଼ୁ ଯାତ୍ରା କରୁଥିଲେ । ସେ ମଧ୍ୟ ଅଳ୍ପକେ ଦୁର୍ଘଟଣାରୁ ବଞ୍ଚି ଯାଇଥିଲେ ।
କୋଲକତାର ଏନଡିଆରଏଫର ୨ୟ ବାଟାଲିୟରେ କାର୍ଯ୍ୟରତ ୩୯ ବର୍ଷୀୟ ଭେଙ୍କଟେଶ ପ୍ରଥମେ ନିଜର ବରିଷ୍ଠ ନିରୀକ୍ଷକଙ୍କୁ ଫୋନ କରି ଦୁର୍ଘଟଣା ସମ୍ବନ୍ଧରେ ସୂଚନା ଦେଇଥିଲେ । ଏହାପରେ ସେ ହ୍ୱାଟସଆପରେ ଦୁର୍ଘଟଣାସ୍ଥଳର ଲାଇଭ୍ ଲୋକେସନ ଏନଡିଆରଏଫ ନିୟନ୍ତ୍ରଣ କକ୍ଷକୁ ପଠାଇଥିଲେ । ଦୁର୍ଘଟଣାର ପ୍ରଥମ ଝଟକାକୁ ନିଜ ଆଖିଲେ ଦେଖିଥିଲେ ଭେଙ୍କଟେଶ । କିଛି ଲୋକ ତଳକୁ ଖସି ପଡ଼ିଥିବା ଭେଙ୍କଟେଶ ଦେଖିଥିଲେ । ଏହାପରେ ଡେରି ନକରି ଭେଙ୍କଟେଶ ଯାତ୍ରୀଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ଲାଗି ପଡ଼ିଥିଲେ । ଦୁର୍ଘଟଣା ଦେଖିବା ପରେ ଭେଙ୍କଟେଶ ନିଜର ଛୁଟି ଭୁଲି ଲୋକଙ୍କୁ ଉଦ୍ଧାର କରିବାରେ ସାମିଲ ହୋଇଥିଲେ । ଜଣେ ମେଡିସିନ ଦୋକାନ ମାଲିକ ଓ ସ୍ଥାନୀୟ ଲୋକେ ପୀଡ଼ିତଙ୍କୁ ଯଥାସମ୍ଭବ ସାହାଯ୍ୟ କରିଥିବାରୁ ଭେଙ୍କଟେଶ ସେମାନଙ୍କୁ ‘ଅସଲି ରକ୍ଷକ’ କହିଛନ୍ତି । ଏ