fbpx

PF ଖାତାରେ ଜମାଟଙ୍କା ଉପରେ ଆପଣଙ୍କ ବ୍ୟତୀତ କାହାର ରହିଛି ହକ୍? ଏବେ ନିଜେ ବଦଳାଇପାରିବେ ନୋମିନି; ଜାଣନ୍ତୁ ପ୍ରକ୍ରିୟା

ନୂଆଦିଲ୍ଲୀ: କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ) ଆକାଉଣ୍ଟଧାରୀଙ୍କ ପାଇଁ ଏକ ଖାସ୍ ସୁବିଧା ଆଣିଛି । ଏହି ଉପାୟରେ ଖାତାଧାରୀ ମାନେ ଖୁବ୍ ସହଜରେ ନୋମିନି ବଦଳାଇପାରିବେ । ଇପିଏଫଓ ସବ୍ ସ୍କ୍ରାଇବର୍ ବା ପିଏଫ୍ ଆକାଉଣ୍ଟ୍ ଧାରୀଙ୍କ ପାଇଁ ନୋମିନି ଖୁବ୍ ଜରୁରୀ ହୋଇଥାଏ । କାରଣ ଦୁର୍ଭାଗ୍ୟବଶତଃ ଯଦି ମୃତ୍ୟୁ ହୋଇଯାଉଛି ତାହେଲେ ଆକାଉଣ୍ଟରେ ଜମା ହୋଇଥିବା ଟଙ୍କା ନୋମିନିକୁ ମିଳିଥାଏ ।

ଇପିଏଫ୍ ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଯେ, ଇପିଏଫ୍ ସଦସ୍ୟ ବର୍ତ୍ତମାନ ଇପିଏଫ୍/ଇପିଏସ୍ ନାମାଙ୍କନ ବଦଳାଇବା ପାଇଁ ନୂଆ ନାମାଙ୍କନ କରିପାରିବେ । ଟୁଇଟ୍ କରିବା ଇପଏଫ୍ ଏକ ଫଟୋ ସେୟାର୍ କରିଛି । । ଯେଉଁଥିରେ ଦର୍ଶାଯାଇଛି ଯେ, ଯଦି କୌଣସି ଇପିଏଫ୍ ସଦସ୍ୟ ପୂର୍ବର ଇପିଏଫ୍/ଇପିଏସ୍ ନୋମିନେସନ୍ କୁ ବଦଳାଇବାକୁ ଚାହୁଁଛି ତାହେଲେ ସେ ନୂତନ ନୋମିନେସନ୍ ଫାଇଲ୍ କରିପାରିବ । ନୂଆ ଇପିଏଫ୍/ଇପିଏସ୍ ନୋମିନେସନ୍, ପୁରୁଣା ନୋମିନେସନ୍ କୁ ଓଭର୍ ରାଇଡ୍ କରିବ ।

ଜାଣନ୍ତୁ କଣ ରହିଛି ପ୍ରକ୍ରିୟା:

୧. ମୋବାଇଲ୍ କିମ୍ବା ଲାପଟପ୍ ରେ https://www.epfindia.gov.in/  ଓପେନ୍ କରନ୍ତୁ ।

୨. ଏବେ ହୋମ୍ ର ଠିକ୍ ପାଖରେ ସର୍ଭିସ୍ ଅପସନ୍ ଉପରକୁ ଯାଇ ଡ୍ରପ୍ ଡାଉନ୍ ତାଲିକାରେ ଥିବା Employees ଅପସନ୍ କୁ କ୍ଲିକ୍ କରନ୍ତୁ ।

୩. ଏହାପରେ ଏକ ନୂଆ ପେଜ୍ ଖୋଲିବ । ଏହି ପେଜ୍ ର ତଳକୁ ସର୍ଭିସେସ୍ ସେକ୍ସନ୍ ରେ ”Member UAN/ Online Services (OCS/OTCP)” ରେ କ୍ଲିକ୍ କରନ୍ତୁ ।

୪. ଏହାପରେ ସ୍କ୍ରିନ୍ ରେ ୟୁନିଫାଇଡ୍ ମେମ୍ବର୍ ପୋର୍ଟାଲ୍ ଆସିବ । ଏହି ପେଜ୍ ରେ ୟୁଏଏନ୍ ଓ ପାସୱାର୍ଡ ପରେ କ୍ୟାପଚା କୋଡ୍ ଦିଅନ୍ତୁ ।୍ର

୫. ଏବେ ସାଇନ୍ ଇନ୍ କରନ୍ତୁ । ଏବେ ମ୍ୟାନେଜ୍ ସେକ୍ସନ୍ ରେ କ୍ଲିକ୍ କରନ୍ତୁ ।

୬. ଡ୍ରପ୍ ଡାଉନ୍ ଲିଷ୍ଟରେ ଇ-ନୋମିନେସନ୍ କୁ ସିଲେକ୍ଟ କରନ୍ତୁ । ଏହାପରେ ନୋମିନେସନ୍ ଷ୍ଟାଟସ୍ ଆସିବ ।

୭. ଯଦି ଆପଣ ନୂଆ ଇ-ନୋମିନେସନ୍ କରିବାକୁ ଚାହୁଁଛନ୍ତି ତାହେଲେ ”Enter New Nomination” ଉପରେ କ୍ଲିକ୍ କରନ୍ତୁ ଓ କୁହାଯାଉଥିବା ପ୍ରୋସେସ୍ କୁ ଫଲୋ କରନ୍ତୁ । ଇ-ନୋମିନେସନ୍ କୁ ପୂରା କରନ୍ତୁ ।

Get real time updates directly on you device, subscribe now.