fbpx

କାହା ହାତରେ ରହିଛି ‘ସୁଭଦ୍ରା ଯୋଜନା’ର ଚାବିକାଠି? ରାଜ୍ୟ-ଜିଲ୍ଲା ଏବଂ ବ୍ଲକ ସ୍ତରୀୟ କମିଟି ଦଳରେ ଏହିମାନଙ୍କୁ ଦାୟତ୍ୱ ଦେଲେ ସରକାର

ଭୁବନେଶ୍ୱର: ରାଜ୍ୟର ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ସୁଭଦ୍ରା ଯୋଜନାର ଗାଇଡଲାଇନ୍ ଜାରି ହୋଇଯାଇଛି । ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ଏହି ଗାଇଡଲାଇନ୍ ଜାରି କରାଯାଇଛି । କେଉଁମାନଙ୍କୁ ଏହି ଯୋଜନାରେ ସୁବିଧା ମିଳିବ ଏବଂ କେଉଁମାନେ ଏଥିରେ ବାଦ୍ ପଡ଼ିବେ, ଏ ନେଇ ସ୍ପଷ୍ଟ ସୂଚନା ଦିଆଯାଇଛି । ଏହାବ୍ୟତୀତ ସୁଭଦ୍ରା ଯୋଜନାକୁ ନେଇ ଅଧିକ ତଥ୍ୟ ସହିତ ଏହାର ଏକ ଗାଇଡଲାଇନ୍ ଜାରି କରିଛନ୍ତି ସରକାର । ରାଜ୍ୟରେ ସୁଭଦ୍ରା ଯୋଜନାକୁ ତଦାରଖ ପାଇଁ ରାଜ୍ୟ ସରକାର ଏକ ୧୫ ଜଣିଆ କମିଟି ଗଠନ କରିଛନ୍ତି । କମିଟିରେ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ ରହିଥିବାବେଳେ ଉନ୍ନୟନ କମିଶନରଙ୍କୁ ଉପାଧ୍ୟକ୍ଷ ଭାବରେ ସରକାର ଦାୟିତ୍ୱ ପ୍ରଦାନ କରିଛନ୍ତି । । ରାଜ୍ୟରେ ସୁବ୍ୟବସ୍ଥା ସହ ସୁଭଦ୍ରା ଯୋଜନାକୁ ଜାରି ରଖିବା ପାଇଁ ଏବଂ ଉଚିତ ହିତାଧିକାରୀଙ୍କୁ ଏହି ସୁବିଧା ଯୋଗାଇ ଦେବା ପାଇଁ ଏହି କମିଟି ଗଠନ କରାଯାଇଛି ।

ଗାଇଡଲାଇନ୍ ଅନୁସାରେ, ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ତଦାରଖ ପାଇଁ ଏକ ରାଜ୍ୟସ୍ତରୀୟ ପରିଚାଳନା ଏବଂ ତଦାରଖ କମିଟି ଗଠନ ହେବ । ଏହି କମିଟି ଯୋଜନାର କାର୍ଯଯ୍ୟାନ୍ୱୟନ ସମ୍ବନ୍ଧୀୟ ନୀତିଗତ ବିଷୟ ଏବଂ ଏଗୁଡ଼ିକର ସମୀକ୍ଷା କରିବା ସହିତ ଏହାର ତଦାରଖ ଏପବଂ ପରାମର୍ଶ ପ୍ରଦାନ କରିବ । ସେହିପରି ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହିତ ବିଭିନ୍ନ ସମସ୍ୟା ଉପରେ ବିଚାର କରି ଉନ୍ନତ ଫଳାଫଳ ପାଇଁ ସଂଶୋଧନର ପ୍ରସ୍ତାବ ଦେବ ଏହି କମିଟି ।

  • ସୁଭଦ୍ରା ଯୋଜନା ୨୧ ବର୍ଷରୁ କମ୍ ଓ ୬୦ ବର୍ଷରୁ ଅଧିକ ମହିଳା ଏଥିରୁ ବାଦ୍ ପଡ଼ିବେ । ଆଧାର କାର୍ଡରେ ଥିବା ଜନ୍ମ ତାରିଖକୁ ବୟସ ଗଣନା ପାଇଁ ଅନ୍ତିମ ତାରିଖ ଭାବେ ଗ୍ରହଣ କରାଯିବ । ତେବେ କେଉଁ ମହିଳା ମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବ ସେ ନେଇ ଏସଓପିରେ ସୂଚନା ଦିଆ ଯାଇଥିଲା ।ବର୍ତ୍ତମାନ ଏହି ଯୋଜନା ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି । ଏହି କମିଟିରେ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଦିଆ ଯାଇଥିବା ବେଳେ  ଉପାଧ୍ୟକ୍ଷ ଭାବରେ ଉନ୍ନୟନ କମିଶନରଙ୍କୁ ସରକାର ନିୟୋଜିତ କରିଛନ୍ତି । ଏହି କମିଟିରେ ୧୨ଜଣ ସଦସ୍ୟଙ୍କୁ ସାମିଲ କରାଯାଇଥିବା ବେଳେ ଜଣେ ସଦସ୍ୟ ସଚିବ ମଧ୍ୟ ରହିଛନ୍ତି ।
  • ଏହାସହିତ ସୁଭଦ୍ରା ଯୋଜନାର ତଦାରଖ ପାଇଁ ଜିଲ୍ଲାସ୍ତରରେ ତଦାରଖ କମିଟି ଓ ବ୍ଲକ୍ ସ୍ତରରେ କମିଟି ଗଠନ କରାଯିବ ବୋଲି ମଧ୍ୟ କୁହାଯାଇଛି । ଜିଲ୍ଲା ସ୍ତରରେ ଜିଲ୍ଲାସ୍ତରୀୟ ତଦାରଖ କମିଟି ଗଠନ କରାଯିବ । ଏହି କମିଟି ଯୋଜନାର ସାମଗ୍ରିକ ତଦାରଖ ଏବଂ କାର୍ଯ୍ୟକାରିତା ପାଇଁ ଦାୟୀ ରହିବ । ଏହି କମିଟିରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଅଧ୍ୟକ୍ଷ ଭାବରେ ରହିବେ । ଏହାପରେ ଅତିରିକ୍ତ ମାଜିଷ୍ଟ୍ରେଟ, ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦଙ୍କ ସମେତ ଜିଲ୍ଲା ଖାଉଟି ଯୋଗାଣ ଅଧିକାରୀ, କୃଷି ଅଧିକାରୀ, ସାମାଜିକ ସୁରକ୍ଷା ଅଧିକାରୀ, ସମାଜ କଲ୍ୟାଣ ଅଧିକାରୀ, ମୁଖ୍ୟ ଜିଲ୍ଲା ପରିଚାଳକ ସାମିଲ ରହିବେ । ଏହାବ୍ୟତୀତ ଅଧ୍ୟକ୍ଷଙ୍କ ଦ୍ୱାରା ମନୋନୀତ ହୋଇଥିବା ୩ ଜଣ ଅଣ-ସରକାରୀ ସିଭିଲ ସୋସାଇଟି ସଂଗଠନର ସଦସ୍ୟ ମଧ୍ୟ ଏହି କମିଟିରେ ସାମିଲ ରହିବେ ।
  • ସେହିପରି ବ୍ଲକ୍ ସ୍ତରରେ ମଧ୍ୟ ଏକ ବ୍ଲକସ୍ତରୀୟ କମିଟି ଗଠନ କରାଯିବ । ବ୍ଲକ୍ ସ୍ତରରେ ବ୍ଲକ୍ ସ୍ତରୀୟ ତଦାରଖ କମିଟି ଗଠନ କରାଯିବ । ଏହି କମିଟି ଯୋଜନାର ସାମଗ୍ରିକ ତଦାରଖ ଏବଂ କାର୍ଯ୍ୟକାରିତା ପାଇଁ ଦାୟୀ ରହିବ । ଏହି କମିଟିରେ ବ୍ଲକ୍ ଉନ୍ନୟନ ଅଧିକାରୀ ଅଧ୍ୟକ୍ଷ ଭାବରେ ରହିବେ । ଏହାପରେ ତହସିଲଦାର, ବ୍ଲକ୍ ଯୋଗାଣ ଅଧିକାରୀ, ସାମାଜିକ ସୁରକ୍ଷା ଅଧିକାରୀ,  ଶିଶୁ ବିକାଶ ପ୍ରକଳ୍ପ ଅଧିାକରୀ ନିୟୋଜିତ ହେବେ । ଏହାବ୍ୟତୀତ ବ୍ଲକରେ ସେବା କ୍ଷେତ୍ରରୁ ୨ ଜଣ ବ୍ୟାଙ୍କର ଏବଂ ଅଧ୍ୟକ୍ଷଙ୍କ ଦ୍ୱାରା ମନୋନୀତ ହୋଇଥିବା ଅନ୍ୟ କୌଣସି ଅଧିକାରୀ ସଦସ୍ୟ ସାମିଲ ଭାବରେ ରହିବେ । ଏ

Get real time updates directly on you device, subscribe now.