fbpx

ସୁକେଶ ଚନ୍ଦ୍ରଶେଖର କିଏ? ଜାକଲିନ ଫର୍ଣ୍ଣାଡିଜଙ୍କ ସହ କଣ ରହିଛି ତାଙ୍କ ସମ୍ପର୍କ ଓ କିପରି ହେଲେ ମହାଠକ! ଜାଣନ୍ତୁ

ନୂଆଦିଲ୍ଲୀ: ମହାଠକ ସୁକେଶ ଚନ୍ଦ୍ରଶେଖର ଓ ବଲିଉଡ୍ ଅଭିନେତ୍ରୀ ଜାକଲିନ୍ ଫର୍ଣ୍ଣାଡିଜ୍ ନାଁ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି । ହେଲେ ଏହି ଚର୍ଚ୍ଚା ଦୁହିଁଙ୍କ ଭାଇରାଲ୍ ହେଉଥିବା ଏକ ଫଟୋକୁ ନେଇ ହେଉଛି । କୁହଯାଉଛି ଯେ, ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପନ୍ଧ ଥିଲା । କିନ୍ତୁ ଜାକଲିନଙ୍କ ତରଫରୁ ସବୁ କଥାକୁ ଖଣ୍ଡନ କରାଯାଇଛି । ତେବେ ୨୦୦ କୋଟି ଟଙ୍କା ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛି ଚନ୍ଦ୍ରଶେଖର । ଏହି ଠକେଇ ମାମଲାକୁ ନେଇ ଜାକଲିନ୍ ଙ୍କୁ ଅନେକ ଥର ପ୍ରବର୍ତ୍ତନ ମନ୍ତ୍ରାଳୟ ପଚରାଉଚରା କରୁଛି ।

ଦୁହିଁଙ୍କ ଭାଇରାଲ୍ ହେଉଥିବା ଫଟୋରେ ଜାକଲିନ୍ ଓ ସୁକେଶ ଖୁବ୍ ନିକଟତର ଥିବା ଦେଖିବାକୁ ମିଳିଛି । କୁହାଯାଉଛି ଯେ, ଏହି ଫଟୋକୁ ଚଳିତ ବର୍ଷ ଏପ୍ରିଲ୍-ଜୁନ୍ ମାସରେ ଉଠାଯାଇଛି, ଯେଉଁ ସମୟରେ ସୁକେଶ ଅନ୍ତରୀଣ ଜାମିନ୍ ରେ ବାହାରିଥିଲେ । ରିପୋର୍ଟ ମୁତାବକ, ମାମଲାର ମୁଖ୍ୟ ଅଭିଯୁକ୍ତ ଜାକଲିନ୍ ଙ୍କୁ ଚେନ୍ନାଇରେ ୪ ଥର ଭେଟିଛି । ଏହା ସହିତ ସେ ଅଭିନେତ୍ରୀଙ୍କୁ ଭେଟିବା ପାଇଁ ପ୍ରାଇଭେଟ୍ ଜେଟ୍ ର ମଧ୍ୟ ବ୍ୟବସ୍ଥା କରିଥିଲା ।
କିଏ ଏହି ସୁକେଶ ଚନ୍ଦ୍ରଶେଖର?

ବେଙ୍ଗାଲୁରୁରେ ରହୁଥିବା ଚନ୍ଦ୍ରଶେଖର ୧୭ ବର୍ଷ ବୟସରେ ଠକେଇ କାମ ଆରମ୍ଭ କରିଥିଲା । ତାର କଳା କାରନାମା ପ୍ରଥମେ ବେଙ୍ଗାଲୁରୁରେ ଓ ପରେ ଚେନ୍ନାଇରେ ପହଞ୍ଚିଥିଲା । ଏହାପରେ ସେ ବଡ଼ ସହରକୁ ଯାଇ ଅନେକ ବଡ଼ ବଡ଼ ବ୍ୟବସାୟୀଙ୍କୁ ଠକିଛି । ଚନ୍ଦ୍ରଶେଖର, ବାଲାଜୀ ନାମରେ ମଧ୍ୟ ପରିଚିତ । ଚାକିରୀ ଦେବା ନାମରେ ଲୋକଙ୍କୁ ଠକେଇର ଶିକାର ବନାଇଛି । ନିଜକୁ ରାଜନେତାଙ୍କ ସମ୍ପର୍କୀୟ ବୋଲି ପରିଚୟ ଦେଇ ୧୦୦ ଜଣରୁ ଅଧିକ ଲୋକଙ୍କ ଠାରୁ ୭୫ କୋଟି ଟଙ୍କାର ଠକେଇ କରିଛି ।

Get real time updates directly on you device, subscribe now.