fbpx

(Video) ତଅପୋଇ କିଏ? କାହା ଅଭିଶାପରେ ହୋଇଥିଲା ତାଙ୍କର ମୃତ୍ୟୁ? ଜାଣନ୍ତୁ ଖୁଦରକୁଣି ପୂଜାର ମହତ୍ତ୍ୱ

ଓଡ଼ିଶା ଭାସ୍କର: ସାତ ଭାଇରେ ଗୋଟିଏ ବୋଲି ଅଲିଅଳି ଭଉଣୀ ତଅପୋଇ ବାପା-ମା’ଙ୍କର ଜୀବନ, ଆଖିର ତାର , ଯିଏ ସୁନା ଥାଳିରେ ଖାଉଥିଲେ, ଏମିତି କି ଧୂଳି ବି ତାଙ୍କ ପାଦରେ ଲାଗୁ ନଥିଲା, ସରଗର ପରିଟେ ପରି ଜୀବନ ବିତାଉଥିଲେ , ଅଚାନକ ତାଙ୍କର ଭାଗ୍ୟର ରେଖା ଏମିତି ବଦଳିଗଲା କେମିତି, ରାଜକୁମାରୀରୁ କାହିଁକି ବନିଗଲେ ଦାଣ୍ଡର ଭିକାରୁଣୀ । ଆପଣମାନେ ତ ଏ କାହାଣୀ ବହୁତ ଭାବରେ ଜାଣିଥିବେ ଶୁଣିଥିବେ ହେଲେ ପ୍ରକୃତରେ ତଅପୋଇ କିଏ , କାହିଁକି ତାଙ୍କ ଏତେ ଅଘଟଣ ଘିଲା ଏମିତି ଏତେ କଷ୍ଟ ସହିଲା ପରେ ବି ଭଗବାନ ତାଙ୍କର ସୁଖ ଦେଖି ପାରିଲନି ବାହା ହେବାର ମାତ୍ର ୮ ଦିନ ପରେ ତାଙ୍କ ମୃତ୍ୟୁ ହୋଇଗଲା । ଏମିତି ଅଭିଶପ୍ତ ଜୀବନ କାଟିବା ପଛରେ କଣ ରହିଛି ପ୍ରକୃତ ସତ ଆସନ୍ତୁୂ ଜାଣିବା ।

ବାସ୍ତବରେ ତଅପୋଇ ଜଣେ ସାଧାରଣ ଝିଅ ନଥିଲେ ସେ ଥିଲେ ସ୍ୱର୍ଗର ଅପ୍ସରୀ । କୋøଣସି କାରଣ ବଶତ ଦେବରାଜ ଇନ୍ଦ୍ର ତାଙ୍କୁ ଅଭିଶାପ ଦେଇଥବଲେ ଯେଉଁ କାରଣରୁ ସେ ସର୍ବ୍ଗର ଅପ୍ସରୀରୁ ପାଲଟି ଯାଇଥିଲେ ଖୁଦ ରଙ୍କୁଣୀ । ଇନ୍ଦ୍ରଙ୍କ ଦ୍ୱାରା ଅଭିଶପ୍ତ ହେବା ପରେ ସେ ସ୍ୱର୍ଗରୁ ଆସି ମନୁଷ୍ୟ ରୂପରେ ପୃଥିବୀରେ ଜନ୍ମ ଗ୍ରହଣ କରିଥିଲେ , ଆଉ ଏଠାରେ ଦୀର୍ଘ ୧୬ ବର୍ଷ କାଟିବାକୁ ପଡିଥିଲା । ଯାହାକୁ ଦେଖି ତାଙ୍କ ସ୍ୱାମୀ ଚିତ୍ରସେନ ଜୋରରେ କାନ୍ଦିବାକୁ ଲାଗିଥିଲେ, ତାଙ୍କ ପତ୍ୀକୁ ଅଭିଶପରୁ ମୁକ୍ତି କରିବା ସହିତ ପୁଣି ଥରେ ଅପ୍ସରା ରୂପକୁ ଫେରାଇ ଆଣିବା ପାଇଁ ଦେବରାଜ ଇନ୍ଦ୍ରଙ୍କୁ ଅନୁରୋଧ କରିଥିଲା ।

ତାଙ୍କର ଅନୁରୋଧ ରକ୍ଷା କରି ଦେବରାଜ ଇନ୍ଦ୍ର ଅଭିଶାପକୁ କୋହଳ କରିଥିଲେ, ଆଉ କହିଥିଲେ ଠିକ ଯେବେ ତାଙ୍କୁ ୧୬ ବର୍ଷ ପୁରିବ ସେତେବେଳ ହିଁ ସେ ତାଙ୍କର ଅଭିଶାପରୁ ମୁକ୍ତ ହେବେ । ଆଉ ଠିକ ସେଇଭଳି ହିଁ ହୋଇଥିଲା । ପୃଥିବୀ ଲୋକରେ ତଅପୋଇ ତାଙ୍କ ଅଭିଶପ୍ତ ଜୀବନ କାଟିବାକୁ ଲାଗିଲେ , ଅନେକ ଦୁଃଖ କଷ୍ଟ ସହିଲେ , ଶେଷରେ ତାଙ୍କର ଯେତେବେଳ ବିରଂଚି ସାଧବଙ୍କୁ ବିବାହ କରିବା ପରେ ଠିକ ବିବହାର ଅଷ୍ଟମ ଦିନ ହିଁ ତାଙ୍କର ୧୬ ବର୍ଷ ପୁରି ଯାଇଥବଲା ଏବଂ ସେ ଅଭିଶାପରୁ ମୁକ୍ତ ହୋଇ ପୁଣି ଥରେ ଅପ୍ସରା ରାଇଜକୁ ଫେରିଗଲେ ।

ପ୍ରତ୍ୟେକ ବର୍ଷ ଭାଦ୍ରବ ମାସ ପ୍ରଥମ ରବିବାର ରୁ ଆରମ୍ଭ ହୁଏ ଦେବୀ ତଅପୋଇଙ୍କ ବ୍ରତ, ଯାହାକୁ କୁହାଯାଏ ଖୁଦରକୁଣି ଓଷା । ଗାଁ ଠୁ ସହର ପର୍ଯ୍ୟନ୍ତ ପ୍ରତ୍ୟକ କୁମାରୀ ଝିଅ ମାନେ ଶ୍ରଦ୍ଧାରେ ଏହି ବ୍ରତ କରିଥାନ୍ତି, ବିଶେଷ କରି ଏହି ବ୍ରତରେ ମା ମଙ୍ଗଳାଙ୍କ ମୃତ୍ତିକା ପ୍ରତିମାକୁ ପୂଜାର୍ଚନା କରାଯାଏ, କିନ୍ତୁ ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ତଅପୋଇଙ୍କର ଗାଁ ଆଜି ବି ଅଛି । ଆଜି ବି ରହିଛି ସେହି ବନ, ଯେଉଁଠି ତଅପୋଇ ତାର ଘରମଣି ନାମକ ଛେଳିକୁ ହଜାଇ ମା ସର୍ବମଙ୍ଗଳାଙ୍କୁ ଆରାଧନା କରିଥିଲା । ଆଉ ତା ଆରାଧନାରେ ଦେବୀ ମଙ୍ଗଳା ପ୍ରସନ ହୋଇ ତାର ସାଧବ ଭାଇମାନଙ୍କୁ ସକୁଶଳେ ବିଦେଶରୁ ଫେରାଇ ଆଣିଥିଲେ, ଆଉ ତଅପୋଇ ତାର ଘରମଣିକୁ ପାଇଥିଲା ।

Get real time updates directly on you device, subscribe now.