fbpx

କିଏ ନୂଆ ମୁଖ୍ୟମନ୍ତ୍ରୀ? ଆଜି ଜଣା ପଡ଼ିବ ଓଡ଼ିଶାର ନୂଆ CM ଚେହେରା: ବଡ଼ ଘୋଷଣାକୁ ଚାହିଁଛି ସାରା ରାଜ୍ୟ

Advertisement

ଭୁବନେଶ୍ୱର: ବାସ୍ ଆଉ କେଇଟା ଘଣ୍ଟାର ପେକ୍ଷା, ସବୁ ଆଲୋଚନା-ପର୍ଯ୍ୟାଲୋଚନାରେ ପଡ଼ିବ ପୂର୍ଣ୍ଣଚ୍ଛେଦ । ସ୍ପଷ୍ଟ ହୋଇଯିବ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଚେହେରା । ନବୀନ ପଟ୍ଟନାୟକଙ୍କ ପରେ ଓଡ଼ିଶାରେ କିଏ ମୁଖ୍ୟମନ୍ତ୍ରୀ ହେବେ, ତାହାର ଏକ ସ୍ପଷ୍ଟ ଚିତ୍ର ଆଜି ସାମନାକୁ ଆସିବ । ଆଜି ବିଜେପି କାର୍ଯ୍ୟାଳୟରେ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେବ । ଅପରାହ୍ନ ସାଢେ ୪ଟାରେ ଏହି ବୈଠକ ହେବାକୁ ଥିବା ବେଳେ ଏହି ବୈଠକରେ କ୍ୟାବିନେଟ ପାହ୍ୟାର ୨ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ମଧ୍ୟ ସାମିଲ ହେବେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଭୂପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଉପରେ ମୋହର ଲାଗିବ । ସର୍ବ ସମ୍ମତି କ୍ରମେବିଧାୟକ ଦଳ ଚୟନ କରାଯିବା

ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଖୁବ ଚର୍ଚ୍ଚା ଜୋର ଧରିଛି । ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନେକ ବିଜୟୀ ବିଧାୟକଙ୍କ ନାଁ ସାମନାକୁ ଆସୁଛି । ତେବେ ସବୁଠାରୁ ଆଗରେ ବିଧାୟକ ସୁରେଶ ପୂଜାରୀ ଏବଂ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ନାମ ଖୁବ ଉପରେ ରହିଛି । ଏହାବ୍ୟତୀତ ସୁରଜ ସୂର୍ଯ୍ୟବଂଶୀ, ସୁରମା ପାଢୀଙ୍କ ସମେତ ଆଉ କିଛି ନେତା ମଧ୍ୟ ଏହି ତାଲିକାରେ ରହିଛନ୍ତି । କିନ୍ତୁ କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ ଏବଂ କାହାକୁ ମିଳିବ ଆସନ, ସେ ନେଇ ଏପର୍ଯ୍ୟନ୍ତ ବିଜେପିର ଅଙ୍କ ଛିଡ଼ୁନି । ତେଣୁ ନିର୍ବାଚନ ଫଳାଫଳକୁ ଗୋଟିଏ ସପ୍ତାହ ବିତି ଯାଇଥିଲେ ମଧ୍ୟ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇ ପାରି ନାହିଁ ।

Get real time updates directly on you device, subscribe now.