fbpx
BJD SKY
BJD SKY

କିଏ ବୈଶାଳୀ ଠକ୍କର ? ଆତ୍ମହତ୍ୟା ପରେ ସୁଶାନ୍ତ ସିଂ ରାଜପୁତଙ୍କ ସହ ଭାଇରାଲ ହେଉଛି ଫଟୋ

BJD

ମୁମ୍ବାଇ: ଟେଲିଭିଜନ ଜଗତର ଜଣାଶୁଣା ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ମୃତ୍ୟୁ ଘଟିଛି । ସେ ବିଗତ ଏକ ବର୍ଷ ଧରି ଇନ୍ଦୋରରେ ରହୁଥିବା ବେଳେ ସେଠାରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଅଭିନେତ୍ରୀଙ୍କ ମୃତ୍ୟୁ ପରେ ଟେଲିଭିଜନ ଜଗତରେ ଶୋକର ଛାୟା ଖେଳିଯାଇଛି । ତେବେ ପୋଲିସ ମୃତଦେହ ସହ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ଏହି ଅଭିନେତ୍ରୀଙ୍କ ମୃତ୍ୟୁପରେ ବର୍ତ୍ତମାନ ସୁଶାନ୍ତ ସିଂ ରାଜପୁତଙ୍କ ସହ ତାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ ଆସନ୍ତୁ ଜାଣିବା କିଏ ଏହି ଅଭିନେତ୍ରୀ ଏବଂ ସୁଶାନ୍ତଙ୍କ ସହ କାହିଁକି ଭାଇରାଲ ହେଉଛି ତାଙ୍କ ଫଟୋ ।

ବୈଶାଳୀ ଠକ୍କର, ଷ୍ଟାର୍ ପ୍ଲସ୍ ସିରିଏଲ୍ ‘ୟେ ରିସ୍ତା କ୍ୟା କେହେଲାତା ହୈ’ ରୁ ତାଙ୍କ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ସେ ଏହି ସିରିଏଲରେ ସଞ୍ଜନା ଭୂମିକାରେ ଅଭିନୟ କରିଥିଲେ ବୈଶାଳୀ, ଯାହା ତାଙ୍କୁ ଅନେକ ମାନ୍ୟତା ଦେଇଥିଲା । ଏହାପରେ ସେ ଗୋଟିଏ ପରେ ଗୋଟିଏ ସିରିଏଲରେ ନିଜର ଜଲୱା ଦେଖାଇଥିଲେ । ଟେଲି ଅଭିନେତ୍ରୀ ବୈଶାଳୀ ‘ସସୁରାଲ ସିମର କା’, ‘ୟେ ହୈ ଆଶିକୀ’, ‘ଲାଲ ଇଶ୍କ’ ଏବଂ ‘ବିଶ୍ ଅର ଅମୃତ’ ଆଦି ସିରିଏଲରେ କାମ କରିଥିଲେ । ସେ ‘ସସୁରାଲ ସିମର କା’ରେ ଅଞ୍ଜଲି ଭରଦ୍ୱାଜ ଭୂମିକାରେ ନଜର ଆସିଥିଲେ । ଏହି ରୋଲ ପାଇଁ ସେ ଶ୍ରେଷ୍ଠ ଖଳନାୟିକା ଭାବରେ ଗୋଲଡେନ୍ ପେଡାଲ୍ ପୁରସ୍କାର ଗ୍ରହଣ କରିଥିଲେ ।

ସୁଶାନ୍ତଙ୍କ ସହ କଣ ଥିଲା ସମ୍ପର୍କ:

ବୈଶାଳୀ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର ବହୁତ ଭଲ ବନ୍ଧୁ ଥିଲେ।  ସୁଶାନ୍ତଙ୍କ ମୃତ୍ୟୁ ପରେ ଉଭୟଙ୍କର ଏକ ଫଟୋ ସେୟାର କରିଥିଲେ ବୈଶାଳୀ । ଯେଉଁଥିରେ ସେ ଲେଖିଥିଲେ ‘ନା, ମୋ କାନ୍ଦ ବନ୍ଦ ହେଉନାହିଁ , କେହି କୁହ ଏହା ଏକ ସ୍ୱପ୍ନ, ସୁଶାନ୍ତ ଜଣେ ଚମତ୍କାର ବ୍ୟକ୍ତି ଏବଂ ଅଭିନେତା ଥିଲେ। ମତେ ଲାଗୁଥିଲା ଆମେ ସବୁବେଳେ ଏମିତି ଭଲ ବନ୍ଧୁ ହୋଇ ରହିବୁ । କିନ୍ତୁ ସୁଶାନ୍ତ କାହିଁକି ଏପରି କଲ । ବର୍ତ୍ତମାନ ବୈଶାଳୀଙ୍କ ମୃତ୍ୟୁ ପରେ ତାଙ୍କ ଏହି ପୋଷ୍ଟ ଏବଂ ଫଟୋ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.