fbpx

ଟି -୨୦ ବିଶ୍ୱକପରେ ସୃଷ୍ଟି ହେଲା ଇତିହାସ: ୧୬ ବର୍ଷୀୟ ୟୁଏଇ ବୋଲର କଲେ ଏହି ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଯାଇଛି ବହୁ ପ୍ରତିକ୍ଷିତ ଟି-୨୦ ବିଶ୍ୱକପ ୨୦୨୨ ଆରମ୍ଭ ହୋଇଯାଇଛି। ଆଜି ପ୍ରଥମ ମ୍ୟାଚ୍ ରେ ନାମିବିଆ ଶକ୍ତିଶାଳି ଶ୍ରୀଲଙ୍କାକୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଛି। ପ୍ରଥମ ଦିନର ଦ୍ୱିତୀୟ ମୁକାବିଲାରେ ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ) ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ୍ ରେ ୟୁଏଇ ବୋଲର ଆୟନ ଅଫଜଲ ଖାନ୍ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି।

ନେଦରଲ୍ୟାଣ୍ଡ ବିପକ୍ଷରେ ୟୁଏଇର ଆୟନ ଖାନ୍ ଟି-୨୦ରେ ପ୍ରବେଶ କରିବା ସହ ରେକର୍ଡ ସୃଷ୍ଟି କରିଥିଲେ। ବାସ୍ତବରେ ଖବର ହେଉଛି ଯେ, ଆୟନ ଖାନ୍ ଟି-୨୦ ବିଶ୍ୱକପରେ ସବୁଠୁ ଯୁବ ଖେଳାଳି ଭାବେ ଖେଳିବାର ରେକର୍ଡ ସୃଷ୍ଟି କରିଛନ୍ତି। ଏହା ସହିତ ସେ ପାକିସ୍ତାନର ମହମଦ ଅମିରଙ୍କ ରେକର୍ଡକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ଅମିର ତାଙ୍କର ପ୍ରଥମ ମ୍ୟାଚ୍ ୧୭ ବର୍ଷ ୧୭୦ ଦିନ ବୟସରେ ଟି-୨୦ ବିଶ୍ୱକପ ଖେଳିଥିଲେ।

ଅନ୍ୟପଟରେ ୟୁଏଇର ଆୟନ ନିଜର ପ୍ରଥମ ଟି-୨୦ ବିଶ୍ୱକପ ମୁକାବିଲା ୧୬ ବର୍ଷ ୩୩୫ ଦିନରେ ଖେଳିଛନ୍ତି। ଅର୍ଥାତ୍ ଆୟନ ଅମିରଙ୍କ ଦ୍ୱାରା ପ୍ରତିଷ୍ଠିତ ରେକର୍ଡକୁ ୧୩ ବର୍ଷ ପରେ ଭାଙ୍ଗିଛନ୍ତି। ଏହା ସହିତ ଆୟନ ଟି-୨୦ ବିଶ୍ୱକପ ଖେଳିଥିବା ସବୁଠୁ କନିଷ୍ଟ ଖେଳାଳି ହୋଇଛନ୍ତି। ତେବେ ଏହି ମ୍ୟାଚରେ ୟୁଏଇ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ରନ୍ କରି ୧୧୧ ରନ୍ କରିଥିଲା। ୟୁଏଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ସଂଘର୍ଷପୂର୍ଣ୍ଣ ମ୍ୟାଚରେ ନେଦରଲ୍ୟାଣ୍ଡ ୧୯ ଓଭର ୫ ବାଲରେ ୭ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।

 

 

Get real time updates directly on you device, subscribe now.