fbpx

ଚୀନରେ କରୋନାର କରାଳ ରୂପ ଦେଖି ବିଶ୍ୱ ଆତଙ୍କିତ: XBB1.5 ଭାରିଏଣ୍ଟକୁ ନେଇ ଚେତାବନୀ ଜାରି କଲା WHO

ନୂଆଦିଲ୍ଲୀ: ଚୀନରେ କରୋନାର କରାଳ ରୂପ ଦେଖି ସାରା ବିଶ୍ୱ ଏବେ ଆତଙ୍କିତ ରହିଛି । ଭାରତ, ଜାପାନ, ବ୍ରିଟେନ୍ ଓ ଆମେରିକା ଭଳି ଦେଶରେ ଏହି ସଂକ୍ରମଣ ବ୍ୟାପିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଏହାରି ମଧ୍ୟରେ କେନ୍ଦ୍ର ସରକାର କହିଛନ୍ତି ଯେ ଦେଶରେ ୧୧ଦିନରେ ଆସିଥିବା ୧୨୪ ଇଣ୍ଟରନ୍ୟାସନାଲ୍ ଟ୍ରାଭେଲ୍ସରୁ ଓମିକ୍ରନ୍ର ୧୧ ସବଭାରିଏଣ୍ଟ ମାମଲା ଚିହ୍ନଟ ହୋଇଛି । ଏସିଆ ଟାଇମ୍ସର ରିପୋର୍ଟ ମୁତାବକ ଗତମାସରେ ଚୀନ୍ ଜନବସତିର ୪୦ ପ୍ରତିଶତ କରୋନାରେ ସଂକ୍ରମିତ ହୋଇଛନ୍ତି । ଚୀନର ମହାମାରୀ ବିଶେଷଜ୍ଞ ଜେଙ୍ଗ ଗୁଆଙ୍ଗ ଦାବି କରିଛନ୍ତି ଯେ ପ୍ରତିଟି ସହରରେ ପାଖାପାଖି ୫୦% ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି ।

ଚୀନ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ଲିକ୍ ହୋଇଥିବା ଡକ୍ୟୁମେଣ୍ଟରୁ ଏହା ସାମ୍ନାକୁ ଆସିଛି କି ଡିସେମ୍ବର ୧ରୁ ଡିସେମ୍ବର ୨୦ ମଧ୍ୟରେ ୨୫ କୋଟି ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଅନ୍ୟପକ୍ଷରେ ଭାରତରେ ବି କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେ ବଢ଼ିବାକୁ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୨୮ ଲୋକ କରୋନାର ନୂଆ ଭାରିଏଣ୍ଟରେ ସଂକ୍ରମିତ ହୋଇଥିବା ବେଳେ ୪ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ଆକ୍ଟିଭ୍ କେସ୍ ସଂଖ୍ୟା ୨୫୦୩ ଅଛି । ପଶ୍ଚିମବଙ୍ଗରେ ବିଏଫ୍.୭ ଭାରିଏଣ୍ଟରେ ୪ଟି ନୂଆ କେସ୍ ସାମ୍ନାକୁ ଆସିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ’) ଏକ୍ସବିବି.୧.୫ ଭାରିଏଣ୍ଟକୁ ନେଇ ଚେତାବନୀ ଜାରି କରିଛି । ହୁ’ର ବିଶେଷଜ୍ଞ ଡକ୍ଟର ମାରୟା ବାନ କେରଖୋବଙ୍କ ସୂଚନା ମୁତାବକ ଏହି ଭାରିଏଣ୍ଟ ଏବେ ୨୯ ଦେଶରେ ଦେଖାଦେଇଛି । ଏହା କ୍ଷୀପ୍ର ବେଗରେ ମାଡ଼ି ଚାଲିଛି । ଏହାକୁ ନେଇ କରୋନାର ନୂଆ ଲହର ବିଶ୍ୱରେ ଆତଙ୍କ ରଚିବ ବୋଲି ସେମାନେ ଚେତାଇ ଦେଇଛନ୍ତି । ସେହିପରି ଚୀନ୍ରୁ ଆସୁଥିବା ଯାତ୍ରୀଙ୍କ ଉପରେ ୧୭ଟି ଦେଶ ପ୍ରତିବନ୍ଧକ ଲଗାଇଛି । ଏହି ଦେଶଗୁଡ଼ିକ ମଧ୍ୟରେ ସ୍ୱିଡେନ, ଜର୍ମାନ, ମାଲେସିଆ, କତାର, ବେଲଜିୟମ୍, ଅଷ୍ଟ୍ରେଲିଆ, କାନାଡ଼ା, ଭାରତ, ଇଟାଲୀ ଓ ଦକ୍ଷିଣ କୋରିଆ ସାମିଲ ରହିଛି ।

Get real time updates directly on you device, subscribe now.