fbpx

ମହାଭାରତରେ ଚକ୍ରବ୍ୟୁହର ଜ୍ଞାନ କେଉଁମାନଙ୍କୁ ଜଣାଥିଲା? ଜାଣନ୍ତୁ କାହିଁକି ଫସିଯାଇଥିଲେ ଅଭିମନ୍ୟୁ

ଓଡ଼ିଶା ଭାସ୍କର: ରାହୁଲ ଗାନ୍ଧୀଙ୍କ ମହାଭାରତର ଚକ୍ରବ୍ୟୁହର ବିବୃତ୍ତି ଭାଇରାଲ ହେବାରେ ଲାଗିଛି । ଆପଣ ଜାଣିଛନ୍ତି କି ମହଭାରତର ଯୁଦ୍ଧରେ ଚକ୍ରବ୍ୟୁହର ଜ୍ଞାନ କେଉଁ ଯୋଦ୍ଧାମାନଙ୍କୁ ଜଣାଥିଲା, ଆସନ୍ତୁ ଜାଣିବା..

ଯୁଦ୍ଧ ଲଢିବା ପାଇଁ ପକ୍ଷ ବା ବିପକ୍ଷ ନିଜ ଅନୁସାରେ ବ୍ୟୁହ ରଚନା କରୁଥିଲେ । ବ୍ୟୁହରଚନା ଅର୍ଥାତ କେଉଁ ଭଳି ସୈନିକଙ୍କୁ ଯୁଦ୍ଧ ପାଇଁ ବ୍ୟବହାର କରାଯିବ । ଏଥିରେ ଚକ୍ରବ୍ୟୁହ ଏକ ବହୁସ୍ତରୀୟ ରକ୍ଷାତ୍ମକ ସୈନ୍ୟ ସଂରଚନା ଅଟେ, ଯାହାର ଉପଯୋଗ କୌଣସି ବଡ଼ ଯୋଦ୍ଧାଙ୍କୁ ଚାରିଆଡୁ ଘେରିବା ପାଇଁ କରାଯାଏ ।

ଆକାଶରୁ ଦେଖିଲେ ଏହି ଚକ୍ରବ୍ୟୁହ ଏକ ଗୋଲାକୃତିଭାବେ ସୈନ୍ୟ ଜଗିଥିବାର ଦେଖାଯାଇଥାଏ । ଏହି ଚକ୍ରବ୍ୟୁହକୁ ଦେଖିଲେ ଜଣାପଡେ ଯେ, ଭିତରକୁ ଯିବାର ରାସ୍ତା ନଜର ଆସିଥାଏ ହେଲେ ବାହାରକୁ ବାହାରିବାର ରାସ୍ତା ଦେଖାଯାଇନଥାଏ ।

ମହାଭାରତରେ ପଣ୍ଡବମାନଙ୍କୁ ଆକ୍ରମଣ କରିବା ପାଇଁ ଚକ୍ରବ୍ୟୁହର ରଚନା ଦ୍ରୋଣାଚାର୍ଯ୍ୟ କରିଥିଲେ । ଏହି ଚକ୍ରବ୍ୟୁହର ଜ୍ଞାନ କେବଳ ଦ୍ରୋଣ, ଅର୍ଜୁନ, କୃଷ୍ଣ, ଅଭିମନ୍ୟୁ ଏବଂ ପ୍ରଦ୍ୟୁମ୍ନଙ୍କୁ ଥିଲା ।

ଚକ୍ରବ୍ୟୁହର ରଚନା କରି ଦ୍ରୋଣ ଯୁଧିଷ୍ଠିରଙ୍କୁ ବନ୍ଦୀ କରିବାକୁ ଚାହୁଁଥିଲେ ହେଲେ ଯୁଧିଷ୍ଠିରଙ୍କୁ ରକ୍ଷା କରିବା ପାଇଁ ଅଭିମନ୍ୟୁ ଚକ୍ରବ୍ୟୁହରେ ଫସିଯାଇଥିଲେ । କାରଣ ଅଭିମନ୍ୟୁ ଚକ୍ରବ୍ୟୁହକୁ ପ୍ରବେଶ କରିବା ଜାଣିଥିଲେ, ହେଲେ ବାହାରିବା ଜାଣିନଥିଲେ । ଏହି କାରଣ ପାଇଁ ସେ ଫସିଯାଇଥିଲେ ।

ଅଭିମନ୍ୟୁ ମାଆ ଗର୍ଭରେ ଥିବା ବେଳେ ଚକ୍ରବ୍ୟୁହର ଜ୍ଞାନ ପ୍ରାପ୍ତ କରିଥିଲେ । ଯେତେବେଳେ ଅଭିମନ୍ୟୁ ଅର୍ଜୁନଙ୍କ ସ୍ତ୍ରୀ ସୁଭଦ୍ରାଙ୍କ ପେଟରେ ବଢୁଥିଲେ, ସେତେବେଳେ ଅର୍ଜୁନ ଶୁଭଦ୍ରାଙ୍କୁ ଚକ୍ରବ୍ୟୁହ ଭାଙ୍ଗିବା କଥା କହୁଥିଲେ, ସେହି ସମୟରେ କୃଷ୍ଣ ସେଠାରେ ପହଞ୍ଚିଯାଇ ଅର୍ଜୁନଙ୍କୁ ନିଜ ସାଙ୍ଗରେ ନେଇଯାଇଥିଲେ । ଅଭିମନ୍ୟୁ ଚକ୍ରବ୍ୟୁହରେ କେବଳ ପ୍ରବେଶ କରିବା ଶିଖିପାରିଥିଲେ, ହେଲେ ବାହାରିବା ଜାଣିନଥିଲେ ।

Get real time updates directly on you device, subscribe now.