fbpx

କିଏ ହେବ ଲୋକସଭାର ନୂତନ ବାଚସ୍ପତି ? ରାଜନାଥ ସିଂହଙ୍କ ବୈଠକ ପରେ ଚର୍ଚ୍ଚାରେ ଏହି ୩ଟି ନାଁ

ନୂଆଦିଲ୍ଲୀ: କେନ୍ଦ୍ରରେ କ୍ରମାଗତ ତୃତୀୟ ଥର ପାଇଁ ବିଜେପି ସହଯୋଗୀ ଦଳଙ୍କ ସମର୍ଥନ ଯୋଗୁଁ କ୍ଷମତାକୁ ଫେରିଛି । ଗୋଟିଏ ପଟେ ସଂସଦ ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ବିଜେପି ସାମ୍ନାରେ ବାଚସ୍ପତି ନିର୍ବାଚନକୁ ନେଇ ବଡ଼ ଚ୍ୟାଲେଞ୍ଜ ଉଭା ହୋଇଛି । ଇଣ୍ଡିଆ ମେଣ୍ଟ ଟିଡିପି ଏବଂ ନୀତିଶ କୁମାରଙ୍କ ଜେଡିୟୁକୁ କଂଗ୍ରେସ ବିନା ପରାମର୍ଶରେ ଏହାର ବାଚସ୍ପତି ନୟୋଜିତ କରିବା ପାଇଁ କହୁଛି । ବିଜେପି ଏହାର ବରିଷ୍ଠ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ବାଚସ୍ପତି ପଦରେ ସହମତି ପ୍ରକାଶ କରିବାର ଦାୟିତ୍ୱ ଦେଇଛନ୍ତି ।

ସଂସଦର ଆଗାମୀ ଅଧିବେଶନ ନିମନ୍ତେ ସଦନର ରଣନୀତି ପ୍ରସ୍ତୁତ କରିବା ପାଇଁ ନିକଟରେ ବରିଷ୍ଠ ମନ୍ତ୍ରୀଙ୍କ ସହ ଏକ ବୈଠକ ହୋଇଥିଲା । ଏହା ପରେ ବାଚସ୍ପତି ପାଇଁ ୩ଟି ନାଁକୁ ନେଇ ଚର୍ଚ୍ଚା ହୋଇଥିଲା ।

୧. ରାଧାମୋହନ ସିଂହ: ବିଜେପି ଏହା ପ୍ରଥମରୁ ହିଁ ସ୍ପଷ୍ଟ କରିଛି ଯେ ବାଚସ୍ପତି ପଦ ସେ ନିଜ ପାଖରେ ରଖିବ । ରାଧାମୋହନ ସିଂହ ମୋଦୀ ସରକାର ୧ରେ କୃଷି ମନ୍ତ୍ରୀ ଥିଲେ । ସେ ୧୯୭୦ ମସିହରେ ABVP ମୋତିହାରି ସହ ଜଡ଼ିତ ଥିଲେ । ପରେ ୧୯୯୦ରେ ସେ ବିହାର ବିଜେପିର ସାଧାରଣ ସମ୍ପାଦକ ଥିଲେ । ଏହା ପରେ ୨୦୦୬ରେ ସେ ପ୍ରଦେଶ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ ।

୨. ଡି. ପୁରନ୍ଦେଶ୍ୱରୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କ ଝିଅ ହେଉଛନ୍ତି ପୁରନ୍ଦେଶ୍ୱରୀ । ବର୍ତ୍ତମାନ ସେ ଆନ୍ଧ୍ରପ୍ରଦେଶ ବିଜେପିର ସାଂସଦ । ତାଙ୍କୁ ଦକ୍ଷିଣର ସୁଷମା ସ୍ୱରାଜ ମଧ୍ୟ କୁହାଯାଏ । ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ସହ ତାଙ୍କର ବିଶେଷ ସମ୍ପର୍କ ରହିଛି । ଏନଟି ରାମା ରାଓଙ୍କ ଜ୍ୱାଇଁ ହେଉଛନ୍ତି ଚନ୍ଦ୍ରବାବୁ ନାଇଡୁ ।

୩. ଭାତୃହରି ମହତାବ: ଚଳିତ ବର୍ଷ ମାଚ୍ଚେରେ ବିଜେଡିରୁ ଇସ୍ତଫା ଦେଇ ସେ ବିଜେପିରେ ଯୋଗ ଦେଇଥିଲେ । ସେ ୬ ଥର ସାଂସଦ ନିର୍ବାଚନ ଜିତିଛନ୍ତି । ଚଳିତ ନିର୍ବାଚନରେ ସେ କଟକ ଆସନରୁ ବିଜୟୀ ହୋଇଛନ୍ତି । ସେ ଜଣେ ଲେଖକ ସାଙ୍ଗକୁ ସମାଜସେବୀ । ଭାତୃହରିଙ୍କୁ ଉତ୍କୃଷ୍ଟ ସାଂସଦର ପୁରସ୍କାର ମଧ୍ୟ ମିଳିଛି ।

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସରକାରୀ ବାସଭବନରେ ହୋଇଥିବା ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଏସ୍ ଜୟଶଙ୍କର, ମନୋହର ଳାଲ ଖଟ୍ଟର, ଭୁପେନ୍ଦ୍ର ଯାଦବ, ପୀୟୁଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନ, କିରଣ ରିଜିଜ୍ଜୁ ଏବଂ ଅନ୍ନପୂର୍ଣ୍ଣ ଦେବୀ ଉପସ୍ଥିତ ଥିଲେ । ଏନଡିଏର ସହଯୋଗୀ ଦଳରୁ ଜନତା ଦଳ(ୟୁନାଇଟେଡ)ର ରାଜୀବ ରଞ୍ଜନ ସିଂହ ଏବଂ ଲୋକ ଜନଶକ୍ତି ପାର୍ଟି(ରାମ ବିଲାସ)ର ଚିରାଗ ପାସୱାନ ସହିତ ଅନ୍ୟ ନେତା ମଧ୍ୟ ସାମିଲ ଥିଲେ । ଏହି ବୈଠକରେ ଜେଡିୟୁ ସ୍ପଷ୍ଟ ଭାବେ କହିଛି ଯେ ସେ ଅଧ୍ୟକ୍ଷ ପଦ ପାଇଁ ବିଜେପି ପ୍ରାର୍ଥୀର ସମର୍ଥନ କରିବ । ସେହିପରି ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ତେଲୁଗୁ ଦେଶମ୍ ପାର୍ଟି ଏହି ପ୍ରତିଷ୍ଠିତ ପଦ ପାଇଁ ସର୍ବସମ୍ମତି କ୍ରମେ ପ୍ରାର୍ଥୀ ଦାବି କରିଛି ।

Get real time updates directly on you device, subscribe now.