fbpx

T-20 ବିଶ୍ୱକପ୍: ଫାଇନାଲରେ ବର୍ଷା ସମ୍ଭାବନା, ମ୍ୟାଚ ବାତିଲ ହେଲେ କିଏ ଟ୍ରଫି ଉଠାଇବ

Advertisement

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୪ର ବିଜେତା ଚୟନ ପାଇଁ ଆଉ ମାତ୍ର ଗୋଟିଏ ଷ୍ଟେପ୍ ବାକି ରହିଛି । ପ୍ରଥମ ସେମିଫାଇନାଲରେ ଆଫଗାନିସ୍ତାନକୁ ଦକ୍ଷିଣ ଆଫ୍ରିକା ପରାସ୍ତ କରି ଓ ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡକୁ ଭାରତ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି । ଆସନ୍ତାକାଲି ରାତି ୮ଟା ସମୟରେ ମାରବାଡୋସ କେସିଙ୍ଗଟନ ଓଭଲ ଷ୍ଟାଡିମୟରେ ଏହା ମହାଲଢ଼େଇ ହେବ । ତେବେ ଦ୍ୱିତୀୟ ସେମିଫାଇନାଲରେ ବର୍ଷା କାରଣରୁ ମ୍ୟାଚ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିବା ବେଳେ ଫାଇନାଲରେ ମଧ୍ୟ ବର୍ଷା ସମ୍ଭାବନା ରହିଛି ।

ତେଣୁ ଜୁନ୍ ୨୯ରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ ୨୦୨୪ର ଫାଇନାଲ ମ୍ୟାଚରେ ଯଦି ବର୍ଷା ହୁଏ, ତେବେ କେଉଁ ଟିମକୁ ବିଜେତା ଭାବେ ଘୋଷଣା କରାଯିବ ସେନେଇ ଏବେ ଫ୍ୟାନ୍ସଙ୍କ ମନରେ ପ୍ରଶ୍ନ ଉଠିଛି । ବାରବାଡୋସରେ ଶନିବାର ଓ ରବିବାର ଦିନ ବର୍ଷା ହେବାର ଆଶଙ୍କା ରହିଛି । ଶନିବାର ଦିନ ସର୍ବାଧିକ ତାପମାତ୍ରା ୩୧ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୨୭ ଡିଗ୍ରୀ ରହିବ ବୋଲି କୁହାଯାଇଛି । ସେହିପରି ଆକାଶରେ ୯୯ ପ୍ରତିଶତ ବାଦଲ ଛାଇ ରହିବା ସହ ବର୍ଷା ଆଶଙ୍କା ୭୮ ପ୍ରତିଶତ ରହିଛି । ରବିବାର ଦିନ ମଧ୍ୟ ସମାନ ତାପମାତ୍ରା ରହିବ ଓ ବର୍ଷା ସମ୍ଭାବନା ୬୧ ପ୍ରତିଶତ ରହିଛି । ଏଥିସହିତ ପବନ ଘଣ୍ଟା ପ୍ରତି ୩୩ ପ୍ରତିଶତ ବହିବାର ସମ୍ଭାବନା ରହିଛି ।

ଫାଇନାଲ ମ୍ୟାଚ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ରବିବାର ଦିନକୁ ରିଜର୍ଭ ଡେ’ ରଖିଛି । ଶନିବାର ଦିନ ବର୍ଷା ପାଇଁ ମ୍ୟାଚ ବାଧାପ୍ରାପ୍ତ ହୁଏ ତେବେ ରବିବାର ଦିନ ଖେଳାଯିବ । ଯଦି ଦୁଇ ଦିନରେ ମ୍ୟାଚ ଖେଳିବା ସମ୍ଭବ ହେବନି ତେବେ ସେଥିପାଇଁ ୧୯୦ ମିନିଟର ଅତିରିକ୍ତ ସମୟ ସ୍ଥିର କରାଯାଇଛି । ରେଜଲ୍ଟ ପାଇଁ ଅତିକମରେ ୧୦-୧- ଓଭରର ମ୍ୟାଚ ହେବା ବାଧ୍ୟତାମୂଳକ ହେବ । ଏହାପରେ ଯଦି ବର୍ଷା ପାଇଁ ମ୍ୟାଚ ବାତିଲ ହୁଏ, ତେବେ ସେ କ୍ଷେତ୍ରରେ ଉଭୟ ଟିମଙ୍କୁ ଯୁଗ୍ମ ବିଜେତା ଭାବେ ଘୋଷିତ କରାଯିବ । ସୂଚନାଯୋଗ୍ୟ ଯେ, ଚଳିତ ବିଶ୍ୱକପରେ ଭାରତ ଭଲ ପ୍ରଦର୍ଶନ କରୁଛି । ତେଣୁ ଏଥର ଟିମ୍ ଇଣ୍ଡିଆ ନିକଟରେ ବିଶ୍ୱ ଚାମ୍ପିୟନ ହେବାର ସୁଯୋଗ ରହିଛି । ଶେଷଥର ପାଇଁ ଭାରତ ୨୦୧୧ରେ ଦିନିକିଆ ବିଶ୍ୱକପରେ ବିଜୟୀ ହେବା ପରେ ଆଇସିସି ଟୁର୍ଣ୍ଣାମେଣ୍ଟ ଟ୍ରଫି ଜିତିଥିଲା । ତା’ ପରଠାରୁ ଭାରତ କୌଣସି ବି ଆଇସିସି ଟ୍ରଫି ହାତେଇବାକୁ ସକ୍ଷମ ହୋଇନାହିଁ ।

Get real time updates directly on you device, subscribe now.