fbpx

ଆଇପିଏଲ ଫାଇନାଲରେ ଆଜି ଯଦି ବର୍ଷା ହୁଏ, ତେବେ କିଏ ଜିତିବ, କାହା ସପକ୍ଷରେ ଯିବ ନିୟମ

ନୂଆଦିଲ୍ଲୀ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜି ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୩ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ମହେନ୍ଦ୍ର ସିଂହ ଧୋନୀଙ୍କ ନେୃତ୍ୱାଧିନ ଚେନ୍ନାଇ ସୁପର କିଙ୍ଗସ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧିନ ଗୁଜରାଟ ଟାଇଟନ୍ସ ମଧ୍ୟରେ ଆଜି ଦେଖିବାକୁ ମିଳିବ ଏକ ହାଇଭୋଲଟେଜ୍ ମ୍ୟାଚ । ତେବେ ଆଜିର ମ୍ୟାଚରେ ଯଦି ବର୍ଷା ହୁଏ, ତେବେ ଏପରି ସ୍ଥିତିରେ କ’ଣ ହେବ? ଏନେଇ କ’ଣ ନିୟମ ରହିବା ସମସ୍ତେ ଜାଣିବା ନିହାତି ଜରୁରୀ ।

କ୍ୱାଲିଫାୟାର-୧ରେ ଗୁଜରାଟକୁ ୧୫ ରନରେ ହରାଇ ଚେନ୍ନାଇ ଫାଇନାଲରେ ପ୍ରବେଶ କରିଥିବା ବେଳେ କ୍ୱାଲିଫାୟାର-୨ରେ ମୁମ୍ବାଇକୁ ୬୨ ରନରେ ହରାଇ ଗୁଜରାଟ ଫାଇନାଲରେ ପହଞ୍ଚିଥିଲା । ତେବେ ଆଜିର ମ୍ୟାଚରେ ପାଣିପାଗ ଉପରେ ସମସ୍ତଙ୍କର ନଜର ରହିବ । କାରଣ ପାଗ ହିଁ ଅନେକ ସମୟରେ ଭଲ ସୁଯୋଗକୁ ହାତଛଡ଼ା କରିବାକୁ ବାଧ୍ୟ କରିଥାଏ । ତେବେ ଅହମ୍ମଦାବାଦ ସହରରେ ଆଜି ୨ ଘଣ୍ଟା ଧରି ବର୍ଷା ସମ୍ଭାବନା ରହିଛି । ସୂର୍ଯ୍ୟାସ୍ତ ପରେ ସନ୍ଧ୍ୟା ସମୟରେ ବର୍ଷା ସହିତ ଘଣ୍ଟା ପ୍ରତି ୫୦ କିମି ବେଗରେ ପବନ ବହିପାରେ । ତେବେ ଆକାଶରେ ବାଦଲ ରହିବା ସହ ହାଲୁକା ବର୍ଷା ହେବ ବୋଲି ରିପୋର୍ଟରେ କୁହାଯାଇଛି ।

ଆଇପିଏଲ ୨୦୨୩ର ଫାଇନାଲ ମ୍ୟାଚ ପାଇଁ ରିଜର୍ଭ ଡେ’ ରଖାଯାଇଥିବା ବେଳେ ଏଥର ରଖାଯାଇ ନାହିଁ । ତେଣୁ ଫାଇନାଲର ବିଜେତାଙ୍କ ନାମ ଆଜି ହିଁ ଘୋଷଣା କରାଯିବ । ମ୍ୟାଚ ୭.୩୦ରୁ ଆରମ୍ଭ ହେବାର ଅଛି । ମାତ୍ର ଯଦି ମ୍ୟାଚ ୯.୪୦ ପର୍ଯ୍ୟନ୍ତ ହୋଇ ନ ପାରିବ, ତେବେ ଓଭର କଟ୍ ହେବ ନାହିଁ । ଯଦି ବର୍ଷା ହୁଏ ତେବେ ୫-୫୦ ଓଭର ଲେଖାଏଁ ସୁପର ଓଭର ଦିଆଯିବ । ୧୧.୫୬ ପର୍ଯ୍ୟନ୍ତ ଯଦି ଖେଳ ହୋଇ ନ ପାରିବ ତେବେ ସୁପର ଓଭରର ବିକଳ୍ପ ଲାଗୁ କରାଯିବ ।

ଯଦି ଆଜିର ମ୍ୟାଚରେ ଗୋଟିଏ ବି ବଲ ନ ପଡ଼ିପାରିବ ତେବେ ଗୁଜରାଟକୁ ବିଜେତା ଘୋଷଣା କରାଯିବ । କାରଣ ପଏଣ୍ଟ ଟେବୁଲରେ ଗୁଜରାଟ ଟପରେ ରହିଥିବା ବେଳେ ଚେନ୍ନାଇ ୨ୟ ସ୍ଥାନରେ ରହିଥିଲା । ଗୁଜରାଟ ୧୪ଟି ମ୍ୟାଚରୁ ୧୦ଟିରେ ଜିତି ୨୦ ପଏଣ୍ଟ ପାଇଥିବା ବେଳେ ତା’ର ରନରେଟ ୦.୮୦୯ ରହିଥିଲା । ସେହିପରି ୧୪ଟି ମ୍ୟାଚରୁ ଚେନ୍ନାଇ ୮ଟିରେ ଜିତି ୧୭ ପଏଣ୍ଟ ପାଇଥିବା ବେଳେ ତା’ର ରନରେଟ୍ ୦.୬୫୨ ରହିଥିଲା ।

ଯଦି ମ୍ୟାଚ ଟାଇ ରହିବ ତେବେ ଦୁଇ ଟିମ୍ ମଧ୍ୟରେ ସୁପର ଓଭର ହେବ । ଯଦି ସୁପର ଓଭରରେ ବିଜେତା ଘୋଷଣା ହୋଇ ନ ପାରିବ ତେବେ ପ୍ଲେଇଂ କଣ୍ଡିସନର ଆପେଣ୍ଡିକ୍ସ-ଏଫ ନିୟମ ଲାଗୁ ହେବ । ଏହି ନିୟମ ଅନୁସାରେ ଲିଗର ଅନ୍ତିମ ପର୍ଯ୍ୟାୟରେ ପଏଣ୍ଟ ଟେବୁଲରେ ଶୀର୍ଷରେ ଥିବା ଟିମକୁ ବିଜେତା ଭାବେ ଘୋଷଣା କରାଯିବ । ପୂର୍ବରୁ ଗୁଜରାଟକୁ ପରାସ୍ତ କରି ଚେନ୍ନାଇ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା । ଏହାପରେ ମୁମ୍ବାଇକୁ ହରାଇ ଦ୍ୱିତୀୟ ଫାଇନାଲିଷ୍ଟ ଭାବେ ଗୁଜରାଟ ଫାଇନାଲରେ ପ୍ରବେଶ କରିଥିଲା ।

Get real time updates directly on you device, subscribe now.