fbpx

(Video) ବଡ଼ଚଣା ଆସନ ଉପରେ ସଭିଁଙ୍କ ନଜର: ନିର୍ବାଚନରେ ବର୍ଷା ଜିତିବେ ନା ହାରିବେ, କ’ଣ କହୁଛନ୍ତି ପଲିଟିକାଲ ଏକ୍ସପର୍ଟ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୁନ୍ ୧ରେ ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯିବ । ଏହା ପୂର୍ବରୁ ୩ଟି ପର୍ଯ୍ୟାୟରେ ମତଦାନ ମାଧ୍ୟମରେ ରାଜ୍ୟର ଭୋଟରମାନେ ସେମାନଙ୍କର ନେତାଙ୍କୁ ଚୟନ କରିସାରିଛନ୍ତି । ଆସନ୍ତା ମାସ ୪ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ସବୁ ସ୍ପଷ୍ଟ ହୋଇଯିବ । ତେବେ ଏଥର ଯାଜପୁର ଜିଲ୍ଲା ବଡ଼ଚଣା ବିଧାନସଭା ଆସନ ଉପରେ ସଭିଙ୍କ ନଜର ରହିଛି । କ୍ରମାଗତ ଭାବେ ଏହି ଆସନରୁ ଜିତି ଆସୁଥିବା ଅମର ପ୍ରସାଦ ଶତପଥୀଙ୍କ ବଦଳରେ ବିଜେଡି ଏଥର ଏହି ଆସନରୁ ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି ।

ସେହିପରି ବିଜେପି ଏହି ଆସନ ପାଇଁ ଅମର ନାୟକଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସରୁ ଅଜୟ ସାମଲ ଲଢ଼ୁଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି, ଗତ ୨୦୧୯ ନିର୍ବାଚନରେ ଭାଜପା ପ୍ରାର୍ଥୀ ଅମର ମାତ୍ର ୧,୪୮୫ଟି ଭୋଟରେ ପରାସ୍ତ ହୋଇଥିବାରୁ ସେ ଏଥର ମଧ୍ୟ କଡ଼ା ଟକ୍କର ଦେବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ବିଜେଡି ଏଥର ବଡ଼ଚଣାରେ ମହିଳା କାର୍ଡ ଖେଳି ନିର୍ବାଚନୀ ବୈତଣୀ ପାର ହେବାକୁ ଲକ୍ଷ୍ୟ ରଖିଛି ।

୧୯୮୦ ଓ ୧୯୮୫ରେ କଂଗ୍ରେସ ପ୍ରାର୍ଥୀ ସୀତାକାନ୍ତ ମହାପାତ୍ର ଏହି ଆସନରୁ ବିଜୟୀ ହୋଇଥିବା ବେଳେ ୧୯୯୦ ଓ ୧୯୯୫ରେ ଅମର ପ୍ରସାଦ ଶତପଥୀ ଜନତା ଦଳ ଟିକେଟରେ ଓ ୨୦୦୦ରେ ବିଜେଡି ଟିକେଟରେ ବିଜୟୀ ହୋଇଥିଲେ । ୨୦୦୪ରେ ପୁଣି ସୀତାକାନ୍ତ କଂଗ୍ରେସ ଟିକେଟରେ ବିଜୟୀ ହୋଇଥିବା ବେଳେ ୨୦୦୯ରେ ଅମର ଏନସିପି ଟିକେଟରେ ଓ ୨୦୧୪, ୨୦୧୯ରେ ବିଜେଡି ଟିକେଟରେ ବିଜୟୀ ହୋଇଥିଲେ । ତେବେ ଏଥର ବଡ଼ଚଣାରେ କିଏ ଜିତିବ ସେନେଇ ବରିଷ୍ଠ ସାମ୍ବାଦିକ ତଥା ପଲିଟିକାଲ ଏକ୍ସପର୍ଟ ଦିଲ୍ଲୀପ ହାଲି ନିଜର ମତାମତ ଦେଇଛନ୍ତି ।

Get real time updates directly on you device, subscribe now.