fbpx
BSKY SKY
BSKY SKY

କିଏ ନେବେ ଅଶ୍ୱୀନଙ୍କ ସ୍ଥାନ? ତୃତୀୟ ଟେଷ୍ଟ ଅଧାରୁ ଘରକୁ ଫେରିଲେ ଭେଟେରାନ ସ୍ପିନର

BSKY

ନୂଆଦିଲ୍ଲୀ: ତୃତୀୟ ଟେଷ୍ଟ ଅଧାରୁ ଟିମ ଇଣ୍ଡିଆକୁ ଏଣ୍ଟ୍ରି କରିଛନ୍ତି ଷ୍ଟାର କ୍ରିକେଟର । ଦଳର ଭେଯେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ମ୍ୟାଚ ମଝିରେ ଘରକୁ ଫେରିଛନ୍ତି । ଅଶ୍ୱୀନଙ୍କ ମା’ ଅୁସ୍ଥ ଥିବାବେଳେ ତାଙ୍କୁ ମ୍ୟାଚ ଅଧାରୁ ଘରକୁ ଫେରିବାକୁ ପଡ଼ିଛି । ତେବେ ବର୍ତ୍ତମାନ ଦଳରେ ତାଙ୍କ ସ୍ଥାନ କାଲି ହୋଇଯାଇଛି । ତେଣୁ ଏହି ସ୍ଥାନରେ କିଏ ଖେଳିବେ, ସେ ନେଇ ରୋହିତ ଦ୍ୱନ୍ଦ୍ୱରେ ପଡ଼ି ଯାଇଛନ୍ତି । ମ୍ୟାଚ ଅଧାରେ ଅଶ୍ୱୀନ ଫେରିଯିବା ପରେ ଆଉ ଜଣେ ଷ୍ଟାର କ୍ରିକେଟରଙ୍କୁ ଫିଲ୍ଡିଂ ପାଇଁ ମଇଦାନକୁ ଆଣିଛନ୍ତି ଅଧିନାୟକ ରୋହିତ ।

ବ୍ୟକ୍ତିଗତ କାରଣ ଯୋଗୁଁ ଅଶ୍ୱୀନ ତୃତୀୟ ମ୍ୟାଚ ଅଧାରୁ ହିଁ ବ୍ରେକ ନେବାକୁ ବିସିସିଆଇକୁ ଅନୁରୋଧ କରିଥିଲେ । ଏହାପରେ ବୋର୍ଡ ପାଖରୁ ଅନୁମତି ପାଇ ଅଶ୍ୱୀନ ମ୍ୟାଚ ଅଧାରୁ ଘରକୁ ଫେରିଛନ୍ତି । ତେବେ ତାଙ୍କ ସ୍ଥାନରେ ରୋହିତ ମ୍ୟାଚରେ କୌଣସି ରିପ୍ଲେସମେଣ୍ଟ କରିନାହାନ୍ତି ରୋହିତ । ତେବେ ଜଣେ ବିକଳ୍ପ ଖେଳାଳି ଭାବରେ ଫିଲ୍ଡିଂ ପାଇଁ ପଡ଼ିଆକୁ ଆସିଥିଲେ ଷ୍ଟାର ବ୍ୟାଯର ଦେବଦତ୍ତ ପାଡ୍ଡିକଲ । ମ୍ୟାଚର ତୃତୀୟ ଦିନରେ ଅଶ୍ୱୀନଙ୍କ ପରିବର୍ତ୍ତେ ଦେବଦତ୍ତଙ୍କୁ ସାମିଲ କରିଛି ଟିମ ଇଣ୍ଡିଆ । ତେବେ ଅଶ୍ୱୀନ ପୁଣିଥରେ ଦଳକୁ ଫେରି ସିଧା ପ୍ଲେଇଙ୍ଗ-୧୧ରେ ସାମିଲ ହୋଇପାରନ୍ତି ।

ସୂଚନା ଥାଉକି, ମ୍ୟାଚ ଅଧାରୁ ପ୍ଲେଇଙ୍ଗ-୧୧ରେ କୌଣସି ରିପ୍ଲେସମେଣ୍ଟର ଆବଶ୍ୟକତା ପଡ଼ିଲେ ବିପକ୍ଷ ଦଳର ଅନୁମତି ନେବାକୁ ପଡ଼ିଥାଏ । କିନ୍ତୁ ରୋହିତ ମ୍ୟାଚରେ ରିପ୍ଲେସମେଣ୍ଟ ନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେଣୁ ଦେବଦତ୍ତ ପାଡ୍ଡିକଲଙ୍କୁ ସିଧାପଡ଼ିଆ ଭତରକୁ ଫିଲ୍ଡିଂ ପାଇଁ ମଇଦାନରେ ଏଣ୍ଟ୍ରି କରାଇଛନ୍ତି । ଅଶ୍ୱୀନ ଏହି ମ୍ୟାଚରେ ଗୋଟିଏ ୱିକେଟ ସହ ଟେଷ୍ଟ କ୍ରିକେଯରେ ନିଜର ୫୦୦ତମ ୱିକେଟ ହାସଲ କରିଛନ୍ତି ।

Get real time updates directly on you device, subscribe now.