fbpx

WTC Final ମ୍ୟାଚ ଡ୍ର ରହିଲେ କେଉଁ ଦଳ ହେବ ଚମ୍ପିଆନ? ଏଥିପାଇଁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ: ଜୁନ୍ ୭ ତାରିଖରୁ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ଏଥିପାଇଁ ଓଭାଲ ମଇଦାନରେ ଦମଦାର ପ୍ରସ୍ତୁତ ଜାରି ରଖିଛି ରୋହିତ ସେନା । ତେବେ ଟେଷ୍ଟ ରାଙ୍ଗିଙ୍ଗରେ ଏହି ଦୁଇ ଦଳ ସର୍ବଶ୍ରେଷ୍ଠ ଦଳ ଭାବରେ ପ୍ରଥମ ଦୁଇଟି ସ୍ଥାନ ଅଧିକାର କରିଛନ୍ତି । ତେଣୁ ଏହି ଫାଇନାଲ ମ୍ୟାଚ ଖୁବ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ତେଣୁ ମ୍ୟାଚ ଡ୍ର ହେବାର ଆଶଙ୍କା ମଧ୍ୟ ଦେଖା ଦେଇଛି । ତେବେ ଯଦି ଏହି ମ୍ୟାଚ ଡ୍ର ରୁହେ, ତେବେ କେଉଁ ଦଳକୁ ଚମ୍ପିଆନ୍ ବୋଲି ଘୋଷଣା କରାଯିବ ? ଚାଲନ୍ତୁ ଜାଣିବା ଏଥିପାଇଁ କ’ଣ ରହିଛି ଆଇସିସିର ନିୟମ ।

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଏହି ୫ ଦିନିଆ ଟେଷ୍ଟରେ ବର୍ଷା ହେବାର କୌଣସି ସମ୍ଭାବନା ନଥିବା କୁହାଯାଇଛି । ମ୍ୟାଚର ପ୍ରଥମ ୪ ଦିନ ପାଇଁ ବର୍ଷାର କୌଣସି ପ୍ରଭାବ ଦେଖିବାକୁ ମିଳିବନି । କିନ୍ତୁ ମ୍ୟାଚରେ କୌଣସି ପ୍ରକାରର ବାଧା ଉତ୍ପନ୍ନ ହେଲେ ଏଥିପାଇଁ ଏକ ରିଜର୍ଭ ଡେ ମଧ୍ୟ ରଖଯାଇଛି । ପ୍ରତିଦିନ ୬ ଘଣ୍ଟା ଖେଳ ହେବ, କିନ୍ତୁ ଯଦି କୌଣସି କାରଣବଶତଃ ୫ ଦିନ ମଧ୍ୟରେ ୩୦ ଘଣ୍ଟାର ଖେଳ ହୋଇ ନ ପାରିଲେ ଏଥିପାଇଁ ରିଜର୍ଭ ଡେ ବ୍ୟବହାର କରାଯିବ । ତେବେ ଏହାପରେ ସୁଦ୍ଧା ଯଦି କୌଣସି କାରଣରୁ ମ୍ୟାଚ ଡ୍ର ରୁହେ, ତେବେ ଉଭୟ ଦଳକୁ ଜଏଣ୍ଟ ଚମ୍ପିଆନ୍(ଯୁଗ୍ମ ବିଜେତା) ଭାବରେ ଘୋଷଣା କରାଯିବ । ଅର୍ଥାତ୍ ଟ୍ରଫି ଉପରେ ଭାରତ ଏବଂ ଅଷ୍ଟ୍ରେଲିଆ ଉଭୟ ଦଳର ଅଧିକାର ରହିବ ।

ଏହି ମ୍ୟାଚରେ ପ୍ରଥମ ଥର ପାଇଁ ଓଭାଲ ଗ୍ରାଉଣ୍ଡରେ ଭାରତ ଏବଂ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଭାରତୀୟ ଟିମ୍ ଏଠାରେ ୧୪ଟି ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ୨ଟି ମ୍ୟାଚରେ ବିଜୟୀ ହୋଇଛି ଏବଂ ୫ଟି ମ୍ୟାଚ ପରାସ୍ତ ହୋଇଛି । ଏହାବ୍ୟତୀତ ୭ଟି ଟେଷ୍ଟ ମ୍ୟାଚ ଅମିମାଂସିତ ବା ଡ୍ର ରଖିବାରେ ସପଳ ହୋଇଛି ଭାରତୀୟ ଟିମ୍ । ସେପଟେ ଅଷ୍ଟ୍ରେଲିଆ ଓଭାଲରେ ୩୮ଟି ମ୍ୟଚରୁ ୭ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୧୭ ମ୍ୟାଚରେ ପରାଜୟର ସାମନା କରିଛି ଏବଂ ବାକି ୧୪ଟି ମ୍ୟାଚ ଡ୍ର ରହିଛି ।

Get real time updates directly on you device, subscribe now.