fbpx

କିଏ କରିବ ‘ବିଶ୍ୱ’ବିଜୟ? ODI WC-2023ରେ ଏଭଳି ରହିପାରେ ସବୁ ଦଳର Playing 11

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ-୨୦୨୩ ପାଇଁ ବିଗୁଲ ବାଜି ସାରିଛି । ଆରମ୍ଭ ହୋଇଛି ବିଶ୍ୱକପର ଅଭିଯାନ । ଆଉ ମାତ୍ର କେଇଟା ଦିନ ପରେ ଟାଇଟଲ ପାଇଁ ଆରମ୍ଭ ହେବ ‘ବିଶ୍ୱଯୁଦ୍ଧ’ । ଅକ୍ଟୋବର ୫ ତାରିଖରୁ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଥିବା ବେଳେ ୨୯ ତାରିଖରୁ ଏହାର ୱାର୍ମ-ଅପ୍ ମ୍ୟାଚ ଆରମ୍ଭ ହୋଇଯାଇଛି । ପ୍ରଥମ ୱାର୍ମ-ଅପ୍ ମ୍ୟାଚରେ ପାକିସ୍ତାନ-ନ୍ୟୁଜିଲାଣ୍ଡ ମୁହାଁମୁହିଁ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଭାରତ-ଇଂଲଣ୍ଡ ମଧ୍ୟରେ ହେବ ଲଢେଇା ତେବେ ଏହା ଭିତରେ ସମସ୍ତ ଚୂଡ଼ାନ୍ତ ଦଳ ଘୋଷଣା ହୋଇସାରିଛି । ଆସନ୍ତୁ ଜାଣିବା ବିଶ୍ୱକପ ପାଇଁ ସମସ୍ତ ଦଳର କ’ଣ ରହିପାରେ ପ୍ଲେଇଙ୍ଗ-୧୧ ।

  • ଭାରତ: ୧୨ ବର୍ଷ ପରେ ଦିନିକିଆ ବିଶ୍ୱକପ ଆୟୋଜନ କରୁଛି ଭାରତ । ତେଣୁ ଚଳିତବର୍ଷ ବିଶ୍ୱ ବିଜେତା ହେବାର ସମ୍ଭାବନା ମଧ୍ୟ ବୃଦ୍ଧି ପାଇଛି । ତେବେ ରୋହିତଙ୍କ ନେତୃତ୍ୱରେ ୧୦ବର୍ଷ ପରେ ଆଇସିସି ଟ୍ରଫି ହାସଲ କରିବାରେ ସଫଳତା ପାଇବ ବୋଲି ଆଶା କରାଯାଉଛି ।

ପ୍ଲେଇଙ୍ଗ ୧୧: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ ରାହୁଲ/ଇଶାନ କିଶାନ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱୀନ/ଶାର୍ଦ୍ଦୁଳ ଠାକୁର, କୁଳଦୀପ ଯାଦବ, ଜଶପ୍ରୀତ ବୁମରାହ, ମହମ୍ମଦ ସିରାଜ

  • ଇଂଲଣ୍ଡ: ପୂର୍ବତନ ବିଶ୍ୱକପ ବିଜୟୀ ଦଳକୁ ପୁଣିଥରେ କମବ୍ୟାକ କରିଛନ୍ତି ଚମ୍ପିଆନ୍ କେଳାଳି ବେନ୍ ଷ୍ଟୋକ୍ସ । ତେବେ ଦଳର ନେତୃତ୍ୱ ଜୋସ ବଟଲରଙ୍କୁ ଦେଇଛି କ୍ରିକେଟ ବୋର୍ଡ ।

ପ୍ଲେଇଙ୍ଗ ୧୧: ଜନି ବେୟାରଷ୍ଟୋ, ଡାଭିଡ ମଲାନ, ଜୋ ରୁଟ, ବେନ୍ ଷ୍ଟୋକ୍ସ, ଜୋସ ବଟଲର(ଅଧିନାୟକ), ଲିଆମ ଲିଭିଙ୍ଗଷ୍ଟୋନ୍, ମୋଇନ ଅଲୀ, କ୍ରିସ ୱକ୍ସ, ସାମ୍ କରନ/ ଡାଭିଡ ୱିଲି, ଆଦିଲ ରାଶିଦ, ମାର୍କ ଉଡ୍

  • ନ୍ୟୁଜିଲାଣ୍ଡ: ଗତ ବିଶ୍ୱକପରେ ଫାଇନାଲରେ ପରାସ୍ତ ହୋଇଥିଲା ନ୍ୟୁଜିଲାଣ୍ଡ । ତେଣୁ ଚଳିତବର୍ଷ ସେହି ଆଶାକୁ ପୂରଣ କରିବାକୁ ଚାହିଁ କିୱି ଦଳ । ତେବେ ଆହତ ସମସ୍ୟାରୁ ବାହାରି ଦଳ ନେତୃତ୍ୱ ଗ୍ରହଣ କରିଛନ୍ତି କେନ୍ ୱିଲିୟମସନ୍ ।

ପ୍ଲେଇଙ୍ଗ ୧୧: ଡିଭନ୍ କନୱେ, ୱିଲ ୟଙ୍ଗ, କେନ୍ ୱିଲିୟମସନ(ଅଧିନାୟକ), ଡାରିଲ ମିଚେଲ, ଟମ୍ ଲାଥମ, ଗ୍ଲେନ ଫିଲିପ୍ସ, ଜିମି ନୀଶମ୍, ମିଚେଲ ସାଣ୍ଟନର, ମାଟ୍ ହେନରୀ, ଲକି ଫର୍ଗସନ୍, ଟ୍ରେଣ୍ଟ ବୋଲ୍ଟ

  • ଅଷ୍ଟ୍ରେଲିଆ: ବିଶ୍ୱକପ ଇତିହାସରେ ସବୁଠାରୁ ସଫଳ ରହିଛି ଅଷ୍ଟ୍ରେଲିଆ । ତେବେ ଚଳିତ ଥର ଦଳର ନେତୃତ୍ୱ ପଦରେ ରହିଛନ୍ତି ଅଲରାଉଣ୍ଡର ପ୍ୟାଟ କମିନ୍ସ ।

ପ୍ଲେଇଙ୍ଗ-୧: ଡାଭିଡ ୱାର୍ଣ୍ଣର, ଶନ୍ ମାର୍ଶ, ଷ୍ଟିଭ ସ୍ମିଥ, ମାନସ ଲାବୁସେନ, ଗ୍ଲେନ ମାକ୍ସୱେଲ, ମାର୍କସ ଷ୍ଟୋଇନିସ, ଆଲେକ୍ସ କ୍ୟାରି, ପ୍ୟାଟ କମିନ୍ସ(ଅଧିନାୟକ), ମିଚେଲ ଷ୍ଟାର୍କ, ଜୋସ୍ ହାଜଲଉଡ, ଆଡାମ ଜାମ୍ପା

  • ପାକିସ୍ତାନ: ଏସିଆ କପ୍ ରେ ଦାବିଦାରୀ ରହିଥିବା ବାବର ସେନା ଫାଇନାଲରେ ମଧ୍ୟ ପ୍ରବେଶ କରିବାରେ ସକ୍ଷମ ହୋଇ ନଥିଲା ତେବେ ବର୍ତ୍ତମାନ ବିଶ୍ୱକପ ଉପରେ ଦଳର ନଜର ରହିଛି ।

ପ୍ଲେଇଙ୍ଗ-୧୧: ଇମାମ୍ ଉଲ୍ ହକ୍, ଫଖର ଜମାନ୍, ବାବର ଆଜମ୍(ଅଦିନାୟକ), ମହମ୍ମଦ ରିଜୱାନ୍, ଆଘା ସାଲମାନ୍, ଇଫତିଖାର ଅହମଦ, ଶଦବ ଖାନ, ମହମ୍ମଦ ନୱାଜ, ଶାହୀନ ଶାହ ଆଫ୍ରିଦି, ହାରିସ ରୌଫ, ହସନ୍ ଅଲୀ

  • ଶ୍ରୀଲଙ୍କା: ଏସିଆ କପ୍ ଫାଇନାଲରୁ ବାଦ୍ ପଡ଼ିବା ପରେ ବିଶ୍ୱକପରେ କମବ୍ୟାକ କରିବାକୁ ଚାହିଁବ ଶ୍ରୀଲଙ୍କା । ତେବେ ଚଳିତବର୍ଷ ଷ୍ଟାର ଅଲରାଉଣ୍ଡର ଦାସୁନ ଶନାକାଙ୍କ ହାତରେ ରହିଛି ଅଧିନାୟକ ପଦ ।

ପ୍ଲେଇଙ୍ଗ-୧୧: ପଥୁମ ନିଶଙ୍କା, କୁସଲ ପେରେରା, କୁସଲ ମେଣ୍ଡିସ, ଆଞ୍ଜେଲୋ ମାଥ୍ୟୁସ, ଚରିଥ ଅଶଲଙ୍କା, ଧନଞ୍ଜୟ ଡି’ ସିଲଭା, ଦାସୁନ ଶନାକା(ଅଧିନାୟକ), ଦୁନିଥ ୱେଲାଲାଗେ, ମହୀଷ ଥୀକ୍ଷଣା, ମଥୀଷା ପଥିରାନା, କସୁନ୍ ରଜିଥା

  • ଦକ୍ଷିଣ ଆଫ୍ରିକା: ସାଉଥ ଆଫ୍ରିକାକୁ ବିଶ୍ୱକପରେ ସବୁଠାରୁ ଦୁର୍ଭାଗ୍ୟପୂର୍ଣ୍ଣ ଦଳ ବୋଲି କୁହାଯାଇପାରେ । ଅନେକ ଥର ଭଲ ପ୍ରଦର୍ଶନ ପରେ ମଧ୍ୟ ବିଶ୍ୱକପ ହାତଛଡ଼ା କରିଛି ଏହି ଦଳ । ତେବେ ଚଳିତବର୍ଷ ତେମ୍ବା ବାଭୁମାଙ୍କ ନେତୃତ୍ୱରେ ବିଶ୍ୱକପ ପାଇଁ ଖେଳିବ ଦକ୍ଷିଣ ଆଫ୍ରିକା ।

ପ୍ଲେଇଙ୍ଗ-୧୧: ତେମ୍ବା ବାଭୁମା(ଅଧିନାୟକ), କ୍ୱିଣ୍ଟନ ଡି କକ୍, ରସି ଭାନ୍ ଡର୍ ହୁସେନ୍, ଏଡେନ୍ ମାର୍କରମ, ହେନରି କ୍ଲାସେନ୍, ଡାଭିଡ ମିଲର, ମାର୍କୋ ଜାନସେନ, କେଶବ ମହାରାଜ, କାଗିସୋ ରାବାଡା, ଲୁଙ୍ଗି ଏନଗିଡି, ତବରେଜ ଶାମ୍ସି ।

  • ବାଂଲାଦେଶ: ବାଦ ବିବାଦ ପରେ ଶାକିବ ଅଲ ହାସନଙ୍କ ନେତୃତ୍ୱରେ ବିଶ୍ୱକପ କେଳିବାକୁ ଯାଉଛି ବାଂଲାଦେଶ । ଏସିଆ କପ୍ ରୁ ବାଦ୍ ପଡ଼ି ସିଧା ବିଶ୍ୱକପ ଖେଳିବ ଶାକିବ ସେନା ।

ପ୍ଲେଇଙ୍ଗ-୧୧: ନାଜମୁଲ ହୋସେନ ସାଣ୍ଟୋ, ଲିଟନ୍ ଦାସ, ଶାକିବ ଅଲ ହାସନ୍(ଅଧିନାୟକ), ତହ୍ୱିଦ ହୃଦୟ, ମୁସଫିକର ରହିମ, ମହମ୍ମଦୁଲ୍ଲାହ ରିୟାଦ, ମେହିଦି ହସନ୍ ମିରାଜ, ମେହେଦି ହସନ୍, ତସ୍କିନ ଅହମ୍ମଦ, ଶୋରିଫୁଲ ଇସଲାମ, ମୁସ୍ତାଫିଜୁର ରହମାନ

  • ନେଦରଲାଣ୍ଡ: ୱେଷ୍ଟଇଣ୍ଡିଜ ଏବଂ ଜିମ୍ବାୱେକୁ ପଛରେ ପକାଇ ନେଦରଲାଣ୍ଡ ବିଶ୍ୱକପ ପାଇଁ ସୁଯୋଗ ହାସଲ କରିଛି । ଦଳର ନେତୃତ୍ୱ ୱିକେଟ କିପର ବ୍ୟାଟ୍ସମ୍ୟାନ୍ ସ୍କଟ ଏଡୱାର୍ଡସଙ୍କ ନିକଟରେ ରହିଛି ।

ପ୍ଲେଇଙ୍ଗ-୧୧: ବିକ୍ରମଜିତ ସିଂହ, ମାକ୍ସ ଓ’ ଉଡ୍, ୱିସଲି ବାରେସି, କଲିନ୍ ଆକରମ୍ୟାନ୍, ବସ୍ ଡି ଲିଡେ, ତେଜା ନିଦାମାନୁରୁ, ସ୍କଟ ଏଡୱାର୍ଡସ(ଅଧିନାୟକ), ଲୋଗାନ୍ ଭାନ୍ ବିକ୍, ଭାନ୍ ଡର୍ ମରୱି, ପାଲ୍ ଭାନ୍ ମିକରେନ୍, ଶାରିଜ ଅହମ୍ମଦ

  • ଆଫଗାନିସ୍ତାନ: ହସମତୁଲ୍ଲାହ ଶାହିଦୀଙ୍କ କାନ୍ଧରେ ବିଶ୍ୱକପ ପାଇଁ ଆଫଗାନିସ୍ତାନ ଦଳର ଅଧିନାୟକ ଭାର ଦିଆଯାଇଛି । ଗତ କିଛି ବର୍ଷ ମଧ୍ୟରେ ଆଫଗାନିସ୍ତାନ କ୍ରିକେଟରେ ଖୁବ ପାରଦର୍ଶିତା ଦେଖାଇଛି ।

ପ୍ଲେଇଙ୍ଗ-୧୧: ରହମୁନଉଲ୍ଲାହ ଗୁରବାଜ, ଇବ୍ରାହିମ ଜଦ୍ରାନ, ରିୟାଜ ହସନ୍, ହସମତୁଲ୍ଲାହ ଶାହିଦୀ (ଅଧିନାୟକ), ନଜିବୁଲ୍ଲାହ ଜଦ୍ରାନ, ମହମ୍ମଦ ନବୀ, ଅଜମତୁଲ୍ଲାହ ଓମରଜାଇ, ରାଶିଦ ଖାନ୍, ମୁଜୀବ-ଉର୍ ରହମାନ୍, ଫଜଲହକ ଫାରୁକି, ନୁର ଅହମ୍ମଦ

Get real time updates directly on you device, subscribe now.