fbpx

ଚିପ୍ସ ପ୍ୟାକେଟ୍ ରେ ଭରି ଦିଆଯାଏ କାହିଁକି ଏତେ ପବନ, ଧୋକ୍କା ନା ରହିଛି ଅନ୍ୟ କିଛି କାରଣ

Advertisement

ନୂଆଦିଲ୍ଲୀ:ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ଚିପ୍ସ ଖାଇବାକୁ କିଏ ବା ଭଲ ନ ପାଏ । ପ୍ୟାକେଟ୍ ଖୋଲିବା ମାତ୍ରକେ ଏହାକୁ ଖାଇବାକୁ ସମସ୍ତଙ୍କ ମନ ମଧ୍ୟରେ ଉତ୍ସୁକତା ଦ୍ୱିଗୁଣ ବଢିଯାଏ । କିନ୍ତୁ ପ୍ୟାକେଟ୍ ଟିକୁ ଖୋଲି ଦେଇ ଏହା ଭିତରକୁ ଚାହିଁ ଦେବା ପରେ ମୁହଁ ଶୁଖିଯାଏ । ଏହାର କାରଣ ଏହା ମଧ୍ୟରେ ଭରି ରହିଥିବା ପବନ । ଏହି ପବନ କାରଣରୁ ପ୍ୟାକେଟ୍ ଟି କିଣିବା ସମୟରେ ବହୁତ ବଡ ଲାଗିଥାଏ କିନ୍ତୁ କିଣି ସାରି ଏହାକୁ ଖୋଲି ଦେବା ପରେ ଏଥିରେ ଖୁବ୍ କମ୍ ଆମାଉଣ୍ଟ ଚିପ୍ସ ଥିବାର ଦେଖାଯାଏ । କିନ୍ତୁ ଆପଣ କେବେ ଭାବିଛନ୍ତି କି ଚିପ୍ସ ପ୍ୟାକେଟ୍ ରେ ଚିପ୍ସ ସହିତ ଏତେ ମାତ୍ରାରେ ପବନ କାହିଁକି ଭରି ଦିଆଯାଏ । କାହିଁ ଏପରି ନୁହେଁ ତ ଚିପ୍ସ ବିକ୍ରୀ କରୁଥିବା କମ୍ପାନୀ ଗ୍ରାହକଙ୍କ ସହ ଧୋକ୍କା କରିବା ଲାଗି ପ୍ୟାକେଟ୍ ରେ ପବନ ଭରୁଛି । ତେବେ ଏହା ପଛରେ ପ୍ରକୃତ କାରଣ କଣ ରହିଛି ଆସନ୍ତୁ ଜାଣିବା ।
ପ୍ୟାକେଟ୍ ରେ ଭରି ଦିଆଯାଏ ନାଇଟ୍ରୋଜେନ୍ ଗ୍ୟାସ୍:
ଚିପ୍ସ ପ୍ୟାକେଟ୍ ରେ ଅକ୍ସିଜେନ୍ ଗ୍ୟାସ୍ ନ ଥାଏ । ଅପରପକ୍ଷେ ଏଥିରେ ନାଇଟ୍ରୋଜେନ୍ ଗ୍ୟାସ୍ ଭରାଯାଏ । ଅକ୍ସସିଜେନ୍ ଗ୍ୟାସ୍ ଭରିବା ଦ୍ୱାରା ଏହା ଭିତରେ ଥବବା ଖାଦ୍ୟପଦାର୍ଥ ସହ ମିଶି ପ୍ରତିକ୍ରିୟାଶୀଳ ହୋଇପାରେ । ଏହାଦ୍ୱାରା ଚିପ୍ସ ଖରାପ ହୋଇଯାଇ ପାରେ । ଏହି କାରଣରୁ ପ୍ୟାକେଟ୍ରେ ନାଇଟ୍ରୋଜେନ୍ ଭରି ଦିଆଯାଏ ।

ନାଇଟ୍ରୋଜେନ୍ ଏକ ଏପରି ଗ୍ୟାସ୍ ଯାହା ଭିତରେ ଥିବା ଖାଦ୍ୟ ପଦାର୍ଥ ସହିତ କୌଣସି ପ୍ରକାର ପ୍ରତିକ୍ରିୟା କରେ ନାହିଁ । ଅପରପକ୍ଷେ ଏହା ଚିପ୍ସକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଫ୍ରେସ୍ ରଖିଥାଏ । ବିଶେଷଜ୍ଞମାନଙ୍କ ମତ ନାଇଟ୍ରୋଜେନ୍ ଗ୍ୟାସ୍ ଦେଇ ଖାଦ୍ୟକୁ ଷ୍ଟୋର କରିବା ଏକ ସବୁଠାରୁ ଭଲ ଉପାୟ । ତେବେ ଏହି ଗ୍ୟାସ୍ ପ୍ୟାକେଟ୍ ରେ ରହିବାର ସମୟ ବି ଧାର୍ଯ୍ୟ ହୋଇଥାଏ । ଏହି ପ୍ୟାକେଟ୍ ଉପରେ ୪୦ରୁ ୫୫ ଦିନ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଥାଏ । ନାଇଟ୍ରୋଜେନ୍ କାରଣରୁ ଚିପ୍ସ ଖରାପ ହୋଇ ନ ଥାଏ । ବହୁ ସମୟରେ ଏହି ନାଇଟ୍ରୋଜେନ୍ କାରଣରୁ ଆର୍ଟିଫିସିଆଲ୍ ପ୍ରିଜରଭେଟିଭ୍ ଦେବାର ଆବଶ୍ୟକ ପଡେ ନାହିଁ । ଏହି କାରଣରୁ ଚିପ୍ସର ବ୍ୟବହାର ସମୟ ବି ବଢିଯାଏ ।
ଅନ୍ୟ ଏକ କାରଣ ହେଉଛି ଚିପ୍ସକୁ ଦୋକାନ ପର୍ଯ୍ୟନ୍ତ ଡେଲିଭରୀ କରିବା ସମୟରେ ପ୍ୟାକେଟ୍ ବହୁ ମାତ୍ରାରେ ଏପଟ ସେପଟ ହୋଇଥାଏ । ଏପରି ସ୍ଥିତିରେ ପ୍ୟାକେଟ୍ ରେ ଥିବା ପବନ ଚିପ୍ସ ଲାଗି ଗଦି ପରି କାମ କରିଥାଏ ଓ ଚିପ୍ସ ନଷ୍ଟ ହୋଇ ନ ଥାଏ ।

Get real time updates directly on you device, subscribe now.