fbpx

Emojiର ରଙ୍ଗ ହଳଦିଆ କାହିଁକି, ଜାଣନ୍ତୁ ଏହା ପଛର ପ୍ରକୃତ ରହସ୍ୟ

ସାଧାରଣତଃ ଇମୋଜିକୁ ସମସ୍ତ ପ୍ଲାଟଫର୍ମରେ ବ୍ୟବହାର କରାଯାଇଥାଏ । ସୋସିଆଲ ମିଡିଆର ବୃଦ୍ଧି ସାଙ୍ଗକୁ ଇମୋଜିର ଚାହିଦା ଅଧିକ ମାତ୍ରାରେ ବଢ଼ିବାରେ ଲାଗିଛି । ଚାଟିଂ ସମୟରେ ଇମୋଜିର ବ୍ୟବହାର ଭାବନା ସହିତ ଜଡ଼ିତ ଥାଏ । ଜଣଙ୍କର ଖୁସି, ଦୁଃଖ, ଇମୋସନାଲ, ଅଭିମାନ, ପ୍ରେମ, କ୍ରୋଧ ଆଦିକୁ ଇମୋଜି ପରିପ୍ରକାଶ କରିବାରେ ସହାୟକ ହୋଇଥାଏ । ମାତ୍ର ଏହାର ରଙ୍ଗ ସର୍ବଦା ହଳଦିଆ ହୋଇଥାଏ । କେବେ ଆପଣ ଭାବିଛନ୍ତି କି, ଇମୋଜିର ରଙ୍ଗ କାହିଁକି ହଳଦିଆ, କାହିଁକି ଅନ୍ୟ କେଉଁ ରଙ୍ଗର ନୁହେଁ?

୧୯୬୩ ମସିହାରେ ଇମୋଜିର ବ୍ୟବହାର ସର୍ବପ୍ରଥମେ କରାଯାଇଥିବା କୁହାଯାଉଛି । ଜଣାପଡ଼ିଛି ଯେ, ଥରେ ଏକ ଲାଇଫ୍ ଇନ୍ସ୍ୟୁରାନସ କମ୍ପାନୀ ଏକ ବିପଦରେ ପଡ଼ିଯାଇଥିଲା । ଏହି ସମୟରେ କମ୍ପାନୀ ନିଜର କର୍ମଚାରୀଙ୍କ ମନୋବଳ ବଢ଼ାଇବା ପାଇଁ ଜଣେ ଗ୍ରାଫିକ୍ ଡିଜାଇନରଙ୍କୁ ନିଯୁକ୍ତି ଦେଇ ଏକ ସିମ୍ବଲ୍ ତିଆରି କରିଥିଲେ । ଏହି ସିମ୍ବଲଟି ହଳଦିଆ ରଙ୍ଗର ସ୍ମାଇଲ ଫେସ୍ ପରି ହୋଇଥିଲା । ଏହାର ପ୍ରଭାବ କର୍ମଚାରୀଙ୍କ ଉପରେ ବହୁ ମାତ୍ରାରେ ପଡ଼ିଥିଲା ଓ ଏହି ସିମ୍ବଲ ଉପରେ ବହୁତ ଚର୍ଚ୍ଚା ହୋଇଥିଲା । ହଳିଦିଆ ରଙ୍ଗ ସାଧାରଣତଃ ଧଳା ଓ କଳା ରଙ୍ଗଠାରୁ ଅଲଗା ହେବା ସହ ଏହା ଖୁସିର ପ୍ରତୀକ ହୋଇଥାଏ । ଏଥିସହ ହଳଦିଆ ରଙ୍ଗ ଧ୍ୟାନ ଓ ସକାରାତ୍ମକ ଭାବନା ବୃଦ୍ଧି କରିଥାଏ । ୨୦୨୧ରେ ଟ୍ୱିଟରରେ ଲୋକମାନେ ସରସ୍ପର ସହ ଆଖିରେ ପ୍ରେମ ସୃଷ୍ଟି କରୁଥିବା ଇମୋଜିର ବ୍ୟବହାର କରିଛନ୍ତି । କାନ୍ଦୁଥିବା ଇମୋଜି ଚଳିତ ବର୍ଷ ଟ୍ୱିଟରରେ ସର୍ବାଧିକ ମାତ୍ରାରେ ବ୍ୟବହାର ହୋଇଛି । ଜାପାନର ଡିଜାଇନ ଶିଗେତାକା କୁରିତା ମାତ୍ର ୨୫ ବର୍ଷ ବୟସରେ ଇମୋଜି ଡେଭଲପ୍ କରିଥିଲେ । ଇମୋଜିପିଡିଆର ପ୍ରତିଷ୍ଠାତା ଜେରେମୀ ବର୍ଗ ଇମୋଜିକୁ ସାରା ଦୁନିଆରେ ପହଞ୍ଚାଇବା ପାଇଁ ୧୭ ଜୁଲାଇକୁ ଇମୋଜି ଡେ ଭାବେ ଘୋଷଣା କରିଥିଲେ । ପ୍ରଥମ ଥର ପାଇଁ ୨୦୧୪ରେ ଇମୋଜି ଡେ ପାଳନ କରାଯାଇଥିଲା ।

Get real time updates directly on you device, subscribe now.