fbpx

ମୃତ ଶରୀର ପାଣିରେ କାହିଁକି ଭାସେ? ଜାଣନ୍ତୁ କାରଣ କଣ

ଓଡ଼ିଶା ଭାସ୍କର ବ୍ୟୁରୋ: ନିକଟରେ ଖବର ମିଳିଥିଲା ଯେ, ବିହାର, ୟୁପିରେ ଅନେକ ସଂଖ୍ୟାରେ ମୃତ ଶରୀର ନଦୀରେ ଭାସୁଥିବା ଦେଖିବାକୁ ମିଳିଥିଲା । ଏହାପରେ ଏହି ଖବରକୁ ନେଇ ମାହୋଲ ସରଗରମ ହୋଇଯାଇଥିଲା । ତେବେ ଏଥିରୁ ଅନ୍ଦାଜ୍ ଲଗାଯାଇଥିଲା ମୃତ ମାନେ କରୋନା ମହାମାରୀରେ ପୀଡ଼ିତ ହୋଇ ପ୍ରାଣ ହରାଇଛନ୍ତି । ତେବେ ଖବରକୁ ବାଦ୍ ଦେଇ ଆପଣ ମାନେ କେବେ ଭାବିଛନ୍ତି କି ଶବ ପାଣିରେ ଭାସେ କାହିଁକି? କିନ୍ତୁ ଆପଣ ମାନେ କେବେ ନା କେବେ ପାଣିରେ ପହଁରିଥିବେ ନିଶ୍ଚୟ ସେହି ସମୟରେ ଆପଣ ମାନେ ଭାସନ୍ତି ନାହିଁ । ହେଲେ ଜଣେ ବ୍ୟକ୍ତିର ମୃତ ଅବସ୍ଥାରେ କାହିଁକି ପାଣିରେ ଭାସିବାକୁ ଲାଗେ ? ତେବେ ଆଜି ଆମେ ଏହାର କାରଣ ସମ୍ପର୍କରେ ଜାଣିବା ।

ସାଧାରଣତଃ କୌଣସି ବସ୍ତୁ ପାଣିରେ ଭାସିବା ଏହାର ଘନତ୍ୱ ଉପରେ ନିର୍ଭର କରେ । ଯେଉଁ ବସ୍ତୁତ ଘନତ୍ୱ ଅଧିକ ହୋଇଥାଏ ତାହା ବୁଡ଼ିଯାଏ । କୌଣସି ମଣିଷ ଜୀବିତ ଅବସ୍ଥାରେ ବୁଡ଼ିବା ସମୟରେ ତାର ଶରୀରର ଘନତ୍ୱ ଅଧିକ ରହିଥାଏ । ଆଉ ଏହି ସମୟରେ ଫୁସଫସ୍ ରେ ଅଧିକ ମାତ୍ରାରେ ପାଣି ପଶିଯାଏ । ଯାହା ଫଳରେ ଗୋଟିଏ ବ୍ୟକ୍ତିର ମୃତ୍ୟୁ ହୋଇଯାଏ ।

ଏଠାରେ ପ୍ରଶ୍ନ ଉଠୁଛି ଯେ, ମଣିଷର ମୃତ୍ୟୁ ପରେ ତାର ଶରୀର ଭାସିବାକୁ ଲାଗେ କାହିଁକି? ଯେତେବେଳେ ଫୁସଫୁସ୍ ରେ ପାଣି ଭରିଯାଏ ସେହି ସମୟରେ ମଣିଷ ମରିଯାଏ । ଆଉ ଶରୀରଟି ପାଣିର ଏକଦମ୍ ଉପରକୁ ଆସି ଭାସିବାକୁ ଲାଗେ । ବୈଜ୍ଞାନିକ ଆର୍କମେଡିସ୍ ଙ୍କ କହିବା ଅନୁସାରେ, ଗୋଟିଏ ବସ୍ତୁ ପାଣିରେ ସେତେବେଳେ ବୁଡ଼ିଯାଏ ଯେତେବେଳେ ନିଜର ଭାର ତୁଳନାରେ ପାଣିକୁ ହଟାଇପାରେ ନାହିଁ । ଆଉ ଯଦି ଭାର କମ୍ ହୋଇଥାଏ ତାହା ଭାସିବାକୁ ଲାଗେ ।

ଯେତେବେଳେ କୌଣସି ମଣିଷ ମରିଯାଏ ତେବେ ତାର ଶରୀର ଭିତରେ ଗ୍ୟାସ ବାହାରିବା ଆରମ୍ଭ ହୁଏ । ଯଦ୍ୱାରା ଶରୀର ଫୁଲିବାକୁ ଲାଗେ । ଆଉ ଫୁଲିବା ଫଳରେ ଶରୀରର ଆୟତନ ବି ବଢ଼ିବାକୁ ଲାଗେ । ଯାହା ଫଳରେ ଶରୀରର ଘନତ୍ୱ କମିଯାଏ । ଆଉ ମୃତ ଶରୀରଟି ପାଣିରେ ଭାସିବାକୁ ଲାଗେ ।

ଯେତେବେଳେ ବ୍ୟକ୍ତି ମରିଯାଏ, ଶରୀରର ପ୍ରତିରକ୍ଷା ପ୍ରଣାଳୀ କାମ କରିବା ବନ୍ଦ କରିଦିଏ । ଶରୀର ଡିକମ୍ପୋଜ୍ ହେବାକୁ ଲାଗେ । ମୃତ ଶରୀରରେ ଥିବା ବ୍ୟାକ୍ଟେରିୟା ଏହାର କୋଷ ଏବଂ ଟିସୁ ନଷ୍ଟ ହେବା ଆରମ୍ଭ ହୁଏ । ବ୍ୟାକ୍ଟେରିୟା କାରଣରୁ ଶରୀର ଭିତରେ ଥିବା ବିଭିନ୍ନ ଗ୍ୟାସ ଯଥା ମିଥେନ, ଆମୋନିଆ, କାର୍ବନ ଡାଇଅକ୍ସାଇଡ୍, ହାଇଡ୍ରୋଜେନ ଇତ୍ୟାଦି ବାହାରିବା ଆରମ୍ଭ ହୁଏ । ତା’ପରେ ଏହା ପହଁରିବା ଆରମ୍ଭ କରେ ।

 

Get real time updates directly on you device, subscribe now.