fbpx

ନାବାଳିକା କୁସ୍ତିଯୋଦ୍ଧାଙ୍କୁ ଯୌନ ଶୋଷଣ ମାମଲା, ବ୍ରିଜଭୂଷଣ ଶରଣ ସିଂହଙ୍କୁ ଦିଲ୍ଲୀ ପୋଲିସ ଦେଲା କ୍ଲିନ୍ ଚିଟ୍

Advertisement

ନୂଆଦିଲ୍ଲୀ:ନାବାଳିକା କୁସ୍ତିଯୋଦ୍ଧାଙ୍କୁ ଯୌନ ଶୋଷଣ ମାମଲାରେ ବିଜେପି ସାଂସଦ ବ୍ରିଜଭୂଷଣ  ଶରଣ ସିଂହଙ୍କୁ ଦିଲ୍ଲୀ ପୋଲିସ କ୍ଲିନ୍ ଚିଟ୍ ଦେଇଛି । ଏହି ମାମଲାରେ ଦିଲ୍ଲୀ ପୋଲିସ ପଟିଆଲା କୋର୍ଟରେ ୫୫୦ ପୃଷ୍ଠା ବିଶିଷ୍ଟ କାନସେଲେସନ୍ ରିପୋର୍ଟ ଫାଇଲ୍ କରି ପସ୍କୋ ଅଧିନିୟମ ଜରିଆରେ ଚାଲିଥିବା କେସ୍ ହଟାଇ ନେବାକୁ ସୁପାରିଶ କରିଛି ।

ଦିଲ୍ଲୀ ପୋଲିସ ବ୍ରିଜଭୂଷଣ ସିଂହଙ୍କ ବିରୋଧରେ ୭ଜଣ କୁସ୍ତିଯୋଦ୍ଧାଙ୍କ ପକ୍ଷରୁ ଲଗାଯାଇଥିବା ଯୌନ ଉତ୍ପୀଡନ ଅଭିଯୋଗରେ ରୁଜୁ ହୋଇଥିବା ଦୁଇଟି କେସ୍ ରେ ଗୁରୁବାର ଦୁଇଟି ଅଦାଲତରେ ଚାର୍ଜସିଟ୍ ଦାଖଲ କରିଛି । ଗୋଟିଏ ଚାର୍ଜସିଟ୍ ୬ ଜଣ ସାବାଳକ କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଉପରେ ରୁଜୁ କେସ୍ରେ ରାଉଜ୍ ଆଭେନ୍ୟୁ କୋର୍ଟରେ ଓ ଅନ୍ୟ ଏକ ଚାର୍ଜସିଟ୍ ପଟିଆଲା କୋର୍ଟରେ ନାବଳିକା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଉପରେ ରୁଜୁ କେସ୍ରେ ଦାଖଲ କରାଯାଇଛି । ତେବେ ନାବାଳିକା କୁସ୍ତିଯୋଦ୍ଧାଙ୍କ ପକ୍ଷରୁ ଲଗାଯାଇଥିବା ଅଭିଯୋଗ ଉପରେ ଦିଲ୍ଲୀ ପୋଲିସ ବ୍ରିଜଭୂଷଣଙ୍କୁ କ୍ଲିନ୍ ଚିଟ୍ ଦେଇଛିି ।

ଦିଲ୍ଲୀ ପୋଲିସ ଏହାର ୫୫୦ ପୃଷ୍ଠା ରିପୋର୍ଟରେ କହିଛି ପସ୍କୋର ଅଭିଯୋଗକୁ ନେଇ କୌଣସି ପ୍ରମାଣ ମିଳିନାହିଁ । କେବଳ ଏତିକି ନୁହେଁ ପୋଲିସ କହିଛି ପସ୍କୋ ମାମଲାରେ ଯାଞ୍ଚ ପୁରା ହେବା ପରେ ଅଭିଯୋଗ କର୍ତ୍ତା ଅର୍ଥାତ୍ ପୀଡିତାଙ୍କ ବାପା ଓ ନିଜେ ପୀଡିତାଙ୍କ ବୟାନ ଆଧାରରେ ଏହି ମାମଲାର କ୍ୟାନସଲେସନ୍ ରିପୋର୍ଟ ଦାଖଲ କରିଛି । ଏପରି ସ୍ଥିତିରେ ପୋଲିସ କୋର୍ଟରେ ବ୍ରିଜ ଭୂଷଣଙ୍କ ବିରୋଧରେ ପସ୍କୋ ଜରିଆରେ ହୋଇଥିବା ମାମଲା ହଟାଇବାକୁ ସୁପାରିଶ କରିଛି ।

 

Get real time updates directly on you device, subscribe now.