fbpx

‘ମୋତେ ନୋବେଲ୍ ପ୍ରାଇଜ୍ ମିଳିବା କଥା’, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏପରି କହିବା ସହ ଏହାର କାରଣ ବି କହିଲେ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଲାଗି ଦିଲ୍ଲୀରେ ଆମ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହୋଇଯାଇଛି । ଅରବିନ୍ଦ କେଜ୍ରିୱାଲ ସବୁ ସଭାରେ ଇଣ୍ଡିଆ ମେଣ୍ଟ ଲାଗି ସାତ ଗୋଟି ସିଟ୍‌ରେ ଲୋକଙ୍କ ମତଦାନ ଲାଗି ଲୋକଙ୍କୁ ଆବେଦନ କରୁଛନ୍ତି । ରବିବାର ଦିଲ୍ଲୀର ଆପ୍ ପାର୍ଟି ମୁଖ୍ୟାଳୟରେ ବର୍ଦ୍ଧିତ ପାଣି ବିଲ୍ ପାଇଁ ଦିଲ୍ଲୀ ସରକାରଙ୍କ ଦ୍ୱାରା ଆହୂତ ଟାଇମ୍ ସେଟେଲମେଣ୍ଟ ସ୍କିମକୁ ଅଧିକାରୀଙ୍କ ଦ୍ୱାରା ଅଟକାଇ ଦିଆଯିବା ପ୍ରସଙ୍ଗ ଉପରେ କହିବା ସମୟରେ କେଜ୍ରିୱାଲ କହିଥିଲେ କି ଯେଉଁପରି ସମସ୍ୟା ଭିତରେ ସେ କାମ କରୁଛନ୍ତି ସେଥିପାଇଁ ତାଙ୍କୁ ନୋବେଲ୍ ପ୍ରାଇଜ୍ ମିଳିବା କଥା ।

କେଜ୍ରିୱାଲ କହିଛନ୍ତି, କିପରି ଅବସ୍ଥାରେ ମୁଁ କାମ କରୁଛି ତାହା ଆପଣମାନଙ୍କୁ କହିପାରିବି ନାହିଁ । ଏଠି ବିଜେପିବାଲା ଉପରାଜ୍ୟପାଳଙ୍କ ଜରିଆରେ ମୋତେ ସବୁଥିରେ ଅସୁବିଧାରେ ପକାଉଛନ୍ତି । ସବୁ ଭଲ କାର୍ଯ୍ୟରେ ମୋର ବାଟ ଓଗାଳୁଛନ୍ତି । ଅଧିକାରୀମାନେ ମୋ କଥା ଶୁଣୁନାହାନ୍ତି । କିନ୍ତୁ ମୁଁ ଆପଣମାନଙ୍କ ପୁଅ, ଆପଣଙ୍କ କାମ ଅଟକିବାକୁ ଦେବି ନାହିଁ । ସେ କହିଛନ୍ତି ଯେଉଁ ପରିସ୍ଥିତିରେ ମୁଁ କାମ କରୁଛି ସେଥିପାଇଁ ମୋତେ ନୋବେଲ୍ ପୁରସ୍କାର ମିଳିବା କଥା ।

Get real time updates directly on you device, subscribe now.