fbpx

‘ମୋଦୀ ସରକାରଙ୍କ ଭାରତ ସହ ବାଣିଜ୍ୟ କରିବା ସମ୍ଭବପର ନୁହେଁ’ ପାକିସ୍ତାନ ମନ୍ତ୍ରୀ ହିନା ରବାନୀ ଖାର କାହିଁକି କହିଲେ ଏପରି

ନୂଆଦିଲ୍ଲୀ: ପାକିସ୍ତାନ ଏବେ ଆର୍ଥିକ ସଂକଟ ଦେଇ ଗତି କରୁଛି । ତଥାପି ସେ ଭାରତ ସହ ଶତ୍ରୁତା କରିବାରେ ପଛ ଘୁଞ୍ଚା ଦେଉ ନାହିଁ । ଏହାରି ମଧ୍ୟରେ ପାକିସ୍ତାନର ବିଦେଶ ରାଜ୍ୟମନ୍ତ୍ରୀ ହିନା ରବାନୀ ଖାର କହିଛନ୍ତି ଯେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ସହିତ ଖରାପ ସଂପର୍କ କାରଣରୁ ବାଣିଜ୍ୟ ବ୍ୟବସାୟ କରିବାର ସମ୍ଭାବନା ଦେଖାଯାଉନାହିଁ ।

ସୂଚନା ଅନୁଯାୟୀ, ରାଜନୀତିଜ୍ଞ ମାନଙ୍କୁ ଇଣ୍ଟରଭ୍ୟୁରେ ରବାନୀ ଖାର କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ଭଲ ସଂପର୍କ ରଖିବା ପାଇଁ ବ୍ୟାପାର ଆରମ୍ଭ କରିବା ପାଇଁ ମୋର ସମର୍ଥନ ଥିଲା । ହେଲେ ଭାରତରେ ଏକ ହିନ୍ଦୁ ରାଷ୍ଟ୍ରବାଦୀ ସରକାରଙ୍କ ସହିତ କାମ କରିବା ଅସମ୍ଭବ ଅଟେ । ଭାରତରେ ଯେଉଁ ଦଳ ଏବଂ ଯେଉଁ ଲୋକ ଶାସନ ଭାର ସମ୍ଭାଳୁଛନ୍ତି, ସେମାନେ ନିଜ ସମସ୍ୟାକୁ ଠିକ୍ କରୁନାହାନ୍ତି, ଏହା ପରିବର୍ତ୍ତେ ସେମାନେ ସମସ୍ୟାକୁ ବଢାଉଛନ୍ତି ।

ସେ ପୁଣି କହିଛନ୍ତି, ଭାରତର ହିନ୍ଦୁ ରାଷ୍ଟ୍ରବାଦୀ ସରକାର ହିନ୍ଦୁ ଏବଂ ମୁସଲିମ ନାମରେ ଦେଶର ବିଭାଜନ କରୁଛନ୍ତି । ଏହି କାରଣରୁ ତାଙ୍କ ସହିତ ବାଣିଜ୍ୟ ଆରମ୍ଭ କରିବାର କୌଣସି ସମ୍ଭାବନା ନାହିଁ । ଯଦି ଭାରତ ନିଜ ମୂଳଦୂଆକୁ ପରିବର୍ତ୍ତନ କରୁଛି ତେବେ ତାଙ୍କ ଦେଶ ପାକିସ୍ତାନ ବାର୍ତ୍ତାଳାପକୁ ପୁଣି ଆରମ୍ଭ କରିବାକୁ ପ୍ରସ୍ତୁତ ଅଛି । ଏହା ପୂର୍ବରୁ ଭାରତର ବାଣିଜ୍ୟ ଏବଂ ଉଦ୍ୟେଗ ରାଜ୍ୟମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି ଯେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାଣିଜ୍ୟ ଏପ୍ରିଲ-ଡିସେମ୍ବର ୨୦୨୨ ମଧ୍ୟରେ ୧.୩୫ ଆରବ ଡଲାର ପର୍ଯ୍ୟନ୍ତ ପହଁଚି ଥିଲା ।

Get real time updates directly on you device, subscribe now.