fbpx

କାହିଁକି ମୁଖ୍ୟମନ୍ତ୍ରୀ ଭଉଣୀଙ୍କୁ କାରରୁ ଉଠାଇ ନେଲା ପୁଲିସ, ଜାଣନ୍ତୁ ଏହାର କାରଣ

Advertisement

ତେଲେଙ୍ଗାନା: କାଲି ସରକାରଙ୍କ ବିରୁଦ୍ଧରେ ଏକ ବିରାଟ କାଣ୍ଡ ତେଲେଙ୍ଗାନାରେ ଦେଖିବାକୁ ମିଳିଥିଲା । ବିପକ୍ଷ ନେତା ଶର୍ମିଳା ରେଡିଙ୍କୁ ପୁଲିସ କାରରୁ ଉଠାଇ ନେଇଥିଲା । ପୁଲିସ ତାଙ୍କୁ ହେପାଜତରେ ନେବାକୁ ଚାହୁଁଥିଲା, ହେଲେ ସେ କାରରୁ ଓହ୍ଲାଇବାକୁ ସିଧା ମନା କରିଦେଇଥିଲେ । ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଶର୍ମିଳା ରେଡ୍ଡି ହେଉଛନ୍ତି ଆନ୍ଧ୍ର ପ୍ରଦେଶ ସିଏମ ଜଗନ ମୋହନ ରେଡ୍ଡିଙ୍କ ଭଉଣୀ । ସେ ତେଲେଙ୍ଗାନାରେ ୱାଇଏସଆର ତେଲେଙ୍ଗାନା ପାର୍ଟୀର ଅଧ୍ୟକ୍ଷ ।

ତେବେ ମଙ୍ଗଳବାର ଦ୍ୱିପ୍ରହରରେ ସିଏମ କେସିଆର ଆବାସ ବାହାରେ ପ୍ରଦର୍ଶନ କରିବା ପାଇଁ ଯାଇଥିଲେ । ତାଙ୍କ ସହ ଅନେକ ସମର୍ଥକ ମଧ୍ୟ ସେଠାରେ ମହଜୁଦ ଥିଲେ । ବାରଙ୍ଗଲରେ ସୋମବାର ଦିନ ତାଙ୍କ ଗାଡ଼ିକୁ ଅଟକା ଯାଇଥିଲା, ଜାହାକୁ ନେଇ ଆରୋପ ଲଗାଯାଇଥିଲା ଯେ, ଟିଆରଏସର କାର୍ଯ୍ୟକର୍ତ୍ତା ମାନେ ଆକ୍ରମଣ କରିଥିଲେ । ଏହା ବିରୁଦ୍ଧରେ ସେ ଆନ୍ଦୋଳନ କରିବା ନେଇ ବାହାରିଥିଲେ । ତେଣୁ ପୋଲିସ ଶର୍ମିଳାଙ୍କ ସହ ୬ଜଣ ସମର୍ଥକଙ୍କୁ ଗିରଫ କରିନେଇ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଇ ନ୍ୟାୟିକ ରିମାଣ୍ଡ ଜାହିର କରିଥିଲେ ।

ସୂଚନା ମୁତାବକ ଶର୍ମିଳା ରେଡ୍ଡି ,ଦିନ ୧୨ଟା ସମୟରେ କେସିଆର ଆବସରେ ପଦର୍ଶନ ପାଇଁ ଘରୁ ବାହାରିଥିଲେ । ସେ ରାଜ ଭବନ ପାଖାପାଖି ହେଲା ବେଳକୁ ପଛ ସିଟରୁ ଆଗ ସିଟକୁ ଯାଇ ନିଜେ ଡ୍ରାଇଭ କରିଥିଲେ । ସେଠାରେ ତାଙ୍କୁ ପୁଲିସ ଅଟକାଇ କାର ବାହାରକୁ ଆସିବା ପାଇଁ କହିଥିଲା । ହେଲେ ସେ ପୁଲିସ କଥା ନ ଶୁଣି ଜୋରରେ ଗାଡ଼ି ଚଲାଇବାକୁ ଉଦ୍ୟମ କରିଥିଲେ । ଗାଡ଼ି ଚଲାଇବା ସମୟରେ ସେ ନିଜ ଫୋନରେ ଇଣ୍ଟରଭ୍ୟୁ ମଧ୍ୟ ଦେଉଥିଲେ । ସେଥିରେ ସେ କହିଛନ୍ତି ଆମେ ସରକାରଙ୍କ ଅସଫଳତା ଉଜାଗର କରୁଥିଲୁ । ଏନେଇ କେସିଆରର ଗୁଣ୍ଡା ଆମ ଉପରେ ଆକ୍ରମଣ କରିଥିଲେ । ଆମେ ସିଏମଙ୍କୁ ଏହା ଜଣାଇବାକୁ ଚାହୁଁଥିଲୁ ଯେ, ଆମ ଗାଡ଼ିକୁ କିପରି ଭାଙ୍ଗି ଦିଆଯାଇଛି । ଏଭଳି ଲୋକତାନ୍ତ୍ରିକ ସମାଜରେ ଏମିତି କାମ କରିବା ଠିକ ନୁହେଁ ।

Get real time updates directly on you device, subscribe now.