fbpx
BSKY SKY
BSKY SKY

ପ୍ରଥମ ଟେଷ୍ଟରେ କାହିଁକି ଖେଳିଲେନି ରବିନ୍ଦ୍ର ଜାଡେଜା? ଅଧିନାୟକ ରୋହିତ କହିଲେ ପ୍ରକୃତ କଥା

BSKY

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ । ଟସ୍ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଛନ୍ତି ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବାଭୂମା । ଏହି ମ୍ୟାଚରେ ଭାରତର ଯୁବ ଫାଷ୍ଟ ବୋଲର ପ୍ରସିଦ୍ଧ କୃଷ୍ଣାଙ୍କୁ ସୁଯୋଗ ଦେଇଛନ୍ତି ଟିମ ଇଣ୍ଡିଅ।।ର ଅଧିନାୟକ ରୋହିତ । ତେବେ ଦଳର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏହି ଦଳରେ ସ୍ଥାନ ପାଇନାହାନ୍ତି । ରୋହିତ ଏହି ଦଳ ଘୋଷଣା କରିବା ପରେ କୋଟି କୋଟି କ୍ରିକେଟପ୍ରେମୀ ଏହି ନିଷ୍ପତ୍ତିରେ ଅଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ତେବେ ଏହାପରେ ଜାଡେଜାଙ୍କୁ ସୁଯୋଗ ମିଳିବାର ମୁଖ୍ୟ କାରଣ ମଧ୍ୟ କହିଛନ୍ତି ଅଧିନାୟକ ।

ଟସ୍ ଜିତି ପ୍ରଥମେ ବୋଲିଂ ନେଇଛି ଦକ୍ଷିଣ ଆଫ୍ରିକା ଦଳ । ତେବେ ଭାରତର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ବିନା ଆଜି ଦଳ ମଇଦାନକୁ ଓହ୍ଲାଇଥିବା ରୋହିତ ଶର୍ମା ଦଳ ଘୋଷଣା ସମୟରେ କହିଛନ୍ତି । ରୋହିତ କହିଛନ୍ତି ଯେ, ଆଜିର ମ୍ୟାଚରେ ଜାଡେଜା ଉପଲବ୍ଧ ନାହାନ୍ତି, ତେଣୁ ଜାଡେଜାଙ୍କ ସ୍ଥାନରେ ରବିଚନ୍ଦ୍ରନ ଅଶ୍ୱୀନଙ୍କ ସୁଯୋଗ ମିଳିଛି । ପିଠିରେ ସାମାନ୍ୟ ଯନ୍ତ୍ରଣା ଯୋଗୁଁ ଜାଡେଜାଙ୍କୁ ବିଶ୍ରମ ଦିଆଯାଇଥିବା ଟସ୍ ସମୟରେ କହିଛନ୍ତି ରୋହିତ । ଅଶ୍ୱୀନ ଜଣେ ଭଲ ସ୍ପିନର । ଏହାବ୍ୟତୀତ ଫାଷ୍ଟ ବୋଲର ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସିରାଜ ଏବଂ ଜଶପ୍ରୀତ ବୁମରାହ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି । ତେବେ ଆଜିର ମ୍ୟାଚରେ ଭାରତ ପାଇଁ ଟେଷ୍ଟ ଡେବ୍ୟୁ କରୁଛନ୍ତି ଷ୍ଟାର ୟଙ୍ଗ ବୋଲର ପ୍ରସିଦ୍ଧ କୃଷ୍ଣା ।

ଭାରତୀୟ କ୍ରିକେଟର ସର୍ବଶ୍ରେଷ୍ଠ ଅଲରାଉଣ୍ଡରଙ୍କ ତାଲିକାରେ ରବିନ୍ଦ୍ର ଜାଡେଜା ମଧ୍ୟ ରହିଛନ୍ତି । ଟେଷ୍ଟ କ୍ରିକେଟରେ ବ୍ୟାଟ୍ ସହିତ ବୋଲିଂରେ ମଧ୍ୟ କମାଲ କରିବାରେ ମାହିର ରବିନ୍ଦ୍ର ଜାଡେଜା । ତେବେ ଆଜିର ମ୍ୟାଚରେ ତାଙ୍କର ଅନୁପସ୍ତିତି ଭାରତ ପାଇଁ ସମସ୍ୟା ସୃଷ୍ଟି କରିପାରେ । କାରଣ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଛି ଟିମ ଇଣ୍ଡିଆ । ମାତ୍ର ୨୫ ରନ୍ ଭିତରେ ଭାରତ ନିଜର ମୂଲ୍ୟବାନ୍ ୩ଟି ୱିକେଟ ହରାଇ ସଂଘର୍ଷ କରୁଥିବା ଦେଖାଯାଉଛି ।

ଭାରତୀୟ ପ୍ଲେଇଙ୍ଗ ୧୧: ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜଏସ୍ୱାଲ, ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ ରାହୁଲ, ରବିଚନ୍ଦ୍ରନ ଅଶ୍ୱୀ, ଶାର୍ଦ୍ଦୁଳ ଠାକୁର, ଜଶପ୍ରୀତ ବୁମରାହ, ମହମ୍ମଦ ସିରାଜ ଓ ପ୍ରସିଦ୍ଧ କୃଷ୍ଣା ।

Get real time updates directly on you device, subscribe now.