fbpx

ଡିଜେ ମ୍ୟୁଜିକ୍ ବାଜିବାରୁ ବ୍ୟକ୍ତିଙ୍କର ଜୀବନ ଚାଲିଗଲା: ସଙ୍ଗୀତ ସହିତ ମଣିଷର ହୃଦୟର କ’ଣ ସମ୍ପର୍କ ରହିଛି, ଏହା ପଛର ବୈଜ୍ଞାନିକ ରହସ୍ୟ କ’ଣ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ବିବାହ ଉତ୍ସବମାନଙ୍କରେ ନାଚୁ ଥିବା ସମୟରେ ଅନେକ ଲୋକ ହାର୍ଟ ଆଟାକରେ ମୃତ୍ୟୁବରଣ କରିଥାନ୍ତି । ଗତବର୍ଷ ମାର୍ଚ୍ଚ ମାସରେ ବିହାରରୁ ଏପରି ଏକ ଖବର ସାମ୍ନାକୁ ଆସିଥିଲା । ବାହାଘର ଉତ୍ସବ ଚାଲିଥିବା ବେଳେ ଡିଜେର ଉଚ୍ଚ ଶବ୍ଦ କାରଣରୁ ବରଙ୍କୁ ହଠାତ୍ ହାର୍ଟ ଆଟାକ ଆସିଥିଲା । ତେବେ ଏହା ମଧ୍ୟରେ ରାଉରକେଲାରେ ଜଣେ ବ୍ୟକ୍ତିଙ୍କର ଡିଜେ ସାଉଣ୍ଡ କାରଣରୁ ମୃତ୍ୟୁ ଘଟିଛି । ସରସ୍ୱତୀ ମୂର୍ତ୍ତି ବିସର୍ଜନ ସମୟରେ ଡିଜେ ସଙ୍ଗୀତର ହାଇ ଭଲ୍ୟୁମରେ ବାଜିବା କାରଣରୁ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି । ଏହି ଘଟଣାରେ ଡିଜେ ବଜାଉଥିବା ବ୍ୟକ୍ତିଙ୍କୁ ଅଟକ ରଖାଯାଇଥିଲା ।

ସାଧାରଣ ଭାବେ ସଙ୍ଗୀତ ସହିତ ହୃଦୟର ସିଧାସଳଖ ଭାବେ ସମ୍ପର୍କ ରହିଛି । ଗୋଟିଏ ପଟେ ସୁମଧୁର ସଙ୍ଗୀତ ହୃଦରୋଗୀଙ୍କ ପାଇଁ ବରଦାନ ସଦୃଶ ହୋଇଥିବା ବେଳେ କାନଫଟା ମ୍ୟୁଜିକ ହୃଦୟର ସ୍ପନ୍ଦନର ଗତିକୁ ବଢ଼ାଇ ଦେଇଥାଏ ବା ସ୍ଥିର କରିଦେଇଥାଏ । ଆମର କାନ ୦ରୁ ୫ ଡେସିବଲ ପର୍ଯ୍ୟନ୍ତ ଶବ୍ଦ ଶୁଣିପାରେ । ୭୦ ଡେସିବଲ ପର୍ଯ୍ୟନ୍ତ ଶବ୍ଦକୁ ଆମକୁ ସମସ୍ୟାକୁ ପକାଇଥାଏ । ୨୪ ଘଣ୍ଟା ମଧ୍ୟରେ ୫ ଡେସିବଲ ବୃଦ୍ଧି ପାଇଲେ ହାର୍ଟ ଆଟାକ ଓ ଷ୍ଟ୍ରୋକର ଆଶଙ୍କା ୩୪ ପ୍ରତିଶତ ବୃଦ୍ଧି ପାଇଥାଏ । ଏହାଦ୍ୱାରା ଦିଲର ସ୍ପନ୍ଦନ ଅନିୟମିତ ହୋଇଯାଇଥାଏ, ଫଳରେ ତାହା ଅଚାନକ ହାର୍ଟ ଆଟାକର କାରଣ ସାଜିଥାଏ ।

୨୦୧୯ ନଭେମ୍ବରରେ କରାଯାଇଥିବା ହାର୍ଭାର୍ଡ ଏଜୁକେସନର ଷ୍ଟଡି ମୁତାବକ, ମ୍ୟଜିକ ହେଉ କି ଯେ କୌଣସି ପ୍ରକାରର ଉଚ୍ଚ ଶବ୍ଦ ମଣିଷର ହୃଦୟକୁ ଦୁର୍ବଳ କରିଦେଇଥାଏ । ଉକ୍ତ ଷ୍ଟଡିରେ ୫ ବର୍ଷରୁ ଆରମ୍ଭ କରି ସୁସ୍ଥ ଥିବା ବୟସ୍କଙ୍କୁ ସାମିଲ କରାଯାଇଥିଲା । ସେମାନଙ୍କର ହୃଦୟକୁ ନେଇ ୫ ବର୍ଷ ପର୍ଯ୍ୟନ୍ତ ତର୍ଜମା କରାଯାଇଥିଲା । ସେମାନେ ସଡ଼କ ନିକଟରେ ରହୁଥିବାରୁ ଦିନରାତି ଗାଡ଼ିମଟର ଶବ୍ଦ ସେମାନଙ୍କ କାନରେ ପହଞ୍ଚୁଥିଲା । ତେବେ ସୁସ୍ଥ ହୃଦୟ ଥିବା ଲୋକମାନେ ମଧ୍ୟ କାର୍ଡିଓଭାସ୍କୁଲାର ବିମାରୀରେ ସଂକ୍ରମିତ ହେଉଥିବା ରିସର୍ଚ୍ଚରୁ ସ୍ପଷ୍ଟ ହୋଇଥିଲା ।

ଯଦି ୨୪ ଘଣ୍ଟା ମଧ୍ୟରେ ୫ ଡେସିବଲ ବୃଦ୍ଧି ପାଏ, ତେବେ ଏହା ବ୍ରେନର ଏମିଗଡେଲା ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଏହା ଏପରି ଏକ ଅଂଶ ଅଟେ ଯାହାକି ଭାବନା ଓ ନିଷ୍ପତ୍ତି ନେବାର କ୍ଷମତାକୁ ଲିଡ୍ କରିଥାଏ । କ୍ରୋନିକ ନଏଜ ଏକ୍ସପୋଜର ଦ୍ୱାରା ଏହି ଅଂଶ ସଙ୍କୁଚିତ ହେବାରେ ଲାଗିଥାଏ । ଫଳରେ ଆକ୍ରମଣାତ୍ମକ ଓ ମୁଡ ସ୍ୱିଙ୍ଗସ ଆଦି ସମସ୍ୟା ଦେଖାଦେଇଥାଏ । ସେହିପରି ଜର୍ମାନୀର ମେନଜ ୟୁନିଭରସିଟିର ମେଡିକାଲ ସେଣ୍ଟର ଦ୍ୱାରା ୩୫ରୁ ୭୪ ବର୍ଷର ୧୫ ହଜାର ଲୋକଙ୍କୁ ନେଇ ଏକ ଅଧ୍ୟୟନ କରାଯାଇଥିଲା ।

ଉକ୍ତ ରିସର୍ଚ୍ଚରୁ ଜଣାପଡ଼ିଥିଲା, ସଙ୍ଗୀତ ହେଉ କି ଯେ କୌଣସି ଉଚ୍ଚ ଶବ୍ଦ ହେଉ ତାହା ଏକ ଲିମିଟଠାରୁ ଅଧିକ ବୃଦ୍ଧି ପାଇଲେ ହୃଦୟକୁ ଆଉ ନିୟନ୍ତ୍ରଣ କରିବା ସମ୍ଭବ ହୁଏ ନାହିଁ । ଏହା ଦୌଡ଼ିବା, ଦୀର୍ଘ ସମୟ ଧରି ବ୍ୟାୟାମ କରିବା ସମୟରେ ହେଉଥିବା ହାର୍ଟ ରେଟ୍ ପରି ବଢ଼ିଯାଇଥାଏ । ଫଳରେ ଦିଲର ଧଡ଼କନରେ ଅନିୟମିତତା ଦେଖାଦେଇଥାଏ । ପରିଣାମ ସ୍ୱରୂପ, ହାର୍ଟ ଆଟାକ, ବ୍ରେନ ଷ୍ଟ୍ରୋକ ଓ ବ୍ଲକ କ୍ଲଟ ପରି ସମସ୍ୟା ଦେଖାଦେଇଥାଏ ।

Get real time updates directly on you device, subscribe now.