ମଦ ପିଉଥିବା କ୍ୟକ୍ତି କାହିଁକି କରନ୍ତି ଚିୟର୍ସ, ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ?

ଓଡ଼ିଶା ଭାସ୍କର: ମଦ୍ୟପାନ କରୁଥିବାର ଅନେକ ଦୃଶ୍ୟ କେଉଁଠି ନାଁ କେଉଁଠି ଦେଖିଥିବେ ନିଶ୍ଚୟ। ଆଉ ତାରି ଭିତରେ ଗୋଟିଏ ସାଧାରଣ କଥା ହେଲା ଏକାଠି ବସି ମଦ ପିଉଥିବା କ୍ୟକ୍ତି ପରସ୍ସରର ଗ୍ଲାସକୁ ଗ୍ଲାସ୍ ସହ ଲଗାଇ ଚିୟର୍ସ କୁହନ୍ତି। ତେବେ ଆପଣ ଜାଣନ୍ତି କି କାହିଁକି ଏପରି କରନ୍ତି ସେମାନେ। ତେବେ ଆସନ୍ତୁ ଜାଣିବା କଣ ରହିଛି ଏହା ପଛର କାରଣ ?

ଇଣ୍ଟରନେଟ୍ ର କିଛି ତଥ୍ୟକୁ ଅନୁଧ୍ୟାନ କଲେ ସେଥିରୁ ଜଣାପଡ଼େ କି ଏହାର ଅର୍ଥ ନିଜେ ନିଜକୁ ସେହି ମଦ ପାର୍ଟିରେ ସାମିଲ କରିବା । ଅନେକ ଦେଶରେ ଏହାକୁ ନାକାରାତ୍ମକ ଶକ୍ତି/ ଭୂତ-ପ୍ରେତ ଠାରୁ ଦୂରରେ ରଖିବାକୁ କରାଯାଏ। ଚିୟର୍ସ ଗୋଟିଏ ପୁରୁଣା ଫ୍ରେଞ୍ଚ୍ ଶବ୍ଦ ଯାହାର ଅର୍ଥ ମୁଣ୍ଡ। ପ୍ରଥମେ ଚିୟର୍ସକୁ ଖୁସି ଓ ଆବେଗକୁ ପ୍ରକାଶ କରିବାକୁ କୁହାଯାଉଥିଲା ।

କୁହାଯାଏ କି ଯେତେବେଳେ ଜଣେ ବ୍ୟକ୍ତି ମଦ୍ୟପାନ କରିଥାଏ ସେତେବେଳେ ପଞ୍ଚ ଇନ୍ଦ୍ରିୟରୁ ଚାରୋଟି ଇନ୍ଦ୍ରିୟ ସକ୍ରିୟ ହୋଇଥାନ୍ତି । ସେଥିଲାଗି ଗ୍ଲାସ୍ ଗ୍ଲାସ ସହ ଧକା ଦେଲେ ଶ୍ରବଣ ଇନ୍ଦ୍ରିୟ ସକ୍ରିୟ ହୋଇଥାଏ । ସେଥିପାଇଁ ଏପରି କରାଯାଉଥିବା ମଧ୍ୟ କିଛି ତଥ୍ୟରୁ ଜଣାପଡ଼ିଛି ।

ବି.ଦ୍ର: ମଦ୍ୟପାନ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ। ଆମର ଉଦ୍ଦେଶ ମଦ୍ୟପାନକୁ ପ୍ରୋତ୍ସାହନ କରିବା ନୁହେଁ। ଚିୟର୍ସ ଏକ ପାଶ୍ଚାତ୍ୟ ଦେଶର ଏକ ପ୍ରକାରର ସଂସ୍କୃତି, ଯାହା ଆମ ଦେଶରେ ଖୁବ୍ ପ୍ରଚଳିତ। ଆମେ ଏହାକୁ ଗୋଟିଏ ଖବର ମାଧ୍ୟମରେ ଜଣାଇବାକୁ ଚେଷ୍ଟା କରିଛୁ।