fbpx

କ୍ୟାନସରର ଚିକିତ୍ସା ସମୟରେ କାହିଁକି ଝଡିଥାଏ କେଶ, କ’ଣ ରହିଛି ଏହାର କାରଣ ଆସନ୍ତୁ ଜାଣିବା

Advertisement

ନୂଆଦିଲ୍ଲୀ: କ୍ୟାନସର ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା । ଯଦି ଉଚିତ ସମୟରେ ଏହି ରୋଗର ଚିକିତ୍ସା କରା ନ ଯାଏ ତେବେ ଏହା ଘାତକ ସାବ୍ୟସ୍ତ ହୋଇପାରେ । କେମୋଥେରାପୀ କ୍ୟାନସର ଚିକିତ୍ସାର ଏକ ପ୍ରଭାବୀ ଓ ପ୍ରଚଳିତ ଉପାୟ । କ୍ୟାନସରର ଚିକିତ୍ସା ସମୟରେ ଅଧିକାଂଶ ଲୋକଙ୍କ କେଶ ଝଡିଥାଏ । ଏହାର ମୁଖ୍ୟ କାରଣ କେମୋଥେରାପୀ ହୋଇଥାଏ । କାରଣ କେମୋ ଶରୀରରେ ଦ୍ରୁତ ଗତିରେ ବଢୁଥିବା କ୍ୟାନସର କୋଷିକାକୁ ଟାର୍ଗେଟ୍ କରିଥାଏ । ଏହା ଆମ କେଶର ମୂଳକୁ କ୍ଷତି ପହଞ୍ଚାଇଥାଏ ଯାହା ଫଳରେ କେଶ ଝଡିଥାଏ ।

ଏହା ବ୍ୟତିତ ରେଡିଏସନ୍ ଥେରାପୀ ବି ବେଳେ ବେଳେ କେଶ ଉପୁଡିବାର କାରଣ ହୋଇଥାଏ ଯେତେବେଳେ ଏହାର ଉପଯୋଗ ମୁଣ୍ଡ ଓ ବେକ କ୍ୟାନସରର ଚିକିତ୍ସା ଲାଗି କରାଯାଏ । ଏହା ଏହି ଦିଗ ଉପରେ ନିର୍ଭର କରିଥାଏ ଯେଉଁଠାରେ ରେଡିଏସନ୍ ଦିଆଯାଇଥାଏ । ତେବେ ସମସ୍ତ କେମୋଥେରାପୀ ରୋଗୀଙ୍କ କେଶ ଝଡି ନ ଥାଏ । ଏହା ପଛରେ କାରଣ କ’ଣ ରହିଛି ଆସନ୍ତୁ ଜାଣିବା । ସମସ୍ତ କେମୋଥେରାପୀ ମେଡିସିନ୍ କାରଣରୁ କେଶ ଝଡି ନ ଥାଏ । ବିଭିନ୍ନ ପ୍ରକାର ମେଡିସିନ୍ କେଶ ଉପରେ ଭିନ୍ନ ଭିନ୍ନ ପ୍ରଭାବ ପକାଇଥାଏ । ଯେପରିକି ବ୍ରେଷ୍ଟ କ୍ୟାନସରର ଉପଚାରରେ କେମୋଥେରାପୀ ନେବା ସମୟରେ କେଶ ନିଶ୍ଚୟ ଝଡିବ । ଏହି ପ୍ରକାର କେମୋଥେରାପୀ ସମୟରେ କ୍ୟାନସର ମେଡିସିନ୍ରେ ଏକ ବିଶିଷ୍ଟ ମିଶ୍ରଣର ଉପଯୋଗ କରାଯାଏ । କ୍ୟାନସର ଚିକିତ୍ସା ସମୟରେ କେଶ ଝଡିବା ବ୍ୟତୀତ, କେଶ ପତଳା ହେବା, ଚନ୍ଦାପଣ ଆଦି ସମସ୍ୟା ମଧ୍ୟ ଦେଖାଦିଏ ।

କେମୋଥେରାପୀ ଚିକିତ୍ସାର ୩ ସପ୍ତାହ ପରେ ଏହି କେଶ ଝଡିବା ସମସ୍ୟା ଦେଖାଦେଇଥାଏ । କିନ୍ତୁ କେମୋଥେରାପୀ ଦ୍ୱାରା ଆପଣ ସବୁଦିନ ପାଇଁ କେଶ ହରାଇ ନ ଥାନ୍ତି । ଚିକିତ୍ସା ସମାପ୍ତ ହେବାର କିଛି ମାସ ଭିତରେ ପୁଣି ମୁଣ୍ଡରେ କେଶ ଉଠିଥାଏ । ପ୍ରାୟତଃ ୩ରୁ ୫ ମାସ ଭିତରେ ପୁଣି ମୁଣ୍ଡରେ କେଶ ଉଠିଯାଏ । କିନ୍ତୁ ଆପଣ ମନେ ରଖିବେ କେଶ ଉଠିବାର ପ୍ରାରମ୍ବିକ ଅବସ୍ଥାରେ ଏହାର ଉପଚାର ବହୁତ ଯତ୍ନର ସହିତ କରିବେ । ଏହି ସମୟରେ କେଶରେ ରଙ୍ଗ ଲଗାଇବେ ନାହିଁ । ଏହା ସହିତ କେଶରେ କୌଣସି ପ୍ରକାର ହିଟିଂ ଉପକରଣ ବି ଲଗାଇବେ ନାହିଁ ।

Get real time updates directly on you device, subscribe now.