ବିମାନ ବଦଳରେ ଟ୍ରେନରେ ଅନ୍ୟ ଦେଶକୁ କାହିଁକି ଯାତ୍ରା କରନ୍ତି କିମ୍-ଜୋଙ୍ଗ୍-ଉନ୍, ଜାଣନ୍ତୁ କ’ଣ ରହିଛି ଏହା ପଛର ରହସ୍ୟ…
ପ୍ୟୋଙ୍ଗୟାଙ୍ଗ,୨ା୬: ଯେତେବେଳେ ବିଶ୍ୱରେ ଏକଛତ୍ରବାଦୀ ଶାସକଙ୍କ ନାମ ନିଆଯିବkim-jong-unଉନଙ୍କ ନାଁ ହିଁ ଆସିବ । ଜଣେ ଶାସକ ଯାହାଙ୍କ ଅନୁମତି ବିନା ଆପଣ ପୋଷାକ ପିନ୍ଧିପାରିବେ ନାହିଁ, କେଶ କାଟିପାରିବେ ନାହିଁ, କୌଣସି ସ୍ଥାନକୁ ଯାଇପାରିବେ ନାହିଁ। କିମ୍-ଜୋଙ୍ଗ୍-ଉନଙ୍କୁ ଉତ୍ତର କୋରିଆର ଏକଛତ୍ରବାଦୀ ଏବଂ ନିଷ୍ଠୁର ନେତା ବୋଲି ବିବେଚନା କରାଯାଏ।
ଡିସେମ୍ବର ୨୦୧୧ରେ ତାଙ୍କ ପିତା କିମ୍-ଜୋଙ୍ଗ୍-ଉନଙ୍କ ମୃତ୍ୟୁ ପରେ କିମ୍ କ୍ଷମତା ଗ୍ରହଣ କରିଥିଲେ। କିମ୍-ଜୋଙ୍ଗ୍-ଉନ ତାଙ୍କ ପରିବାରର ତୃତୀୟ ପିଢ଼ିର ନେତା ଏବଂ ଉତ୍ତର କୋରିଆରେ ଏକ ସ୍ୱେଚ୍ଛାଚାରୀ ଶାସନ ବ୍ୟବସ୍ଥା ପରିଚାଳନା କରନ୍ତି। ଆଜି, ଯେଉଁଠାରେ ବିଶ୍ୱର ନେତାମାନେ ପରସ୍ପରର ଦେଶକୁ ଯିବା ପାଇଁ ବିମାନ ବ୍ୟବହାର କରନ୍ତି, କିମ୍ ଏବେ ବି ଅନ୍ୟ ଦେଶକୁ ଯିବା ପାଇଁ ଟ୍ରେନ ବ୍ୟବହାର କରନ୍ତି। ଆସନ୍ତୁ, ଆମେ ଆପଣଙ୍କୁ କହିବା କାହିଁକି ଏକଛତ୍ରବାଦୀ କିମ୍-ଜୋଙ୍ଗ୍-ଉନ କେବଳ ଟ୍ରେନରେ ଅନ୍ୟ ଦେଶକୁ ଯାତ୍ରା କରନ୍ତି, ଟ୍ରେନରେ ଯାତ୍ରା କରିବାର କାରଣ କ’ଣ?
ତାଙ୍କ ପିତାଙ୍କ ମୃତ୍ୟୁ ପରେ, କିମ୍-ଜୋଙ୍ଗ୍-ଉନ ନିଜକୁ ଉତ୍ତର କୋରିଆର ମହାନ ଉତ୍ତରାଧିକାରୀ ଘୋଷଣା କରିଥିଲେ। କିମ୍ ଜୋଙ୍ଗ୍ ଉନ୍ ତାଙ୍କ ଶାସନ ଆରମ୍ଭରେ ବିରୋଧୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।୨୦୧୧ରେ କ୍ଷମତା ଗ୍ରହଣ କରିବା ପରେ, କିମ୍ ଟ୍ରେନରେ ଏପରି ଅନେକ ଆନ୍ତର୍ଜାତୀୟ ଯାତ୍ରା କରିଥିଲେ। ଏପର୍ଯ୍ୟନ୍ତ ତାଙ୍କ ଶାସନକାଳ ମଧ୍ୟରେ, କିମ୍ ସାତଟି ଅନ୍ତର୍ଜାତୀୟ ଯାତ୍ରା କରିଛନ୍ତି ଏବଂ ଦୁଇଥର ଦକ୍ଷିଣ କୋରିଆର ସୀମା ପାର କରିଛନ୍ତି।
କିମ୍ ତାଙ୍କର ଅଧିକାଂଶ ବିଦେଶ ଯାତ୍ରାରେ ହଳଦିଆ ଷ୍ଟ୍ରାଇପ୍ ଥିବା ଟ୍ରେନ୍ ବ୍ୟବହାର କରିଛନ୍ତି। ୨୦୧୮ରେ ବେଜିଂ ଗସ୍ତଠାରୁ ୨୦୧୯ରେ ହାନୋଇରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଶିଖର ସମ୍ମିଳନୀ ପର୍ଯ୍ୟନ୍ତ, କିମ୍ ଅନେକ ହାଇ-ପ୍ରୋଫାଇଲ୍ ଯାତ୍ରା ପାଇଁ ତାଙ୍କ ଟ୍ରେନ୍ ବ୍ୟବହାର କରିଛନ୍ତି। କିମ୍ଙ୍କ ପିତା କିମ୍ ଜଙ୍ଗ ଇଲ୍ ବିମାନ ଯାତ୍ରାକୁ ଭୟ କରୁଥିଲେ, ଯାହା କାରଣରୁ ସେ ସଶସ୍ତ୍ର ଟ୍ରେନ୍ ଦ୍ୱାରା ଚୀନ୍ ଏବଂ ରୁଷିଆକୁ ତାଙ୍କର ବିଦେଶ ଯାତ୍ରାକୁ ସୀମିତ ରଖିଥିଲେ।
କିମ୍ଙ୍କ ପିତା ୨୦୦୧ରେ ଟ୍ରେନରେ ପ୍ୟୋଙ୍ଗୟାଙ୍ଗ୍ରୁ ମସ୍କୋ ଯାତ୍ରା କରିଥିଲେ, ଯାହା ୨୦,୦୦୦ କିଲୋମିଟର ଥିଲା। ଏବଂ ଏହି ଯାତ୍ରା ସମାପ୍ତ କରିବାକୁ ପ୍ରାୟ ୨୪ ଦିନ ଲାଗିଥିଲା। କିମ୍ଙ୍କ ପିତା ଜଙ୍ଗ ଇଲ୍ ୨୦୧୧ରେ “କ୍ଷେତ୍ର ମାର୍ଗଦର୍ଶନ” ଯାତ୍ରା ପାଇଁ ଟ୍ରେନରେ ଯାତ୍ରା କରୁଥିବା ସମୟରେ ହୃଦଘାତରେ ମୃତ୍ୟୁବରଣ କରିଥିଲେ।
ଏହା ବିଶ୍ୱାସ କରାଯାଏ ଯେ, ଉତ୍ତରକୋରିଆର ରାଜଧାନୀ ପ୍ୟୋଙ୍ଗୟାଙ୍ଗ୍ରେ କିମ୍ ଜୋଙ୍ଗ୍ ଉନଙ୍କ ପାଇଁ ଏକ ସ୍ୱତନ୍ତ୍ର କାରଖାନା ନିର୍ମାଣ କରାଯାଇଛି, ଯେଉଁଠାରେ ତାଙ୍କ ପରି ଅନେକ ସ୍ୱତନ୍ତ୍ର ଟ୍ରେନ୍ ପ୍ରସ୍ତୁତ କରାଯାଇଛି। କିମ୍ଙ୍କ ବର୍ତ୍ତମାନର ଟ୍ରେନ୍କୁ “ଚଳିତ ଦୁର୍ଗ” କୁହାଯାଏ। କୁହାଯାଏ ଯେ ଟ୍ରେନ୍ର ଝରକାଗୁଡ଼ିକ ବୁଲେଟ୍ପ୍ରୁଫ୍ ଏବଂ ଏହାର କାନ୍ଥ ଏବଂ ମହଲା ବିସ୍ଫୋରଣରୁ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଛି।
ଏହି ସମ୍ପୂର୍ଣ୍ଣ ଟ୍ରେନ୍କୁ କିମ୍ଙ୍କ ଆବଶ୍ୟକତା ଅନୁସାରେ ଡିଜାଇନ୍ କରାଯାଇଛି। ଜରୁରୀକାଳୀନ ସମୟରେ ବ୍ୟବହାର ପାଇଁ ଏଥିରେ ଅନେକ ପ୍ରକାରର ସୁବିଧା କରାଯାଇଛି, ଯାହା ଦ୍ୱାରା ଯଦି ଶତ୍ରୁ ହଠାତ୍ ଟ୍ରେନ୍ ଉପରେ ଆକ୍ରମଣ କରେ, ତେବେ ଏହାକୁ ଉଚିତ ଜବାବ ଦିଆଯାଇପାରିବ। ସମସ୍ତ ସୁରକ୍ଷା ଉପକରଣର ଓଜନ ହେତୁ, କିମ୍ଙ୍କ ଟ୍ରେନ୍ ଘଣ୍ଟା ପ୍ରତି ମାତ୍ର ୫୫କିଲୋମିଟର ବେଗରେ ଚାଲିଥାଏ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଟ୍ରେନ୍ଟିକୁ ଭିତରରୁ ଏକ ବିଳାସପୂର୍ଣ୍ଣ ପ୍ରାସାଦ ପରି ଡିଜାଇନ୍ କରାଯାଇଛି। ଏଥିରେ ବ୍ୟକ୍ତିଗତ ବୈଠକ କକ୍ଷ, ଶୟନ କକ୍ଷ, କାର୍ଯ୍ୟାଳୟ, ଭୋଜନ କ୍ଷେତ୍ର ଏବଂ ସମସ୍ତ ମନୋରଞ୍ଜନ ସୁବିଧା ରହିଛି।