fbpx

ଅନାସ୍ଥା ପ୍ରସ୍ତାବ ଉପରେ ପ୍ରତିଜବାବ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ: ବିରୋଧୀଙ୍କ ଉପରେ କ୍ଷମତା ଭୁତ ଚଢିଛି, କହିଲେ- ପ୍ରସ୍ତୁତି କରି କାହିଁକି ଆସୁନାହାନ୍ତି ?

ନୂଆଦିଲ୍ଲୀ: ଏନ୍‌ଡିଏ ସରକାରଙ୍କ ବିପକ୍ଷରେ ଅସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ସଂସଦରେ ଆଲୋଚନା ଜାରି ରହିଛି । ବିରୋଧି ଏବଂ ସରକାରୀ ସାଂସଦ ମାନଙ୍କର ଆରୋପ ପ୍ରତ୍ୟାରୋପ ପରେ ଲୋକସଭାରେ ପ୍ରତିଜବାବ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ ଖୋଲା ଖୋଲି ସାମାଲୋଚନା କରିଥିଲେ । ଲୋକସଭାରେ ଆସିଥିବା ଅନାସ୍ଥା ପ୍ରସ୍ତାବ ସରକାର ନୁହେଁ ବିରୋଧୀଙ୍କ ପାଇଁ ଏକ ପରୀକ୍ଷା ଅଟେ ବୋଲି ସେ କହିଛନ୍ତି । ବିରୋଧୀଙ୍କ ଅନସ୍ତା ପ୍ରସ୍ତାବ ଆମ ପାଇଁ ଶୁଭ ଅଟେ । ଏହା ଆଗକୁ ଆମ ପାଇଁ ପୁଣି ଜନତାଙ୍କ ଆର୍ଶୀବାଦ ସହିତ କ୍ଷମତାକୁ ଆଣିବ ।

ବିରୋଧୀ ଦଳଙ୍କୁ ସମାଲୋଚନା କରି ମୋଦୀ କହିଛନ୍ତି ଯେ ଏହି ଦଳ ଗୁଡ଼ିକ ସବୁବେଳେ ଦେଶ ସ୍ବାର୍ଥ ଅପେକ୍ଷା ଦଳୀୟ ସ୍ବାର୍ଥକୁ ଗୁରୁତ୍ବ ଦେଇଆସିଛନ୍ତି । ବିରୋଧୀ ଆମ ପାଇଁ ଫିଲଡିଂ ସଜାଇଥିଲେ, କିନ୍ତୁ ଶାସକ ଦଳ ପକ୍ଷରୁ ଛକା ଚୌକା ସହ ଶତକ ଲଗାଯାଇଛି । ଏଣୁ ବିରୋଧୀ ଦଳ ଟିକିଏ ପ୍ରସ୍ତୁତି କରିଆସିବା ଆବଶ୍ୟକ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଲୋକଙ୍କ କଲ୍ୟାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ଆଲୋଚନା ହେବାର ଆବଶ୍ୟକତା ରହିଛି, କିନ୍ତୁ ବିରୋଧୀ ରାଜନୀତିରେ ଆଗ୍ରହ ପ୍ରକାଶ କରୁଛନ୍ତି। ଏହା ସହିତ ମୋଦୀ କହିଛନ୍ତି ଯେ ହାର୍ଡକୋର ଦୁର୍ନୀତିଗ୍ରସ୍ତଙ୍କ ପାଇଁ ବିରୋଧୀ ଏକଜୁଟ ହୋଇଛନ୍ତି। ମୁଁ ତୁମକୁ 5 ବର୍ଷ ଦେଇଥିଲି ଏବଂ ଆଉ ତୁମେ କୌଣସି ପ୍ରସ୍ତୁତି କରି ପାରିଲନାହଁ। ବିରୋଧୀ ବର୍ତ୍ତମାନ କ୍ଷମତା ପାଇଁ ଭୋକିଲା ହୋଇ ଅଛନ୍ତି, ତେବେ ଆପଣ ପ୍ରସ୍ତୁତି କରି କାହିଁକି ଆସୁନାହାଁନ୍ତି ବୋଲି କହି ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ କଟାକ୍ଷ କରିଥିଲେ।

Get real time updates directly on you device, subscribe now.