fbpx

ତଳେ ଆଣ୍ଠୁ ମାଡ଼ି ବସି ଖାଇବାର ରହିଛି ଅଦ୍ଭୁତ ଫାଇଦା, ଜାଣନ୍ତୁ କ’ଣ

ଭାରତୀୟ ସଂସ୍କୃତିରେ ସାଧାରଣତଃ ତଳେ ବସିବା ଓ ସେହି ପୋଜିସନରେ ଖାଇବାର ପଦ୍ଧତିକୁ ଠିକ୍ ବୋଲି ବିବେଚନା କରାଯାଏ । କିନ୍ତୁ ଗତ କିଛି ଦଶନ୍ଧି ମଧ୍ୟରେ ଡାଇନିଂ ଟେବୁଲର ଧାରା ବହୁତ ବୃଦ୍ଧି ପାଇଛି, ଯେଉଁଥିରେ ବସିବା ପଦ୍ଧତି ଅଲଗା ରହିଛି । ବିବାହ ଓ ପାର୍ଟିରେ ଲୋକ ଠିଆ ହୋଇ ଖାଉଛନ୍ତିି । ତେବେ ଏପରି ପରିସ୍ଥିତିରେ କିପରି ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଠିକ୍, ତାହା ଜାଣିବା ଆପଣଙ୍କ ପାଇଁ ଲାଭଦାୟକ…

ଭୂମିରେ ବସି ଖାଇବା କାହିଁକି ଲାଭଦାୟକ?
ଯଦି ଆମେ ସଠିକ୍ ଭାବରେ ବସି ନଥାଉ, ତେବେ ଖାଦ୍ୟ ହଜମ ବ୍ୟାହତ ହୋଇପାରେ ଓ ଆପଣ ଅନେକ ରୋଗର ଶିକାର ହୋଇପାରନ୍ତି । ଏପରି ପରିସ୍ଥିତିରେ ଅଧିକାଂଶ ସ୍ୱାସ୍ଥ୍ୟ ବିଶେଷଜ୍ଞ ଆଣ୍ଠୁ ମାଡ଼ି ବସି ଭୂମିରେ ଖାଇବାକୁ ପରାମର୍ଶ ଦିଅନ୍ତି । ଆସନ୍ତୁ ଜାଣିବା ଏହା କରିବାର ଲାଭ କ’ଣ?

ଖାଦ୍ୟ ଉପରେ ଅଧିକ ଫୋକସ୍:-

ଖାଇବାକୁ ସଠିକ୍ ଭାବରେ ଚୋବାଇ ଖାଇବା ଉଚିତ୍ । ଏହା ସହ ଭୂମିରେ ବସିକି ଖାଇବା ଦ୍ୱାରା ଖାଦ୍ୟ ଉପରେ ଅଧିକ ଫୋକସ୍ ରଖିଥାଏ । ଏହା ସହିତ ଆପଣ ଏହି ପୋଜିସନରେ ଖାଦ୍ୟକୁ ଭଲ ଭାବରେ ଚୋବାଇ ଖାଇଲେ ପେଟ ସମସ୍ୟା ହୋଇନଥାଏ ।

ଅଧିକ ଖାଇବାଠାରୁ ରକ୍ଷା ପାଇବେ:-
ତଳେ ବସି ଖାଇବା ଦ୍ୱାରା ସମସ୍ତ ଧ୍ୟାନ ଖାଦ୍ୟ ଉପରେ ରହିବାରୁ ଆପଣ ଅଧିକ ଖାଦ୍ୟ ଖାଇନଥାନ୍ତି । ଅତ୍ୟଧିକ ଖାଇବା କାରଣରୁ ପେଟ ଯନ୍ତ୍ରଣା, ବାନ୍ତି ଓ ଅଳସୁଆ ହେବାର ଅଭିଯୋଗ ଆସିଥାଏ । ଆବଶ୍ୟକତାଠାରୁ ଅଧିକ ଖାଦ୍ୟ ନ ଖାଇବା ଦ୍ୱାରା ଆପଣଙ୍କର ଓଜନ ବଢ଼ିବାର ସମସ୍ୟା ରହିନଥାଏ । ଯଦି ଆପଣ ମୋଟାପଣରୁ ବର୍ତ୍ତିଯାଆନ୍ତି, ତେବେ ହାର୍ଟ ଆଟାକର ଆଶଙ୍କା, ହାଇ ବିପିର ବିପଦ କମ୍ ହୋଇଯାଏ ।

ହାଡ଼ରେ ହୋଇ ନଥାଏ ଯନ୍ତ୍ରଣା:-
ଭୂମିରେ ଆଣ୍ଠୁ ମାଡ଼ି ବସି ଖାଇବା ଦ୍ୱାରା ଆପଣଙ୍କର ମେରୁଦଣ୍ଡ ଓ ବେକ ସର୍ବୋତ୍ତମ ଷ୍ଟ୍ରେଚ୍ ପାଇଥାଏ, ଯାହା ଶରୀର ଓ ମନକୁ ବିଶ୍ରାମ ଦେଇଥାଏ । ଏହା ସହ ଆପଣଙ୍କର ପିଠି ଯନ୍ତ୍ରଣା କିମ୍ବା ହାଡ଼ ଯନ୍ତ୍ରଣା ହେବ ନାହିଁ ।

Get real time updates directly on you device, subscribe now.