fbpx

ମ୍ୟାରେଜ୍ ପରେ ଝିଅମାନେ କ’ଣ ସତରେ ମୋଟା ହୋଇଯାଆନ୍ତି, ଜାଣନ୍ତୁ ଏହା ପଛର ରହସ୍ୟ

ବିବାହକୁ ନେଇ ସମସ୍ତଙ୍କ ମନରେ ଭିନ୍ନ ଭିନ୍ନ ମତ ରହିଥାଏ । ତେବେ ବିବାହ ପରେ ଉଭୟ ପୁଅ ଓ ଝିଅଙ୍କର ଜୀବନଶୈଳୀରେ କିଛିଟା ପରିବର୍ତ୍ତନ ଦେଖାଦେଇଥାଏ । ବିଶେଷ କରି ଝିଅମାନଙ୍କର ମାନସିକ ଓ ଶାରୀରିକ କ୍ଷେତ୍ରରେ ବହୁତ କିଛି ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଆମେ ସାଧାରଣତଃ ଦେଖିବାକୁ ପାଉ ଯେ, କିଛି ଝିଅମାନେ ବାହାଘର ପରେ ଅଧିକ ସୁନ୍ଦର ଓ ମୋଟା ହୋଇଯାଇଥାନ୍ତି । ଏପରି ପରିବର୍ତ୍ତନ ପଛରେ ଅନେକ କାରଣ ରହିଛି ।

– ବିବାହ ପରେ ଶାରୀରିକ ସମ୍ପର୍କ ରକ୍ଷା କରିବା ଦ୍ୱାରା ଝିଅମାନଙ୍କର ଶରୀରରେ ହରମୋନରେ ପରିବର୍ତ୍ତନ ଘଟିଥାଏ । ଏହି ହରମୋନ ଯୋଗୁଁ ସେମାନଙ୍କର ଓଜନ ବୃଦ୍ଧି ଘଟିଥାଏ ।

– ବିବାହ ପୂର୍ବରୁ ଝିଅମାନେ ନିଜର ଶାରୀରିକ ଫିଟନେସ ପାଇଁ ବିଶେଷ ଧ୍ୟାନ ଦେଇଥାନ୍ତି । ମାତ୍ର ବିବାହ ପରେ ପରିବାରର ଅନେକ କାର୍ଯ୍ୟ ସେମାନେ ତୁଲାଇଥାନ୍ତି । ଫଳରେ ନିଜର ଖାଦ୍ୟପେୟ, ଶାରୀରିକ ଯତ୍ନ ଆଦି ପ୍ରତି ଅବହେଳା ସେମାନଙ୍କର ସ୍ୱାସ୍ଥ୍ୟ ପରିବର୍ତ୍ତନର ଅନ୍ୟତମ କାରଣ ସାଜିଥାଏ ।

– ବାହାଘର ପରେ ଝିଅମାନେ ନୂଆ ଜୀବନସାଥୀ ସହିତ ଖୁସିରେ ଜୀବନ ଅତିବାହିତ କରିବାରେ ବ୍ୟସ୍ତ ରହି ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ପାରନ୍ତି ନାହିଁ । ଫଳରେ ସେମାନେ ମୋଟା ହୋଇଯାଇଥାନ୍ତି ।

– ବଡ଼ ପରିବାରରେ ସମସ୍ତ ସଦସ୍ୟଙ୍କ ପାଇଁ ରୋଷେଇ କରିବା ଗୃହଣୀଙ୍କ ଉପରେ ନ୍ୟସ୍ତ ଥାଏ । କିଛି ଗୃହିଣୀ ବଳକା ଖାଦ୍ୟକୁ ନ ଫୋପାଡ଼ି ନିଜେ ଖାଇ ନିଅନ୍ତି । ଏପରି ଖାଇବା ଅଭ୍ୟାସ ଦୀର୍ଘଦିନ ଜାରି ରହିବା ଗୃହିଣୀମାନଙ୍କର ମୋଟାପାର ଅନ୍ୟତମ କାରଣ ।

– ଆଜିର ଆଧୁନିକ ଯୁଗରେ ବହୁ ଲୋକ ବିଳମ୍ବରେ ବିବାହ କରୁଥିବାର ଦେଖାଯାଉଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁଯାୟୀ, ପାଖାପାଖି ୩୦ ବର୍ଷ ବୟସରେ ବିବାହ କରୁଥିବା ଝିଅମାନଙ୍କର ମେଟାବୋଲିକ ହାର ହ୍ରାସ ପାଇଥାଏ । ଫଳରେ ଏହା ଓଜନ ବୃଦ୍ଧିରେ ସହାୟକ ହୋଇଥାଏ ।

Get real time updates directly on you device, subscribe now.