Halloween Party ପାଇଁ ଚାଲିଗଲା ୧୫୦ ଜୀବନ: କାହିଁକି ଏକାଠି ହୋଇଥିଲେ ୧ ଲକ୍ଷ ଲୋକ, ଏହି ପରମ୍ପରାର ଇତିହାସ କ’ଣ

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ହେଲୋବିନ ପାର୍ଟି ଚାଲିଥିବା ଅବସରରେ ଧାଁ ଦୌଡ଼ରେ ପାଖାପାଖି ୧୫୦ ଲୋକଙ୍କର ମୃତ୍ୟୁ ଘଟିଛି । ଏଥିସହିତ ବହୁଲୋକ ଆହତ ହେବା ସହ ଅନେକ ହାର୍ଟ ଆଟାକର ଶିକାର ହୋଇଥିଲେ । ୩୫୦ରୁ ଅଧିକ ଲୋକ ନିଖୋଜ ହେବା ସହ ପାର୍ଟିରେ ଇରାନ, ଉଜବେକିସ୍ତାନ, ଚୀନ ଓ ନରୱେର ଲୋକମାନେ ସାମିଲ ଥିଲେ । ଗୋଟିଏ ମୁହୂର୍ତ୍ତ ମଧ୍ୟରେ ଏକ ସାଧାରଣ ସ୍ଥାନ ପାଲଟି ଯାଇଟି ଯାଇଥିଲା ଏକ ଭୟଙ୍କର ଭୂକମ୍ପର ସ୍ଥଳ । ଉକ୍ତ ପାର୍ଟିରେ ପାଖାପାଖି ୧ ଲକ୍ଷ ଲୋକଙ୍କର ସମାଗମ ହୋଇଥିବାରୁ ଭିଡ଼ କାରଣରୁ ଲୋକମାନେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ତେଣୁ ବାଧ୍ୟହୋଇ ସମସ୍ତେ ଏଣେତେଣେ ଦୌଡ଼ିବାରେ ଲାଗିଥିଲେ । ଏଇଠୁ ହିଁ ଆରମ୍ଭ ହୋଇଥିଲା ଏହି ଘଟଣାର ମୂଳ କାହାଣୀ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, କ’ଣ ପାଇଁ ଏକ ଏତେ ସଂଖ୍ୟକ ଲୋକ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇଥିଲେ । ହାଲୋବେନ ପାର୍ଟିର ଇତିହାସ କ’ଣ ଓ ଏହାକୁ କାହିଁକି ପାଳନ କରାଯାଏ । ହାଲୋବେନ ପାର୍ଟି ପ୍ରତ୍ୟେକ ବର୍ଷ ଅକ୍ଟୋବର ମାସ ୩୧ ତାରିଖରେ ପାଳନ କରାଯାଇଥାଏ । ପଶ୍ଚିମ ଦେଶମାନଙ୍କରେ ଏହା ଏକ ମୁଖ୍ୟ ଉତ୍ସବ ଭାବେ ପରିଗଣିତ ହୋଇଥାଏ । ଏହି ଅବସରରେ ସେଠାକାର ସମସ୍ତ ଚର୍ଚ୍ଚର ସନ୍ଥମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଅଲ ହାଲୋଜ୍ ଡେ (ସମସ୍ତ ସନ୍ଥଙ୍କର ଦିବସ) ପାଳନ କରାଯାଏ । ଏଥିପାଇଁ ପୂର୍ବ ପାଳନର ପୂର୍ବ ସନ୍ଧ୍ୟାରେ ଈସାଈ ପର୍ବ ପାଳନ କରାଯାଏ ।

ଏକ ସିଦ୍ଧାନ୍ତ ମୁତାବକ, ହାଲୋବେନ ପରମ୍ପରା ପ୍ରାଚୀନ ସେଲଟିକ ପର୍ବରୁ ଉତ୍ପନ୍ନ ହୋଇଥିଲା । ଗରମ ଓ ଥଣ୍ଡା ସମୟରେ ସୀମାରେ ସେଲଟସମାନେ ସମହିନ ପାଳନ କରୁଥିଲେ । ସେମାନେ ଏକ ବିଶାଳକାଳ ଅଗ୍ନି ଜଳାଇ ଏହି ସିଜିନମାନଙ୍କରେ ନିଜକୁ ଖରାପ ଆତ୍ମାଙ୍କଠାରୁ ମୁକ୍ତି ପାଇଁ ପ୍ରାର୍ଥନା କରୁଥିଲେ । ସମୟକ୍ରମେ ଏହି ସମହିନ ପରମ୍ପରା ଅଲ ହାଲୋ ଡେ ରୂପରେ ଉତ୍ସର୍ଗୀକୃତ ହୋଇଥିଲା । ତେବେ ଏହି ପରମ୍ପରା ମୂଳ ରୂପରେ ଏକ ଈସାଈ ଅବକାଶ ଭାବେ ଆରମ୍ଭ ହୋଇଥିବା କିଛି ଶିକ୍ଷାବିତ୍ ମତ ଦେଉଛନ୍ତି ।

ଧୀରେଧୀରେ ଏହି ପରମ୍ପରା ପଶ୍ଚିମ ଦେଶଗୁଡ଼ିକରେ ପ୍ରସିଦ୍ଧି ଲାଭ କରିଥିଲା । ଏହା ଏକ ଧର୍ମନିରପେକ୍ଷ ଉତ୍ସବ ଭାବେ ବିକାଶିତ ହୋଇଥିଲା । ଲୋକମାନେ ଆତ୍ମାଙ୍କ ବିରୋଧରେ ପୁରୁଣା ପରମ୍ପରାକୁ ଚିହ୍ନିତ କରିବା ପାଇଁ ଖୁସିରେ ଉତ୍ସବରେ ସାମିଲ ହୋଇଥାନ୍ତି । ସେଲଟସମାନେ ୨ ହଜାର ବର୍ଷ ପୂର୍ବେ କେବଳ ଗୋଟିଏ ଅଞ୍ଚଳରେ ରହୁଥିବା ବେଳେ ଏବେ ଉତ୍ତର ଫ୍ରାନ୍ସ, ୟୁନାଇଟେଡ କିଙ୍ଗଡମ, ଆୟରଲ୍ୟାଣ୍ଡରେ ରହୁଛନ୍ତି । ଐତିହାସିକଙ୍କ ମତରେ, ହାଲୋବେନ ପରମ୍ପରା ପ୍ରାଚୀନ ସେଲଟିକ ପର୍ବରୁ ସୃଷ୍ଟି ହୋଇଛି । ଲୋକମାନେ ନିଅାଁ ଜଳାଇ ଭୂତଙ୍କୁ ଦୂରେଇବା ପାଇଁ ବେଶ ପୋଷାକ ପରିଧାନ କରୁଥିଲେ । ଆଜି ମଧ୍ୟ ଲୋକମାନେ ହାଲୋବେନ ପାଳନ ଅବସରରେ ବିଭିନ୍ନ ପ୍ରକାରର ବେଶପୋଷାକ ପରିଧାନ କରୁଛନ୍ତି ।