fbpx

ଜିମରେ Exercise ବେଳେ କାହିଁକି ଆସୁଛି ହାର୍ଟ-ଆଟାକ୍? ହୋଇପାରେ ଏହିସବୁ କାରଣ…

ଓଡ଼ିଶା ଭାସ୍କର: ବର୍ତ୍ତମାନ ଜିମରେ ବ୍ୟୟାମ କରୁଥିବା ବେଳେ ହୃଦଘାତ ହେଉଥିବା ମାମଲା ବୃଦ୍ଧି ପାଇଛି । ଅଧିକାଂଶ ସମୟରେ ଜିମରେ ଏକ୍ସସାଇଜ କରିବା ସମୟରେ ହାର୍ଟ ଆଟାକ ହେବା ଫଳରେ ମୃତ୍ୟୁ ମାମଲା ମଧ୍ୟ ରେକର୍ଡ ହୋଇଛି । ନିଜକୁ ସୁସ୍ଥ ରଖିବା ପାଇଁ ଲୋକେ ଜିମକୁ ଆସୁଥିବା ବେଳେ ଏହା ମୃତ୍ୟୁର ହବ୍ ପାଲଟିଯାଇଛି । ତେବେ ଏହାର କାରଣ କ’ଣ? ଜିମରେ ଅଧିକାଂଶ ସମୟରେ ହାର୍ଟ ଆଟାକ ହେବାର ମୁଖ୍ୟ କାରଣ କ’ଣ ହୋଇପାରେ ବୋଲି ପ୍ରଶ୍ନ ଉଠୁଛି । ତେବେ ଆସନ୍ତୁ ଜାଣିବା ଏହାର କିଛି ମୁଖ୍ୟ କାରଣ:

ଅତ୍ୟଧିକ ଓଜନ: କିଛି ଲୋକେ ନିଜର ଫିଟନେସ ରେଜଲ୍ଟ ଦେଖାଇବା ପାଇଁ ଆବଶ୍ୟକତାଠାରୁ ଅଧିକ ଏକ୍ସରସାଇଜ କରିବାକୁ ଚେଷ୍ଟା କରିଥାନ୍ତି । ତେବେ ଉପଯୁକ୍ତ ପ୍ରସ୍ତୁତି ବିନା ଏହି ଉଚ୍ଚ-ତୀବ୍ର ବ୍ୟାୟାମ ହୃଦଘାତର ପ୍ରମୁଖ କାରଣ ହୋଇପାରେ ।

ଉଚ୍ଚ ରକ୍ତଚାପ: ବ୍ୟାୟାମ କରିବା ଦ୍ୱାରା ଅସ୍ଥାୟୀ ଭାବରେ ରକ୍ତଚାପ ବୃଦ୍ଧି ପାଇଥାଏ । କିନ୍ତୁ କିଛି ଲୋକଙ୍କ ପାଇଁ, ଏହା ହୃଦଘାତର ଆଶଙ୍କା ମଧ୍ୟ ଖୁବ ବଢାଇ ଦେଇଥାଏ । କାରଣ ଏହା ସଠିକ ସମୟରେ ସ୍ୱାଭାବିକ ଅବସ୍ଥାକୁ ପେରି ପାରି ନଥାଏ । ଯାହା ପଳରେ ବ୍ୟକ୍ତିଙ୍କୁ ହୃଦଘାତ ହୋଇପାରେ ।

ଅଜଣା ହୃଦରୋଗ: ଅନେକ ଲୋକ ନିୟମିତ ଭାବରେ ସେମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରନ୍ତି ନାହିଁ । ତେଣୁ ଅତ୍ୟଧିକ ବ୍ୟାୟାମ ସମୟରେ ଏହି ଅଜଣା ହୃଦରୋଗ କିମ୍ବା ବ୍ଲକେଜ ହୃଦଘାତର କାରଣ ହୋଇପାରେ ।

ଅସ୍ୱାସ୍ଥ୍ୟକର ଅଭ୍ୟାସ: ଧୂମ୍ରପାନ ତଥା ଅତ୍ୟଦିକ ରେଡ୍ ମିଟ୍ ବା ଜଙ୍କ ଫୁଡ ଖାଇବା ଭଳି ଅସ୍ୱାସ୍ଥ୍ୟକର ଡାଏଟ ଆପଣଙ୍କ ହୃଦୟକୁ ଦୁର୍ବଳ କରିପାରେ ।

ମୋଟାପଣ ଏବଂ ମଧୁମେହ: ଏହି ଅବସ୍ଥାରେ ଭାରୀ ବ୍ୟାୟାମ ସମୟରେ ରକ୍ତ ସଠିକ୍ ଭାବରେ ପ୍ରବାହିତ ହେବା କଷ୍ଟସାଧ୍ୟ ହୋଇପାରେ, ଯାହା ହୃଦଘାତର ଆଶଙ୍କାକୁ ଆହୁରି ବଢାଇଥାଏ ।

ଲକ୍ଷଣ: ବ୍ୟାୟାମ ସମୟରେ କିମ୍ବା ପରେ ଛାତି ଯନ୍ତ୍ରଣା, ବାନ୍ତି, ନିଶ୍ୱାସ ନେବାରେ ଅସୁବିଧା, ମୁଣ୍ଡ ବୁଲାଇବା, ଅତ୍ୟଧିକ ଜାଳ ବାହାରିବା ଭଳି ସମସ୍ୟା ଦେଖାଗଲେ ଏହା ଦୃଦଘାତର ଲକ୍ଷଣକୁ ହିଁ ଦର୍ଶାଇଥାଏ ।

ପ୍ରତିକାର: ବ୍ୟାୟାମ କରିବା ପୂର୍ବରୁ ନିଜର ସକ୍ଷମତା ଏବଂ ସାମର୍ଥ୍ୟ ମାପିବା ଉଚିତ୍ । ଏହି ସୀମାରୁ ଅଧିକ କରିବା ପାଇଁ ଚେଷ୍ଟା କରନ୍ତୁ ନାହିଁ । ଶରୀର ଅନୁସାରେ ବ୍ୟାୟାମ କରିବା ସହ ନିଜ ସ୍ୱାସ୍ଥ୍ୟ ବିଷୟରେ ଅବଗତ ରୁହନ୍ତୁ ତେବେ ନିୟମିତ ଯାଞ୍ଚ ଆପଣଙ୍କ ସ୍ୱାସ୍ଥ୍ୟ ସ୍ଥିତି ଜାଣିବାରେ ସାହାଯ୍ୟ କରିଥାଏ । ଡାକ୍ତରଙ୍କ ପରାମର୍ଶକୁ ଅନୁସରଣ କରିବା ଉଚିତ୍ । ଯଦି ଆପଣ ଯନ୍ତ୍ରଣା ଅନୁଭବ କରୁଛନ୍ତି, ବିଶେଷକରି ଛାତିରେ ଯନ୍ତ୍ରଣା କିମ୍ବା କୌଣସି ଅସୁବିଧା ଦେଖାଦେଉଛି, ଯଥାଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ବ୍ୟାୟାମ ଶରୀର ପକ୍ଷେ ଖୁବ ଲାଭଦାୟକ, କିନ୍ତୁ ଏହାକୁ ନିରାପଦରେ କରିବା ଅତ୍ୟନ୍ତ ଜରୁରୀ । ଆପଣଙ୍କର ସ୍ୱାସ୍ଥ୍ୟ ସ୍ଥିତି ଜାଣିବା, ଆପଣଙ୍କର ବ୍ୟାୟାମକୁ ଅଧିକ ନ କରିବା, ହାଇଡ୍ରେଟେଡ୍ ରହିବା, ପର୍ୟ୍ୟାପ୍ତ ପରିମାଣରେ ଶୋଇବା ଏବଂ ଭଲ ଖାଇବା ଜିମରେ ହୃଦଘାତର ଆଶଙ୍କା ହ୍ରାସ କରିବାରେ ସାହାଯ୍ୟ କରିଥାଏ । ନିୟମିତ ଯାଞ୍ଚ ଏବଂ ହୃଦଘାତର ଲକ୍ଷଣ ବିଷୟରେ ସଚେତନ ହେବା ମଧ୍ୟ ସୁରକ୍ଷିତ ରହିବାର ଚାବି ।

Get real time updates directly on you device, subscribe now.