fbpx

ସୁନା ଦର ଗୋଟିଏ ଦିନରେ ବଢିଗଲା ୧୩ ଶହ ଟଙ୍କା, ଆଉ କିଛି ଦିନରେ ୭୦ହଜାର ଟପିପାରେ

ଭୁବନେଶ୍ୱର:  ଦିନକୁ ଦିନ ବଢି ଚାଲିଛି ସୁନା ଦର । ଏବେ ବିବାହ ଋତୁ ଚାଲିଥିବାରୁ ସୁନା ଦର ପ୍ରତିଦିନ ବଢିଚାଲିଛି । ଗୋଟିଏ ଦିନରେ ସୁନା ଦର ବଢିଗଲା ୧୩ ଶହ ଟଙ୍କା । ଯାହା ଫଳରେ ଏବେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ୬୮ହଜାର ୭୩୦ଟଙ୍କାରେ ପହଞ୍ଚିଛି । ସେହିପରି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ଏବେ ୬୩ ହଜାର ଛୁଇଁଲା । ଆଉ କିଛି ଦିନରେ ସୁନା ଦର ୭୦ ହଜାର ଟଙ୍କା ଛୁଇଁବ ବୋଲି ଅନୁମାନ କରାଯାଉଛି ।

ଆଜି ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍ ବିଶିଷ୍ଟ ୧୦ ଗ୍ରାମ ସୁନାର ମୂଲ୍ୟ ୬୩,୧୫୦ ଥିବା ବେଳେ ୨୪ କ୍ୟାରେଟ୍ ବିଶିଷ୍ଟ ୧୦ ଗ୍ରାମ ସୁନାର ମୂଲ୍ୟ ୬୮,୮୮୦ ଟଙ୍କା ରହିଛି । ସେହିପରି ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନା ଦର ୬୩,୦୦୦ଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୬୮, ୭୩୦ ଟଙ୍କା ରହିଛି ।

Get real time updates directly on you device, subscribe now.