fbpx

ହିଜାବ କାହିଁକି ବାଧ୍ୟତାମୂଳକ ହେବ, ନମାଜ କାହିଁକି ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ହିଜାବକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟିକ ସଂସ୍ଥା ସୁପ୍ରିମକୋର୍ଟ । ହିଜାବ କାହିଁକି ମୁସଲିମ ମହିଳାଙ୍କ ପାଇଁ ଅତ୍ୟାବଶ୍ୟକ ଓ ବାଧ୍ୟତାମୂଳକ ବୋଲି ସୁପ୍ରିମକୋର୍ଟ ମୁସଲିମ ପକ୍ଷଙ୍କୁ ପ୍ରଶ୍ନ କରିଛନ୍ତି । ନମାଜ, ହଜ, ରୋଜା, ଜକାଟ ଓ ଓମାନ ପରି ପାଞ୍ଚଟି ଇସଲାମ ନୀତିକୁ ପାଳନ କରିବା ବାଧ୍ୟତାମୂଳକ ନୁହେଁ ବୋଲି ଜଣେ ଆବେଦନକାରୀ କୋର୍ଟରେ ଯୁକ୍ତି କରିଥିଲେ । ଏହାର ଜବାବରେ ସୁପ୍ରିମକୋର୍ଟ ଏଭଳି ପ୍ରଶ୍ନ କରିଥିଲେ ।

ଜଷ୍ଟିସ ହେମନ୍ତ ଗୁପ୍ତା ଓ ସୁଧାଂଶୁ ଧୁଲିଆଙ୍କୁ ନେଇ ଗଠିତ ବେଞ୍ଚ ଏହି ଶୁଣାଣି କରୁଥିଲେ । ଆବେଦନକାରୀ ଫତମା ବୁଶ୍ରାଙ୍କ ପରାମର୍ଶଦାତା ମହମ୍ମଦ ନିଜାମୁଦ୍ଦିନ ପାଶା ଏନେଇ ନିଜ ପକ୍ଷ ରଖିଥିଲେ । ଇସଲାମରେ ଏହି ପାଞ୍ଚଟି ନୀତିକୁ ପାଳନ କରିବା ପାଇଁ ବାଧ୍ୟତାମୂଳକ କରାଯାଉନାହିଁ । ଏହାକୁ ଅବମାନନା କଲେ ଦଣ୍ଡ ବିଧାନ ହୁଏ ନାହିଁ । ଏହି ନୀତିକୁ ନ ମାନିବା ଅର୍ଥ ନୁହେଁ ଏହା ଇସଲାମ ପାଇଁ ଅଦରକାରୀ ବୋଲି ପାଶା କହିଥିଲେ ।

ଯଦି ଇସଲାମର ଏହି ପାଞ୍ଚଟି ନିୟମ ବାଧ୍ୟତାମୂଳକ ନୁହେଁ ତେବେ ହିଜାବ କିପରି ବାଧ୍ୟତାମୂଳକ ହୋଇପାରିବ । ମୁସଲିମ ମହିଳାମାନେ କିପରି ଏହାକୁ ଶିକ୍ଷାନୁଷ୍ଠାନମାନଙ୍କରେ ପରିଧାନ କରିପାରିବେ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ । ଏନେଇ ପାଶା କହିଥିଲେ, ମହିଳାଙ୍କ ଆବରଣ ସେମାନଙ୍କ ପୃଥିବୀର ପ୍ରତ୍ୟେକ ଜିନିଷଠାରୁ ବେଶି ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରୋଫେଟ କହିଛନ୍ତି । ମୁସଲିମ ଯୁବତୀମାନେ ବାହାରକୁ ଯିବା ସମୟରେ ହିଜାବ ପରିଧାନ କରିବେ ବୋଲି କୋରାରେ ଉଲ୍ଲେଖ ରହିଛି ।

Get real time updates directly on you device, subscribe now.