fbpx
BJD SKY
BJD SKY

କାହିଁକି ବଢୁଛି ଦରଦାମ୍, କିପରି ନିୟନ୍ତ୍ରଣ କରାଯିବ? ସରକାରଙ୍କୁ ରିପୋର୍ଟ ଦେବ RBI

BJD

ନୂଆଦିଲ୍ଲୀ: କେନ୍ଦ୍ରୀୟ ରିଜର୍ଭ ବ୍ୟାଙ୍କର ଶତ ଚେଷ୍ଟା ସତ୍ୱେ ଦେଶରେ ବଢି ଚାଲିଥିବା ଦରଦାମ୍ ନିୟନ୍ତ୍ରଣକୁ ଆଣି ପାରି ନାହିଁ। ତେବେ ଦେଶରେ କ’ଣ ପାଇଁ ଦରଦାମ୍ ନିୟନ୍ତ୍ରଣକୁ ଆସୁନାହିଁ, ଏହାକୁ ନେଇ ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ ଏକ ବିସ୍ତୃତ ରିପୋର୍ଟ ଦେବାକୁ ଯାଉଛି। ଏହି ରିପୋର୍ଟରେ ଆରବିଆଇ ଏହା କହିବ ଯେ, ଦେଶରେ ମହଙ୍ଗା ନିର୍ଦ୍ଧାରିତ ହାର ମଧ୍ୟରେ କଣ ପାଇଁ ରହୁ ନାହିଁ ? ଏବଂ ଏହାକୁ ରୋକିବା ପାଇଁ କଣ ପଦକ୍ଷେପ ନିଆଯିବା ଜରୁରି।

ନିୟମ ଅନୁଯାୟୀ ଯଦି ଲଗାତାର ତିନି ତ୍ରୈୟମାସିକ ଧରି ନିର୍ଦ୍ଧାରିତ ମୁଦ୍ରାସ୍ପିତି ହାସଲ ନହୁଏ,ତେବେ ଆରବିଆଇ କେନ୍ଦ୍ର ସରକାରଙ୍କୁ ଏକ ରିପୋର୍ଟ ଦେଇ ଏହାର କାରଣ ଏବଂ ବଢୁଥିବା ମହଙ୍ଗାକୁ ରୋକିବା ପାଇଁ କଣ ପଦକ୍ଷେପ ନେଇଛନ୍ତି ଏହାର ବିସ୍ତାର ରିପୋର୍ଟ ଦେବେ । ୨୦୧୬ ମନିଟାରୀ ଢାଞ୍ଚା ଆସିବା ପରେ ପ୍ରଥମ ଥର ପାଇଁ ଆରବିଆଇ କେନ୍ଦ୍ର ସରକାରଙ୍କୁ ଏପ୍ରକାର ରିପୋର୍ଟ ଦେବେ।

କେନ୍ଦ୍ର ସରକାର ଏପରି କିଛି ଦାୟିତ୍ୱ ରିଜର୍ଭ ବ୍ୟାଙ୍କୁ ଦେଇଛନ୍ତି। ଏହି ଦାୟିତ୍ୱ ଅନୁଯାୟୀ ଆରବିଆଇକୁ ଖୁଚୁରା ମୁଦ୍ରାସ୍ପିତି ଦୁଇ ପ୍ରତିଶତ ହ୍ରାସ-ବୃଦ୍ଧି ସହିତ ୪% ଭିତରେ ରଖିିବାକୁ କୁହାଯାଇଛି। ଏବେ ଆରବିଆଇର ମନିଟାରୀ ପଲିସି(ଏମପିସି) ଆରବିଆଇ ଅଧିନିୟମ ଅନୁଯାୟୀ ଏମପିସି ସଚିବଙ୍କୁ ଏ ବାବଦରେ ଆଲୋଚନା ପାଇଁ ଏମପିସିର ଏକ ପୃଥକ ବୈଠକ ଡକାଇ ରିପୋର୍ଟ ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବାକୁ ପଡ଼ିବ।

ତେବେ ଏମପିସିର ଏହି ବୈଠକ ଦୀପାବଳି ପରେ ହେବାର ସମ୍ଭାବନା ରହିଛି। କାରଣ ଆରବିଆଇର ବରିଷ୍ଠ ଅଧିକାରୀ ବର୍ତ୍ତମାନ ବିଶ୍ୱବ୍ୟାଙ୍କର ଏବଂ ଆଇଏମଏଫର ବୈଠକରେ ଯୋଗ ଦେବାପାଇଁ ଆମେରିକା ଗସ୍ତରେ ଅଛନ୍ତି। ଚଳିତ ବର୍ଷ ଜାନୁଆରୀରୁ ଏପର୍ଯ୍ୟନ୍ତ ଖୁଚୁରା ମୁଦ୍ରାସ୍ପିତି ୬%ରୁ ଉପରେ ରହିଛି। ଆଜି ପ୍ରକାଶିତ ରିପୋର୍ଟ ଅନୁଯାୟୀ ସେପ୍ଟେମ୍ବର ମାସରେ ଏହା ୭.୪୧% ରହିଛି। ତେବେ ଆରବିଆଇ ମେ’ ମାସରୁ ହିଁ ଦରଦାମ୍ ରେ ନିୟନ୍ତ୍ରଣ ଆଣିବା ପାଇଁ ଲଗାତାର ୪ଥର ରେପୋ ରେଟ୍ ବୃଦ୍ଧି କରିସାରିଲେଣି। କିନ୍ତୁ ଏହାର ପ୍ରଭାବ କିଛି ପରିଲକ୍ଷିତ ହୋଇନାହିଁ।

Get real time updates directly on you device, subscribe now.