fbpx

ଭଗବାନ ଶିବ ତୃତୀୟ ନୟନରେ କାମଦେବଙ୍କୁ କାହିଁକି ଭସ୍ମ କରିଦେଇଥିଲେ, ଜାଣନ୍ତୁ ହୋଲିର ଏହି ପୌରାଣିକ କଥା

ହୋଲି ହିନ୍ଦୁ ଧର୍ମର ଏକ ମୁଖ୍ୟ ପର୍ବ ହୋଇଥିବାରୁ ଏହାକୁ ଆଜି ସମସ୍ତେ ଧୁମଧାମରେ ପାଳନ କରୁଛନ୍ତି । ମାତ୍ର ହୋଲି ପାଳନ ପଛର ପୌରାଣିକ ଗାଥା ବିଷୟରେ ହୁଏତ କାହାର ଅବଧାରଣା ନଥିବ । ଆଜିର ଦିନରେ ଭଗବାନ ଶିବ କାମଦେବଙ୍କୁ ତୃତୀୟ ନୟନରେ ଭସ୍ମ କରିଦେଇଥିଲେ । ଆସନ୍ତୁ ଜାଣିବା ଏହା ପଛର ପୁରାଣ ମହିମା ବିଷୟରେ ।
ପୁରାଣା ଅନୁସାରେ, ମାଆ ପାର୍ବତୀ ଶିବଙ୍କୁ ବିବାହ କରିବାକୁ ଚାହୁଁଥିଲେ, କିନ୍ତୁ ଶିବ ତପସ୍ୟାରେ ମଗ୍ନ ଥିବାରୁ ତାଙ୍କର ଧ୍ୟାନ ପାର୍ବତୀଙ୍କ ଆଡ଼କୁ ଯାଇନଥିଲା । ପାର୍ବତୀଙ୍କ ଏହି ସମସ୍ୟାକୁ ଦେଖି କାମଦେବ ଦେବତା ଭଗବାନ ଶିବଙ୍କ ଉପରକୁ ପୁଷ୍ପ ବାଣ ଚଳାଇଥିଲେ । ଫଳରେ ଶିବଙ୍କ ତପସ୍ୟା ଭଙ୍ଗି ହୋଇଯାଇଥିଲା । ଏହାପରେ ଶିବ ଭୀଷଣ କ୍ରୋଧରେ ଜର୍ଜରିତ ହୋଇଯାଇଥିଲେ ଓ ନିଜର ତୃତୀୟ ନେତ୍ର ଖୋଲି କ୍ରୋଧାଗ୍ନିରେ କାମଦେବଙ୍କୁ ଭସ୍ମ କରିଦେଇଥିଲେ ।
ଏହାପରେ କାମଦେବଙ୍କ ପତ୍ନୀ ଶିବଙ୍କୁ ପୂଜା କରି ପ୍ରସନ୍ନ କରାଇଥିଲେ ଓ କହିଥିଲେ ଯେ କାମଦେବଙ୍କର କୌଣସି ଦୋଷ ନଥିଲା, ସେ କେବଳ ମାଆ ପାର୍ବତୀଙ୍କୁ ସାହାଯ୍ୟ କରୁଥିଲେ । ଏହାପରେ ନିଜର ଭୁଲ ପାଇଁ ଅନୁତାପ କରିଥିଲେ ମହାଦେବ ଓ ପର ଜନ୍ମରେ ଶ୍ରୀକୃଷ୍ଣଙ୍କ ପୁତ୍ର ପ୍ରଦ୍ୟୁମ୍ନ ରୂପରେ ଜନ୍ମ ନେବା ପାଇଁ କାମଦେବଙ୍କୁ ବରଦାନ ଦେଇଥିଲେ । କୁହାଯାଏ, ଭଗବାନ ଶିବଙ୍କ ତପସ୍ୟା ଭଙ୍ଗ ହେବା ପରେ ସମସ୍ତ ଦେବତା ରଙ୍ଗରେ ଉତ୍ସବ ମନାଇଥିଲେ । ସେହିଦିନଠାରୁ ହୋଲିର ଆରମ୍ଭ ହୋଇଥିଲା ।

Get real time updates directly on you device, subscribe now.