ଛାତି ଥରେଇଦେଲେ ପିଏମ ମୋଦୀ, ହସ୍ପିଟାଲରେ ପାକ୍ ସେନା ମୁଖ୍ୟ
ଯେତେବେଳେ ପିଏମ ମୋଦୀ କହିଲେ ଭାରତ ସହିବନି ନ୍ୟୁକ୍ଲିୟର ବ୍ଲାକମେଲ, ସେତିକି ବେଳେ ପାକ୍ ଆର୍ମି ଚିଫ୍ କାହିଁକି ଗଲେ ହସ୍ପିଟାଲ, ଜାଣନ୍ତୁ
ନୂଆଦିଲ୍ଲୀ: ପାକିସ୍ତାନୀ ସୈନ୍ୟ ମରଣ ସହିତ ଏବେ ଲଢେଇ କରୁଛନ୍ତି। କାହାର ହାଡ ଭାଙ୍ଗିଯାଇଛି ତ କାହାର ମୁଣ୍ଡ ଫାଟିଯାଇଛି। କିନ୍ତୁ ଏସବୁ ଭିତରେ ପାକ୍ ସେନାର ମୁଖ୍ୟ ଅସୀମ ମୁନିର ହସ୍ପିଟାଲରେ ନଜର ଆସିଛନ୍ତି ।
ସୋମବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରୁଥିବା ସମୟରେ ଜେନେରାଲ ଅସୀମ ମୁନିର ଭାରତର ବାୟୁସେନା ଆକ୍ରମଣରେ ଆହତ ହୋଇଥିବା ପାକିସ୍ତାନୀ ସୈନିକଙ୍କ ଅବସ୍ଥା ପଚାରିବାକୁ ହସ୍ପିଟାଲ ଯାଇଥିଲେ ଏବଂ କହିଥିଲେ ଯେ, ସେମାନଙ୍କ ଚିକିତ୍ସାରେ କୌଣସି ଅଭାବ ରଖାଯିବ ନାହିଁ ଏବଂ ପାକିସ୍ତାନର ସେନାକୁ କେହି ଦୁର୍ବଳ କରିପାରିବେ ନାହିଁ।
ପ୍ରକୃତରେ, ଅପରେସନ ସିନ୍ଦୂରରେ ୧୦୦ ରୁ ଅଧିକ ଆତଙ୍କବାଦୀ ଏବଂ ପାକ୍ ସେନାର ୩୫ ରୁ ୪୦ ଜଣ ନିହତ ହୋଇଛନ୍ତି। ଭାରତକୁ ମୁକାବିଲା କରିବା ପାଇଁ ପାକ୍ ସେନା ‘ଅପରେସନ୍ ବୁନିଆନୁମ୍ ମାର୍ସୁସ୍’ ଆରମ୍ଭ କରିଥିଲା କିନ୍ତୁ ଏହା ସମ୍ପୂର୍ଣ୍ଣ ବିଫଳ ହୋଇଥିଲା।
ଶନିବାର ଦିନ, ପାକିସ୍ତାନର ଡିଜିଏମଓ ତାଙ୍କ ଭାରତୀୟ ପ୍ରତିପକ୍ଷଙ୍କୁ ଅପିଲ କରିବାକୁ ବାଧ୍ୟ ହୋଇଥିଲେ ଯେ ସେ ଯୁଦ୍ଧବିରତି ପାଳନ କରିବାକୁ ଚାହାଁନ୍ତି। ପାକିସ୍ତାନ ପ୍ରତିଶ୍ରୁତି ଦେଇଛି ଯେ ଏହାର ସେନା କିମ୍ବା ଆତଙ୍କବାଦୀମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ।