fbpx

Extra Marital Affairsରେ କାହିଁକି ପଡ଼ନ୍ତି ବିବାହିତ ଦମ୍ପତି ? ଏହି ୩ଟି ହେଉଛି ବଡ଼ କାରଣ

ବାହାଘର ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଏକ ନରମ ସୂତା ପରି ରହିଥାଏ । ଯଦି ବିଶ୍ୱାସ ଟିକେ ବି କମ୍ ହୁଏ, ତେବେ ବୈବାହିକ ଜୀବନରେ ଫାଟ ସୃଷ୍ଟି ହୁଏ । ସାଧାରଣତଃ ଅସୁବିଧା ସେତେବେଳେ ଆସିଥାଏ, ଯେବେ ବିବାହିତ ଦମ୍ପତିଙ୍କ ମଧ୍ୟରେ କେହି ତୃତୀୟ ଆସିଯାଏ । କିଛି ଲୋକ ବିବାହିତ ସତ୍ତ୍ୱେ ବି Extra Marital Affairs ରଖିଥାନ୍ତି । ତେବେ ଆସନ୍ତୁ ଜାଣିବ ସ୍ୱାମୀ-ସ୍ତ୍ରୀ କହିଁକି ଏପରି କରନ୍ତି ?

ଧ୍ୟାନ ନଦେଲେ :-
ମହିଳା ହୁଅନ୍ତୁ ବା ପୁରୁଷ, ବିବାହ ପରେ ଯଦି ତାଙ୍କ ଜୀବନରେ ଲାଇଫ୍ ପାର୍ଟନରଙ୍କ କୌଣସି ସମ୍ପୃକ୍ତି ନଥାଏ, ସେବେ ସେମାନେ ନିଜକୁ ଏକା ଅନୁଭବ କରନ୍ତି । ଏଥିରେ ଆଟେନସନ୍ ବା ଧ୍ୟାନର ଅଭାବ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଦମ୍ପତିମାନେ ଚାହାଁନ୍ତି ଯେ ସେମାନଙ୍କର ପ୍ରତ୍ୟେକ କାର୍ଯ୍ୟକୁ ପ୍ରଶଂସା କରାଯିବା ଉଚିତ୍ । ଯଦି ସେମାନଙ୍କ ଉପରେ ସପୂର୍ଣ୍ଣ ଧ୍ୟାନ ଦିଆ ନଯାଏ, ତେବେ ତାଙ୍କୁ ନିମ୍ନ ଆତ୍ମବିଶ୍ୱାସ ଆସିବା ଆରମ୍ଭ ହୁଏ । ଏପରି ପରିସ୍ଥିତିରେ ସେମାନେ ନିଜ ଖୁସିକୁ ଆଉ କାହା ସହ ସହିତ ଖୋଜିବା ଆରମ୍ଭ କରନ୍ତି ଏବଂ ଏହା ପରେExtra Marital Affairs ଆରମ୍ଭ ହୋଇଥାଏ ।

ଇମୋସନାଲ ସପୋର୍ଟ :-
ଯେତେବେଳେ ମଣିଷର ବିବାହ ହୁଏ, ତେବେ ସ୍ୱାମୀ-ସ୍ତ୍ରୀ ପରସ୍ପର ପାଇଁ ନିଜ ଜୀବନ ଦେବାକୁ ମଧ୍ୟ କୁହନ୍ତି । କିନ୍ତୁ ସମୟ ବିତିବା ସହିତ ସେହି ଇମୋସନାଲ ଆଟାଚମେଣ୍ଟ କମିବାରେ ଲାଗିଥାଏ । ବେଳେବେଳେ କିଛି ଘଟଣାରେ ଲୋକମାନେ ଭୟଭୀତ ହୋଇପଡ଼ନ୍ତି ଓ ସେ ନିଜ ଜୀବନସାଥୀର କାନ୍ଧରେ ମୁଣ୍ଡ ରଖି ଆଶ୍ୱାସନା ପାଇବାକୁ ଆସନ୍ତି । ଯଦି ଏହି ସମୟରେ ଯଦି ତାଙ୍କୁ ସାହାର ନମିଳେ, ତେବେ ସେମାନେ ସେହି ଇମୋସନାଲ ସପୋର୍ଟ ପାଇଁ ଆଉ କାହାକୁ ଖୋଜିଥାନ୍ତି ।

ଦାମ୍ପତ୍ୟ ଜୀବନରେ ତିକ୍ତତା :-
ବିବାହିତ ଲୋକମାନଙ୍କର ଦାମ୍ପତ୍ୟ ଜୀବନ ଭଲରେ ନଚାଲିବାରୁ ପ୍ରାୟତଃ ସେମାନେ ଅନ୍ୟତ୍ର ସମ୍ପର୍କ ସ୍ଥାପନ କରନ୍ତି । ସମ୍ପର୍କର ତିକ୍ତତା ପରେ ସମସ୍ତେ ଏକ ଭଲ ଜୀବନ ଖୋଜନ୍ତି । ତେଣୁ ସାଥୀଙ୍କ ଅଭାବକୁ ଅନୁଭବ କରନ୍ତୁ ଏବଂ ଯଥାସମ୍ଭବ ଝଗଡା ଠାରୁ ଦୂରେଇ ରୁହନ୍ତୁ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ରହିବା ଏକ ସାଧାରଣ କଥା, କିନ୍ତୁ ଏହାକୁ ଦୀର୍ଘ ସମୟ ଧରି ରଖିବା ଖରାପ । କ୍ଷମା ମାଗିବା ଦ୍ୱାରା ମାମଲା ଶେଷ ହୋଇପାରେ ।

Get real time updates directly on you device, subscribe now.