fbpx

ରୋହିତ ଶର୍ମାଙ୍କୁ ପୋଲିସ ଦେଇଥିଲା ଗିରଫ ଧମକ: ତା’ ପରେ ବି ଛାଡିଲେନି ଏହି କାମ…

ନୂଆଦିଲ୍ଲୀ: ଆଇପିଏଲର ସବୁଠାରୁ ସଫଳ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ ହୋଇଛି ଏକ ବଡ ଖୁଲାସା । ୫ ଥର ଦଳକୁ ଟାଇଟଲ ଜିତାଇବାରେ ସପଳ ହୋଇଥିବା ରୋହିତ ଦିନେ ପୋଲିସ କବଜାରେ ପଡିଥିଲେ । ଏପରିକି ପୋଲିସ ତାଙ୍କୁ ଗିରଫ କରିବାର ମଧ୍ୟ ଧମକ ଦେଇଥିବା ଜାଣିବାକୁ ମିଳିଛି । ଏହା ପରେ ମଧ୍ୟ ରୋହିତ ସେହି କାମକୁ ଛାଡି ନଥିଲେ । ତେବେ ସମାନ ଭୁଲ କରି ନଥିଲେ ହିଟମ୍ୟାନ ରୋହିତ । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ।

ଆଇପିଏଲ ଆରମ୍ଭ ହେବା ପୂର୍ବରୁ ରୋହିତ ଶର୍ମାଙ୍କୁ ନେଇ ଏକ ବଡ ଖୁଲାସା ହୋଇଛି । ପିଲାବେଳରୁ କ୍ରିକେଟ ପ୍ରତି ରୋହିତଙ୍କର ଅହେତୁକ ଦୁର୍ବଳତା ରହିଥିଲା । ତେଣୁ ସାଙ୍ଗମାନଙ୍କ ସହ ସେ ପ୍ରାୟ ସମୟ କ୍ରିକେଟ ଖେଳୁତିବାର ନଜର ଆସିଥାନ୍ତି । ତେବେ ରୋହିତଙ୍କର ଏହି ଅଭ୍ୟାସ ପାଇଁ ବିଲ୍ଡିଂର ଅନ୍ୟ ଲୋକମାନେ ଏଥିପାଇଁ ବିରକ୍ତି ହୋଇଯାଇଥିଲେ । ଦିନେ ବିଲ୍ଡିଂ ଭିତରେ କ୍ରିକେଟ ଖେଳୁଥିବା ବେଳେ ପଡୋଶୀଙ୍କ ଝରକା କାଚ ଭାଙ୍ଗି ଦେଇଥିଲେ । ପଡୋଶୀ ତାଙ୍କୁ ସେଠାରେ ଖେଳିବାକୁ ମନା କରିଥିଲେ ମଧ୍ୟ ରୋହିତ ଏକଥା ମାନି ନଥିଲେ । ତେଣୁ ପଡୋଶୀ ରାଗିଯାଇ ପୋଲିସକୁ ଏ ନେଇ ଖବର କରି ଦେଇଥିଲେ । ଏହାପରେ ସେଠାରେ ପହଞ୍ଚି ରୋହିତଙ୍କୁ ସେଠାରେ ନ ଖେଳିବା ପାଇଁ ଧମକ ଦେଇଥିଲା ପୋଲିସ । ନଚେତ ସେମାନଙ୍କୁ ଗିରଫ କରି ଜେଲକୁ ନେଇ ଯିବା ପାଇଁ ପୋଲିସ ଧମକ ଦେଇଥିଲେ । ସେହି ଦିନଠୁ ରୋହିତ ବାହାରେ ପଡିଆରେ ଖେଳିବା ଆରମ୍ଭ କରିଥିଲେ ।

Rohit Sharma - 'Still some work to be done' on hamstring injury |  ESPNcricinfo

କିନ୍ତୁ ସମୟ ସମୟରେ ବିଲ୍ଡିଂ ଭିତରେ କ୍ରିକେଟ ଖେଳିବା ସହ ପଡୋଶୀଙ୍କ ଝରକା ଭାଙ୍ଗୁଥିଲେ ବୋଲି କହିଛନ୍ତି ରୋହିତ । ଏକ ଇଣ୍ଟରଭ୍ୟୁରେ ନିଜର ପିଲାବେଳର କଥା କହିଛନ୍ତି ମୁମ୍ବାଇର ଅଧିନାୟକ ରୋହିତ ଶର୍ମା । ଆଇପିଏଲ-୨୦୨୩ରେ ସମସ୍ତଙ୍କ ନଜର ରହିଛି ରୋହିତ ଶର୍ମାଙ୍କ ଉପରେ । ଚଳିତବର୍ଷ ସେ ଦଳକୁ ଷଷ୍ଠ ଟାଇଟଲ ଦେଇ ପାରୁଛନ୍ତି କି ନାହିଁ, ତାହାକୁ ସମସ୍ତଙ୍କର ଅପେକ୍ଷା । ତେବେ ଏପର୍ଯ୍ୟନ୍ତ ରୋହିତ ଏହି ଟୁର୍ଣ୍ଣାମେଣ୍ଟର ସବୁଠୁ ସଫଳ ଅଧିନାୟକ ଭାବରେ ୫ ଥର ଚମ୍ପିଆନ ହୋଇଛନ୍ତି ।

Get real time updates directly on you device, subscribe now.