fbpx

ଆପଣ ଜାଣିଛନ୍ତି ଦହିବରାର ଇତିହାସ ବିଷୟରେ? ମୋଗଲ ସାମ୍ରାଜ୍ୟ ସହ ଜଡିତ ଏହି ଖାଦ୍ୟ

ନୂଆଦିଲ୍ଲୀ: ଓଡିଆ ଲୋକଙ୍କ ପ୍ରିୟ ଖାଦ୍ୟ ଭିତରୁ ଗୋଟିଏ ହେଉଛି ଦହିବରା । ବିଶେଷ କରି କଟକର ଦହିବରା ଆଳୁଦମ କେବଳ ସାରା ରାଜ୍ୟରେ ନୂଆ ପରିଚୟ ସୃଷ୍ଟି କରିଛି । ତେବେ ଖରାଦିନରେ ଏହାର ଚାହିଦା ଖୁବ ବଢିଯାଏ । ଖରାରେ ଦହିବରା ଖାଇସାରିବା ପରେ ଦହିପାଣି ପିଇ ଶାନ୍ତି ଅନୁଭବ କରିଥାନ୍ତି ବାଟୋଇ । ତେବେ ଓଡିଶା ଏବଂ ସାରା ଭାରତରେ ଦହିବରାକୁ ଲୋକେ କୁବ ପସନ୍ଦ କରିଥାନ୍ତି । କିନ୍ତୁ କେହି ଏହାର ଇତିହାସ ବିଷୟରେ ଜାଣିଛନ୍ତି କି? ଆଜି ଆମେ ଚାଲନ୍ତୁ ଜାଣିବା ଆମର ପ୍ରିୟ ଖାଦ୍ୟ ଦହିବରାର ଇତିହାସ ବିଷୟରେ ।

ଦହିବରା ଏମିତି ଏକ ଭାରତୀୟ ଖାଦ୍ୟ ଯାହାର ଇତିହାସ ଖୁବ ପୁରୁଣା । ଦ୍ୱାଦଶ ଶତାବ୍ଦୀର ସଂସ୍କୃତ ଗ୍ରନ୍ଥ ‘ମାନସୋଲ୍ଲାସ’ ରେ ଏହାର ଉଲ୍ଲେଖ କରାଯାଇଛି । ତେବେ ଦହିବରାକୁ ଏଥିରେ ‘କ୍ଷୀରୱଟା’ ନାମରେ ଉଲ୍ଲେଖ କରାଯାଇଛି । ତେବେ ଅନେକ ସ୍ଥାନରେ ଦହିବରାକୁ ଅଷ୍ଟାଦଶ ଶତାବ୍ଦୀରେ ମୋଗଲ ରୋଷେୟାମାନେ ଉଦ୍ଭାବନ କରିଥିବା କୁହାଯାଏ । ମୋଗଲା ସମୟରେ ଖାଦ୍ୟ ଖୁବ ଭାରୀ ହେଉଥିଲା ଏବଂ ଏହାକୁ ହଜମ କରିବା ସହଜ ହେଉନଥିଲା । ତେଣୁ ମୋଗଲ ରୋଷେୟାମାନେ ହଜମ ପ୍ରକ୍ରିୟାକୁ ଉନ୍ନତ କରିବା ପାଇଁ ଦହିକୁ ବ୍ୟବହାର କଲେ । ଦହିରେ ବିଭିନ୍ନ ମସଲା, ହଳଦୀ ଇତ୍ୟାଦି ବ୍ୟବହାର କରି ପ୍ରସ୍ତୁତ କରିଥିଲେ ଦହିବରା ।

Dahi Bhalla the perfect holi snack - Pikturenama

ଦହିବରାର ଇତିହାସ ଯେତେ ପୁରୁଣା, ସାରା ଦେଶରେ ସେତିକି ପ୍ରସିଦ୍ଧ ମଧ୍ୟ । ତେବେ ବିଭିନ୍ନ ରାଜ୍ୟରେ ଅଲଗା ଅଲଗା ନାମରେ ଦହିବରା ପରିଚୟ ପାଇଛି । ମରାଠୀରେ ଏହାକୁ ଦହିବଡା କୁହାଯାଉଥିବା ବେଳେ ପଞ୍ଜାବରେ ଦହିଭଲ୍ଲା କୁହାଯାଏ । ସେହିପରି ତାମିଲରେ ଏହାକୁ ଥୟରୀ ନାମରେ ଲୋକମାନେ ଜାଣିଥାନ୍ତି । କିନ୍ତୁ ଓଡିଶା ଏବଂ ପଶ୍ଚିମବଙ୍ଗରେ ଏହା ଦହିବରା ଭାବରେ ଖୁବ ଲୋକପ୍ରିୟ ହୋଇପାରିଛି ।

Get real time updates directly on you device, subscribe now.