fbpx

ଲୁଣାପାଣିର କୁମ୍ଭୀର କାହିଁକ ହୋଇଛି ମଧୁରଜଳ ମୁହାଁ, ଜାଣନ୍ତୁ ଏହାର କାରଣ…

ଓଡିଶା ଭାସ୍କର; ଏବେ କେନ୍ଦାପଡା଼, ଯାଜପୁର କିମ୍ବା ଭଦ୍ରକରେ ନୁହେଁ ବରଂ ସବୁଆଡେ ଆତଙ୍କ ଖେଳାଉଛି ମଣିଷଖିଆ କୁମ୍ଭୀର । ପାଣି ଭିତରୁ ଉପରକୁ ଉଠି ଆସି ଯେଉଁଠି ଦେଖୁଛି ସେଇଠି ଭିଡି ନେଉଛି ନିରୀହ ମଣିଷଜୀବନ । ପାଣି ଭିତରେ ନିଜର ଶକ୍ତି ଦେଖାଇ ମଣିଷକୁ କଲବଲ କରି ଝୁଣି ଝୁଣି ଖାଉଛି । ତେବେ ଏହାରି ଭିତରେ ଦିନକୁ ଦିନକୁ ଆହୁରି ବଢିବ ଏଭଳି କୁମ୍ଭୀରଙ୍କ ଆତଙ୍କ । କେତେବେଳେ କେଉଁଠୁ ମଣିଷକୁ ଟାଣିନେବ ତାହା କହିହେବ ନାହିଁ । ପାଣି ଭିତରେ ଏବେ ପ୍ରତି ମୁହୂର୍ତ୍ତରେ ଶିକାର ଆଶାରେ ଜଗି ବସୁଛି ମଣିଷଖିଆ କୁମ୍ଭୀର । ଏଭଳି ଘଟଣା ବର୍ତ୍ତମାନ କାହିଁକି ଅଧିକ ଦେଖା ଦେଉଛି ଏନେଇ ପ୍ରାଣୀ ବିଶେଷଜ୍ଞ ମାନେ ଆକଳନ କରିଛନ୍ତି । ଏଥିପାଇଁ ସେମାନେ ସତର୍କ ବାଣୀ ଦେବା ମଧ୍ୟ ଆରମ୍ଭ କଲେଣି ।

କୁମ୍ଭୀର କେବଳ ପାଣି ଭିତରେ ଆତଙ୍କ ଖେଳାଉନି, ଏବେ କୂଳ ଉପରୁ ଆସି ଲୋକଙ୍କୁ ପାଣି ଭିତରକୁ ମଧ୍ୟ ଟାଣି ନେଉଛି । ପୋଖରି ଗାଡିଆ ଭିତରେ ବୁଲିବା ସହ ଗାଇ ଗୋରୁଙ୍କୁ ବି ଟାଣି ନେଉଛି । ସୂଚନା ଅନୁଯାୟୀ, ଗତଦେଢ ବର୍ଷ ଭିତରେ ୬ ଜଣ ମଣିଷଙ୍କୁ ଝୁଣି ଝୁଣି ଖାଇସାରିଲାଣି କୁମ୍ଭୀର । ଏବେ ଏହାରି ଭିତରେ ଯାଜପୁରରେ ଜଣେ ମହିଳାଙ୍କୁ ବିଭତ୍ସ ଭାବେ ଝୁଣି ଝୁଣି ଖାଇଛି କୁମ୍ଭୀର । ହେଲେ ପୂର୍ବରୁ ଏପରି କୁମ୍ଭୀରଙ୍କ ଆତଙ୍କ ନଥିଲା । କାଁ ଭାଁ କେଉଁଠି କୁମ୍ଭୀରର ଆକ୍ରମଣରେ ଶିକାର ହେଉଥିଲେ ମଣିଷ । ହେଲେ ଏବେ ଦିନକୁ ଦିନ ବଢିବାରେ ଲାଗିଛି ମଣିଷ ଓ କୁମ୍ଭୀରର ସଂଘର୍ଷ । ଯାହା ସାଧାରଣରେ ଏକ ଚିନ୍ତାର ବିଷୟ ପାଲଟିଛି ।

ପ୍ରାଣୀ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, କୁମ୍ଭୀରର ପ୍ରାଥମିକ ଖାଦ୍ୟ କେବେବି ମଣିଷ ନୁହେଁ । କୁମ୍ଭୀରର ଖାଦ୍ୟ ପ୍ରକିୟାକୁ ଦେଖିବାକୁ ଗଲେ ମାଛ ହିଁ ହେଉଛି ତାର ପ୍ରଥମ ଖାଦ୍ୟ । ଏହାବ୍ୟତିତ ବେଳେ ବେଳେ କୁମ୍ଭୀର ଗାଈ ଗୋରୁ ବା ପଶୁ ପକ୍ଷୀଙ୍କୁ ଖାଇଥାଏ । ସୁଯୋଗ ପଡିଲେ କେତେବେଳେ କେମିତି ମଣିଷ ଖାଇଥାଏ । ହେଲେ ଏବେ ପ୍ରାୟ ମଣିଷଙ୍କୁ ଖାଦ୍ୟରୂପେ ନେଇ ସେମାନଙ୍କୁ କୁମ୍ଭୀରମାନେ ଖାଉଛନ୍ତି। ଓଡ଼ିଶାରେ କୁମ୍ଭୀରଙ୍କ ଏନ୍ତୁଡିଶାଳ ହେଉଛି କେନ୍ଦ୍ରାପଡାର ଭିତରକନିକା । ଜଙ୍ଗଲବିଭାଗ ସୁଚନାନୁଯାୟୀ ୧୯୭୫ ମସିହାରେ କେବଳ ୧୩ ଟି କୁମ୍ଭୀର ଠାବ କରାଯାଇଥିଲା । ଏହାପରେ କୁମ୍ଭୀରର ବଂଶବୃଦ୍ଧି ଉପରେ ଗୁରୁତ୍ୱ ଦିଆଗଲା । ଆଉ ଏହା ୨୦୧୦ ରେ ୨୦୦୦ ରେ ପହଞ୍ଚିଥିଲା । ବର୍ତ୍ତମାନ କୁମ୍ଭୀରଙ୍କ ସଂଖ୍ୟା ୨୨୦୦ ରେ ପହଞ୍ଚିଛି । କୁମ୍ଭୀର ମାନଙ୍କର ବଂଶବୃଦ୍ଧି ଦୃତ ଗତିରେ ହେଉଥିବା ପରିଲକ୍ଷିତ ହେଉଛି ।

ସେପଟେ ମଣିଷ ନିଜର ଆବଶ୍ୟକତା ପୁରଣ କରିବା ପାଇଁ ନଦୀରୁ ମାଛ ଧରିଆଣୁଛନ୍ତି । ଯାହାଫଳରେ କୁମ୍ଭୀରଙ୍କର ଖାଦ୍ୟ ଶୃଙ୍ଖଳ ଭାଙ୍ଗିବାରେ ଲାଗିଛି । ନଦୀରେ ଖାଦ୍ୟ ନ ପାଇବା ଦ୍ୱାରା ନଦୀ ଛାଡି ଉପର ମୁହାଁ ହେଉଛନ୍ତି କୁମ୍ଭୀରମାନେ । ଧୀରେ ଧୀରେ ଭିତରକନିକାରୁ ବାହାରି ଜନବସତି ମୁହାଁ ହେଉଛି କୁମ୍ଭୀର । ଯାହାକୁ ନେଇ କୁମ୍ଭୀରମାନେ ମଣିଷଖିଆ ପାଲଟିଯାଇଛିନ୍ତି । ଆଗକୁ ଆହୁରି ଭୟଙ୍କର ହୋଇ ଉଠିବେ କୁମ୍ଭୀରମାନେ । ଗୋଟେ ନୁହେଁ ହଜାର ହଜାର କୁମ୍ଭୀର ଆସି ମଣିଷ ସମାଜ ଉପରେ ପ୍ରଭାବ ମଧ୍ୟ ପକାଇପାରନ୍ତି । ଏସବୁ ଭୟଙ୍କର ପରିସ୍ଥିତିରେ କୁମ୍ଭୀରଙ୍କ ଖାଦ୍ୟଶୃଙ୍ଖଳକୁ ସୁରକ୍ଷିତ କରିବା ନିହାତି ଆବଶ୍ୟକ ହୋଇ ପଡିଛି ।

Get real time updates directly on you device, subscribe now.